ସିଙ୍ଗାପୁରରେ ଚାକିରି ଦେବା ନାଁରେ ଠକେଇ- କ୍ରାଇମ୍‌ ଡିଏସ୍‌ପିଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ

ବ୍ରହ୍ମପୁର ଅଫିସ,୩ା୬-ସିଙ୍ଗାପୁରରେ ଚାକିରି ଦେବା କହି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଓ ବିଶାଖାପାଟଣା ସମେତ ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ପାଠୁଆ ବେକାରି ଯୁବକଙ୍କଠାରୁ କୋଟିଏ ଟଙ୍କା ଠକେଇ ହୋଇଛି। ଏନେଇ ଶତାଧିକ ଯୁବକ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଥିଲେ।ସିଙ୍ଗାପୁରରେ ଚାକିରି କରାଇଦେବା ଲାଗି ପ୍ରାୟ ୫୦୦ ଯୁବକଙ୍କଠାରୁ ପର୍ଯ୍ୟାୟକ୍ରମେ ୨୫ରୁ ୩୦ ହଜାର ଟଙ୍କା ହିସାବରେ ୧ କୋଟି ଟଙ୍କା ସୁବ୍ରତ କୁମାର ପାଳ ଠକେଇ କରିଥିବା ଅଭିଯୋଗ ହୋଇଛି।ସଦର ଥାନା ଅନ୍ତର୍ଗତ ଭାବିନୀପୁର ମେନ ରୋଡ ଗୌତମ ନଗରରେ ଜବ୍‌ ଟ୍ରାକ୍‌ କନସଲଟାନ୍ସି ଟ୍ରେନିଂ ସେଣ୍ଟର ଖୋଲିଥିବା ସୁବ୍ରତ ଓ ତାଙ୍କ ପାର୍ଟନର ହିଞ୍ଜିଳିକାଟୁ ଗୋପୀନାଥପୁରର ବଳରାମ ମହାରଣା ନିରୀହ ଯୁବକମାନଙ୍କୁ ଟାର୍ଗେଟ କରି ଏପରି ଠକେଇ କରିଥିଲେ।ଅଭିଯୋଗ ପାଇବା ପରେ ଏସ୍‌ପି ମିଶ୍ର ଘଟଣାର ତଦନ୍ତ କରିବା ପାଇଁ କ୍ରାଇମ ଡିଏସ୍‌ପି ରାମକୃଷ୍ଣ ପତିଙ୍କୁ ଦାୟିତ୍ୱ ଦେଇଛନ୍ତି।
ଏନେଇ ଡିଏସ୍‌ପି ପତି କୁହନ୍ତି, ଯୁବକମାନେ କରିଥିବା ଅଭିଯୋଗର ସତ୍ୟତା ରହିଛି। ଏନେଇ ସଦର ଥାନାରେ ନଂ.୧୪୧/୧୯ରେ ଏକ ଠକେଇ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ଅନୁସନ୍ଧାନ ଚଳାଇଛି।
ପ୍ରକାଶ ଯେ, ଗତ ୪ ମାସ ତଳେ ସୁବ୍ରତ ଓ ତାଙ୍କ ପାର୍ଟନର ବଳରାମ ବେକାର ଯୁବକଙ୍କୁ ଅନୁସନ୍ଧାନ କରି ପ୍ରଥମେ ସେମାନଙ୍କୁ ଟାର୍ଗେଟ କରିଥିଲେ। ପରେ ଫୋନ ମାଧ୍ୟମରେ ସେମାନଙ୍କ ବିଶ୍ୱାସଭାଜନ ହୋଇ ସିଙ୍ଗାପୁରରେ ଚାକିରି କରାଇ ଦେବୁ ବୋଲି କହିଥିଲେ। ପ୍ରଥମେ ମେଡିକାଲ ଟେଷ୍ଟ ପାଇଁ ୭ ହଜାର ଓ ପରେ ଭିଜା ଓ ଫ୍ଲାଇଟ ଟିକେଟ ପାଇଁ ୨୦ ରୁ ୨୫ ହଜାର ଟଙ୍କା ଲେଖାଏ ସୁବ୍ରତ ଯୁବକମାନଙ୍କଠାରୁ ନେଇଥିଲେ।ମଇ ୩୦ ଓ ୩୧ରେ ସିଙ୍ଗାପୁର ଯିବା ପାଇଁ ଯୁବକମାନଙ୍କୁ ଫ୍ଲାଇଟ ଟିକେଟ ଓ ଭିଜା ପାସ୍‌ପୋର୍ଟ ଗତ ୨୫ ତାରିଖରେ ସୁବ୍ରତ ସେମାନଙ୍କୁ ଦେଇଥିଲେ। ଯୁବକମାନଙ୍କ ମଧ୍ୟରୁ କେତେକ ଭୁବନେଶ୍ୱର ଓ ବିଶାଖାପାଟଣାମ୍‌ ଏରୋଡ୍ରମରେ ପହଞ୍ଚତ୍ ତାଙ୍କ ପାସପୋର୍ଟ ଓ ଟିକେଟ ଯାଞ୍ଚ କରିବା ବେଳେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ। ଶୁକ୍ରବାର ସେମାନେ ସୁବ୍ରତଙ୍କୁ ଭେଟିବାକୁ ଗୌତମ ନଗର ଯାଇଥିଲେ। ହେଲେ ସେଠାରେ ସେମାନେ ତାଙ୍କୁ ପାଇ ନ ଥିଲେ। ପରେ ଫୋନରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସୁଇଚ୍‌ ଅଫ୍‌ ଥିଲା।ଠକାମିର ଶିକାର ହୋଇଥିବା ଜାଣି ଶନିବାର ଶତାଧିକ ଯୁବକ ଏସ୍‌ପିଙ୍କୁ ଗୁହାରି ଜଣାଇବାକୁ ଆସିଛୁ ବୋଲି ପାତ୍ରପୁର ବ୍ଲକ ଜୟନ୍ତୀପୁରର ସନ୍ତୋଷ କୁମାର ରାଉଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri