Posted inଫୁରସତ

ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ ଧ୍ୱଂସସ୍ତୂପରେ ପୃଥିବୀ

ଶିଳ୍ପାୟନ ସହିତ ଜିନିଷ ପତ୍ର ନେବା ଆଣିବାରେ ସୁବିଧା ପାଇଁ ଲୋକେ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ପସନ୍ଦ କରିଥିଲେ। ତେବେ ଦିନେ ଯେ ଏହା ଯୋଗୁ ପୃଥିବୀ ଧ୍ୱଂସସ୍ତୂପରେ ବସିବ ତାହା ମଣିଷ କେବେ ମଧ୍ୟ କଳ୍ପନା କରି ନ ଥିଲା। ଏପ୍ରକାର ପ୍ଲାଷ୍ଟିକ ସହଜରେ ମାଟିରେ ବିଘଟିତ ହୋଇ ପାରି ନ ଥାଏ। ଫଳରେ ଏହା ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଦୈନଦିନ ଜୀବନରେ ଆମେ ବ୍ୟବହାର କରୁଥିବା ପାଣି ବୋତଲ, ଜିନିଷପତ୍ର ଆଣିବାରେ ବ୍ୟବହାର କରୁଥିବା ପଲିଥିନ୍‌, ଷ୍ଟ୍ର, ଚା କପ୍‌, ଗ୍ଲାସ୍‌, ପ୍ଲେଟ୍‌, ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌। ଏହାକୁ ଥରେ ମାତ୍ର ବ୍ୟବହାର କରାଯାଇଥାଏ। ପୃଥିବୀରେ ଇ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହୋଇଥାଏ। ଭାରତରେ ଏଭଳି କମ୍ପାନୀଗୁଡ଼ିକ ୪୦ ପ୍ରତିଶତରୁ ଅଧିକ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ ବ୍ୟବହାର କରିଥାନ୍ତି। ତେବେ ଏହାର କୁପ୍ରଭାବ ସମ୍ପର୍କରେ ଜଣାପଡ଼ିବା ପରେ ଅନେକ ବଡ଼ ବଡ଼ ଇ-କମର୍ସ କମ୍ପାନୀ ଏହାର ବ୍ୟବହାରକୁ କମ୍‌ କରିଛନ୍ତି।

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଆମେ ବାସ କରୁଥିବା ପୃଥିବୀ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ୟୁରୋପିଆନ୍‌ ସଂଘ ପକ୍ଷରୁ ୨୦୨୧ ସୁଦ୍ଧା ଏହାର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ସେହିପରି ଚାଇନାରେ ୨୦୨୫ ସୁଦ୍ଧା ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ପୃଥିବୀରେ ପ୍ରତିବର୍ଷ ୩ଶହ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ସେଥିମଧ୍ୟରୁ ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକ୍‌ ୧୫୦ ନିୟୁତ ଟନ୍‌ ରହିଥାଏ। ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍‌ ମଧ୍ୟରୁ ପ୍ରାୟ ୧୦ରୁ ୧୩ ପ୍ରତିଶତ ପ୍ଲାଷ୍ଟିକ୍‌ ମାଟିରେ ବିଘଟନ ହେଉଥିବାବେଳେ ଅବଶିଷ୍ଟ ପ୍ଲାଷ୍ଟିକ୍‌ ପରିବେଶ ପ୍ରଦୂଷଣ କରିଥାଏ। କେତେକ ଏହାକୁ ଜଳାଇ ଥାନ୍ତି। ଏଥିରୁ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ୍‌ ବାୟୁମଣ୍ଡଳରେ ବ୍ୟାପିଯାଇଥାଏ। ଏଭଳି ବାୟୁକୁ ନିଶ୍ୱାସରେ ନେବା ଯୋଗୁ ବହୁ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ଏହା ମୃତ୍ତିକାକୁ ମଧ୍ୟ ପ୍ରଦୂଷିତ କରିଥାଏ।

ପୃଥିବୀ ଧ୍ୱଂସମୁଖ ଆଡ଼କୁ ଅଗ୍ରସର ହେଉଥିବାବେଳେ କେବଳ ସଚେତନତା ସୃଷ୍ଟି ଦ୍ୱାରା ହିଁ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ। କୌଣସି ଦେଶର ସରକାରଙ୍କ ତୁଳନାରେ ଏଥିରୁ ମୁକ୍ତି ପାଇବା ଲାଗି ସାଧାରଣ ଜନତାଙ୍କ ମଧ୍ୟରେ ଆମେ କିଭଳି ଆମ ପୃଥିବୀ ମା’କୁ ସୁରକ୍ଷିତ ରଖିବା, ସେଭଳି ଭାବନା ଜାଗ୍ରତ ହେଲେ ଏଭଳି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri