ସିଦ୍ଧ ମଠରେ ସିଦ୍ଧ ଜଗନ୍ନାଥ

କେନ୍ଦୁଝର, ୧୫।୯(ଡି.ଏନ.ଏ.)-କେନ୍ଦୁଝରର ଜଗନ୍ନାଥ ସଂସ୍କୃତିର ଆରମ୍ଭ ବିଷୟରେ କୌଣସି ଠିକ୍‌ ତଥ୍ୟ ନ ଥିବା ପୁରୁଣାକାଳିଆ ଲୋକମାନେ କୁହନ୍ତି। ତେବେ ଜନଶ୍ରୁତି ଅନୁସାରେ କେନ୍ଦୁଝର ସହରଠାରୁ ୫କି.ମି. ଦୂରରେ ଥିବା ସିଦ୍ଧମଠଠାରେ ସିଦ୍ଧ ଜଗନ୍ନାଥଙ୍କୁ ପ୍ରତିଷ୍ଠିତ କରି ପୂଜାର ଆରମ୍ଭ କରିଥିଲେ କେହି ଜଣେ ସିଦ୍ଧ ବାବା। ମୁଖ୍ୟତଃ ଜଗନ୍ନାଥ ମନ୍ଦିରଗୁଡିକୁ ଗଲେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ତିନି ବିଗ୍ରହ ଦେଖିବାକୁ ମିଳୁଥିବାବେଳେ ସିଦ୍ଧମଠଠାରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିରରେ କେଉଁକାଳରୁ ଏକା ପୂଜା ପାଇ ଆସୁଛନ୍ତି ଜଗନ୍ନାଥ ବିଗ୍ରହ। ଅନ୍ୟ ଏକ ବ୍ୟତିକ୍ରମ ହେଲା ସୁଦର୍ଶନଙ୍କ ବିଗ୍ରହ ମଧ୍ୟ ନାହିଁ ବୋଲି ଜଣାପଡିଛି। ସାଧାରଣତଃ ଜଗନ୍ନାଥ ମନ୍ଦିରମାନଙ୍କରେ ଜଗନ୍ନାଥଙ୍କ ସମ୍ମୁଖରେ ଗରୁଡ ସ୍ଥାନିତ ହୋଇଥିବାବେଳେ ଏଠାରେ କିନ୍ତୁ ହନୁମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ଏକା ପୂଜା ପାଉଥିବା ସିଦ୍ଧ ଜଗନ୍ନାଥଙ୍କୁ ପୂର୍ବରୁ ରାମଙ୍କ ଅବତାର ଭାବି ରାମତାରକ ମନ୍ତ୍ରରେ ପୂଜା କରାଯାଉଥିଲା। ଏବେ କିନ୍ତୁ ଗୋପାଳ ମନ୍ତ୍ରରେ ପୂଜା କରାଯାଉଛି ବୋଲି ମନ୍ଦିର ପୂଜକ ସଞ୍ଜୟ କୁମାର ତ୍ରିପାଠୀ ଓ ଜିତେନ୍ଦ୍ର କୁମାର ପାଢୀ ପ୍ରକାଶ କରିଛନ୍ତି। ଅତୀତରେ ଏଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଥିବାର କୁହାଯାଉଛି।
ପୂଜାନୀତି ଅନୁସାରେ ସକାଳ ପ୍ରହର ଧୂପରେ ଉଖୁଡା, ଲଡୁ, ନଡିଆ, କଦଳୀ ପ୍ରଭୃତି ଭୋଗ ଲାଗୁଥିବା ଜଣାପଡିଛି। ପୂର୍ବାହ୍ନ ୧୦ ଘଟିକାରେ ଖେଚୁଡି ଭୋଗ ଦିଆଯାଉଥିବାବେଳେ ସନ୍ଧ୍ୟାରେ ପୋଡପିଠା ଓ ଖିରି ଭୋଗ ଲାଗିଥାଏ ବୋଲି ଜଣାପଡିଛି। ସିଦ୍ଧମଠର ସିଦ୍ଧ ଜଗନ୍ନାଥ ମନ୍ଦିର ସ୍ଥାନୀୟ ବଳଦେବଜୀଉ ମନ୍ଦିରଠାରୁ ପାଖାପାଖି ୩ଶହ ବର୍ଷ ପୁରୁଣା ବୋଲି ବଳଦେବଜୀଉ ମନ୍ଦିର ବଡପଣ୍ଡା ରାଜକିଶୋର ପଣ୍ଡା ପ୍ରକାଶ କରିଛନ୍ତି। ୨୦୧୫ ମସିହାରେ ଜଗନ୍ନାଥ ବିଗ୍ରହଙ୍କର ନବକଳେବର କରାଯାଇଥିଲା। ଅପରପକ୍ଷେ ସିଦ୍ଧମଠଠାରେ ପୂଜା ପାଉଥିବା ସିଦ୍ଧକାଳୀ ମନ୍ଦିରରେ ବର୍ଷା ସମୟରେ ପାଣି ଗଳୁଥିବା ପୂଜକ ସଞ୍ଜୟ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। କେନ୍ଦୁଝରକୁ ଆସୁଥିବା ପଯର୍‌ୟଟକମାନେ ସିଦ୍ଧମଠ ବୁଲିବାକୁ ଆସିଥାଆନ୍ତି। ମାତ୍ର ଏଠାରେ ଥିବା ମନ୍ଦିରଗୁଡିକର ମରାମତି କରି ସୌନ୍ଦଯର୍‌ୟକରଣ କରାଗଲେ ନିଶ୍ଚିତ ଭାବରେ ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହୁଅନ୍ତେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri