ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ ଦ୍ୱାରା ବହୁ ଯୁବତୀ ଯୁବକ ଠକେଇର ଶିକାର ହୋଇଛନ୍ତି। ଏଭଳି ଏକ ଠକ କମ୍ପାନୀର ଜାଲରେ ପଡିଛନ୍ତି ଶତାଧିକ ଯୁବକ। ସିଙ୍ଗାପୁରରେ ଚାକିରି କରାଇଦେବା ନଁାରେ ଜବ ଟ୍ରାକ କନ୍ସଲଟାନ୍ସି ଆଣ୍ଡ ଟ୍ରେନିଂ ସେଣ୍ଟର ନାମକ ଏକ କମ୍ପାନୀ ପ୍ରାୟ ୫୦୦ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ସଂଗ୍ରହ କରିଥିଲା। ଉକ୍ତ ଟଙ୍କା ନେଇ ମେ ୧ ତାରିଖରେ କମ୍ପାନୀ ମୁଖ୍ୟ ସୁବ୍ରତ କୁମାର ପାଳ ଏବଂ ବଳରାମ ମହାରଣା ଫେରାର ହୋଇ ଯାଇଛନ୍ତି। ଏ ନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ନଂ.୧୧୯/୧୯ରେ ଏକ ମାମଲା ରୁଜୁ କରିଥିଲା। ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣାର ତଦନ୍ତ କରିବା ପାଇଁ ଡ଼ିଏସ୍ପି ରାମକୃଷ୍ଣ ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ମାସେ ପରେ ବି ଉକ୍ତ କମ୍ପାନୀର ମୁଖ୍ୟଙ୍କୁ ଧରି ପାରୁନାହିଁ। ଚାକିରି ଆଶାରେ ଟଙ୍କା ଦେଇ ସର୍ବାହରା ହୋଇଥିବା ଅନେକ ଗରିବ ପିଲା ଏବେ ନ୍ୟାୟ ନ ପାଇ ହତାଶ ହୋଇଛନ୍ତି। ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗୌତମ ନଗରରେ ଉପରୋକ୍ତ କମ୍ପାନୀ ଖୋଲିଥିଲା। ସିଙ୍ଗାପୁରର ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବା ନଁାରେ ଏହି କମ୍ପାନୀ ବିଜ୍ଞାପନ ପ୍ରକାଶ କରିଥିଲା। ଫଳରେ ଗଞ୍ଜାମ ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶତାଧିକ ଯୁବତୀ ଯୁବକ ଏହି କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସିଙ୍ଗାପୁରରେ ଚାକିରି କରାଇ ଦେବାକୁ କମ୍ପାନୀ ମୁଖ୍ୟ ପାଳ ଓ ବଳରାମ ମହାରଣା ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କମ୍ପାନୀ ମୁଖ୍ୟ ଶତାଧିକ ଯୁବକଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ପାସପୋର୍ଟ, ଭିଜା ଓ ଟିକେଟ ସହିତ ମେଡିକାଲ ପରୀକ୍ଷା ଓ ଅନ୍ୟାନ୍ୟ କାଗଜପତ୍ର ପାଇଁ ପ୍ରତ୍ୟେକ ଯୁବତୀ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ନେଇଥିଲେ। କେତେକ ଯୁବକଙ୍କୁ ପାସପୋର୍ଟ ଭିଜା ସହ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ହେଲେ ତାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡିଥିଲା। ଯୁବକମାନେ କମ୍ପାନୀ ସହ ଯୋଗାଯୋଗ କରି ନିରାଶ ହୋଇଥିଲେ। ମେ ୧ ତାରିଖରେ ଶତାଧିକ ଯୁବକ କମ୍ପାନୀ ମୁଖ୍ୟ ପାଳଙ୍କ ବାସଭବନ ଘେରାଉ କରିଥିଲେ। ପରେ ଯୁବକମାନେ ଏସ୍ପିଙ୍କ ନିକଟରେ ଗୁହାରି କରିଥିଲେ। ଏନେଇ ସଦର ଥାନାରେ ମାମଲା ରୁଜୁ କରାଯାଇଛି। ହେଲେ ଏବେ ସୁଦ୍ଧା କମ୍ପାନୀ ମୁଖ୍ୟଙ୍କ ପୋଲିସ ସୁରାକ ପାଇପାରିନାହିଁ। ଏନେଇ ତଦନ୍ତ ଦାୟିତ୍ୱରେ ଥିବା ଡିଏସପି ପତି କୁହନ୍ତି, ଉକ୍ତ କମ୍ପାନୀ ମୁଖ୍ୟଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯାଉଛି। ହେଲେ ସେ ବାରମ୍ବାର ତାଙ୍କ ଠିକଣା ବଦଳାଉଥିବାରୁ ତାଙ୍କୁ ଧରିବା କଷ୍ଟକର ହେଉଛି। ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସୁବ୍ରତ ଓ ବଳରାମଙ୍କୁ ଖୁବଶୀଘ୍ର ଧରାଯିବା ବୋଲି ସେ କହିଛନ୍ତି। ଅନ୍ୟପଟେ ସୁବ୍ରତଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ୍ କରାଯାଇଛି ବୋଲି ଡ଼ିଏସପି ପତି କହିଛନ୍ତି।
ପ୍ରଭାକର ସ୍ମାରକୀ ଭଲିବଲ୍ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ
ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...
ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍
ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...
ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ
ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...
ଏନ୍ଏସ୍ଏସ୍ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…
ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...
ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରାଇଲେ ଅତିରିକ୍ତ ଜିଲା ଦୌରାଜଜ୍
ଛତ୍ରପୁର/ଗଞ୍ଜାମ,୨ା୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗଞ୍ଜାମସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପରିସରରେ ‘ପରିବେଶଗତ ନ୍ୟାୟ’ ସମ୍ବନ୍ଧୀୟ ଏକ ଆଇନ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
Archives


