ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ ଦ୍ୱାରା ବହୁ ଯୁବତୀ ଯୁବକ ଠକେଇର ଶିକାର ହୋଇଛନ୍ତି। ଏଭଳି ଏକ ଠକ କମ୍ପାନୀର ଜାଲରେ ପଡିଛନ୍ତି ଶତାଧିକ ଯୁବକ। ସିଙ୍ଗାପୁରରେ ଚାକିରି କରାଇଦେବା ନଁାରେ ଜବ ଟ୍ରାକ କନ୍ସଲଟାନ୍ସି ଆଣ୍ଡ ଟ୍ରେନିଂ ସେଣ୍ଟର ନାମକ ଏକ କମ୍ପାନୀ ପ୍ରାୟ ୫୦୦ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ସଂଗ୍ରହ କରିଥିଲା। ଉକ୍ତ ଟଙ୍କା ନେଇ ମେ ୧ ତାରିଖରେ କମ୍ପାନୀ ମୁଖ୍ୟ ସୁବ୍ରତ କୁମାର ପାଳ ଏବଂ ବଳରାମ ମହାରଣା ଫେରାର ହୋଇ ଯାଇଛନ୍ତି। ଏ ନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ନଂ.୧୧୯/୧୯ରେ ଏକ ମାମଲା ରୁଜୁ କରିଥିଲା। ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣାର ତଦନ୍ତ କରିବା ପାଇଁ ଡ଼ିଏସ୍ପି ରାମକୃଷ୍ଣ ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ମାସେ ପରେ ବି ଉକ୍ତ କମ୍ପାନୀର ମୁଖ୍ୟଙ୍କୁ ଧରି ପାରୁନାହିଁ। ଚାକିରି ଆଶାରେ ଟଙ୍କା ଦେଇ ସର୍ବାହରା ହୋଇଥିବା ଅନେକ ଗରିବ ପିଲା ଏବେ ନ୍ୟାୟ ନ ପାଇ ହତାଶ ହୋଇଛନ୍ତି। ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗୌତମ ନଗରରେ ଉପରୋକ୍ତ କମ୍ପାନୀ ଖୋଲିଥିଲା। ସିଙ୍ଗାପୁରର ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବା ନଁାରେ ଏହି କମ୍ପାନୀ ବିଜ୍ଞାପନ ପ୍ରକାଶ କରିଥିଲା। ଫଳରେ ଗଞ୍ଜାମ ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶତାଧିକ ଯୁବତୀ ଯୁବକ ଏହି କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସିଙ୍ଗାପୁରରେ ଚାକିରି କରାଇ ଦେବାକୁ କମ୍ପାନୀ ମୁଖ୍ୟ ପାଳ ଓ ବଳରାମ ମହାରଣା ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କମ୍ପାନୀ ମୁଖ୍ୟ ଶତାଧିକ ଯୁବକଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ପାସପୋର୍ଟ, ଭିଜା ଓ ଟିକେଟ ସହିତ ମେଡିକାଲ ପରୀକ୍ଷା ଓ ଅନ୍ୟାନ୍ୟ କାଗଜପତ୍ର ପାଇଁ ପ୍ରତ୍ୟେକ ଯୁବତୀ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ନେଇଥିଲେ। କେତେକ ଯୁବକଙ୍କୁ ପାସପୋର୍ଟ ଭିଜା ସହ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ହେଲେ ତାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡିଥିଲା। ଯୁବକମାନେ କମ୍ପାନୀ ସହ ଯୋଗାଯୋଗ କରି ନିରାଶ ହୋଇଥିଲେ। ମେ ୧ ତାରିଖରେ ଶତାଧିକ ଯୁବକ କମ୍ପାନୀ ମୁଖ୍ୟ ପାଳଙ୍କ ବାସଭବନ ଘେରାଉ କରିଥିଲେ। ପରେ ଯୁବକମାନେ ଏସ୍ପିଙ୍କ ନିକଟରେ ଗୁହାରି କରିଥିଲେ। ଏନେଇ ସଦର ଥାନାରେ ମାମଲା ରୁଜୁ କରାଯାଇଛି। ହେଲେ ଏବେ ସୁଦ୍ଧା କମ୍ପାନୀ ମୁଖ୍ୟଙ୍କ ପୋଲିସ ସୁରାକ ପାଇପାରିନାହିଁ। ଏନେଇ ତଦନ୍ତ ଦାୟିତ୍ୱରେ ଥିବା ଡିଏସପି ପତି କୁହନ୍ତି, ଉକ୍ତ କମ୍ପାନୀ ମୁଖ୍ୟଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯାଉଛି। ହେଲେ ସେ ବାରମ୍ବାର ତାଙ୍କ ଠିକଣା ବଦଳାଉଥିବାରୁ ତାଙ୍କୁ ଧରିବା କଷ୍ଟକର ହେଉଛି। ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସୁବ୍ରତ ଓ ବଳରାମଙ୍କୁ ଖୁବଶୀଘ୍ର ଧରାଯିବା ବୋଲି ସେ କହିଛନ୍ତି। ଅନ୍ୟପଟେ ସୁବ୍ରତଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ୍ କରାଯାଇଛି ବୋଲି ଡ଼ିଏସପି ପତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା
ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…
ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…
ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…
ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…
ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…
Archives

