ସିକ୍ୟୁରିଟି ଗାର୍ଡ ହତ୍ୟା ଘଟଣାର ପର୍ଦ୍ଦାଫାଶ: ପରକୀୟା ସମ୍ପର୍କ ମୁଖ୍ୟ କାରଣ

ସଜନାଗଡ଼, ୧୨।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କେଶୁରା ଗ୍ରାମରେ ବିଜୟ କୁମାର ସିଂହ (୪୦) ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ପରକୀୟା ପ୍ରୀତି ସନ୍ଦେହକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ରବିବାର ପୂର୍ବାହ୍ନରେ ନୀଳଗିରି ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ବି. ଯୁଗଳ କିଶୋର କୁମାର ସୂଚନା ଦେଇଛନ୍ତି। ପାରିପାର୍ଶ୍ୱିକ ସ୍ଥିତି, ଗ୍ରାମବାସୀଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ବିଜୟଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାରୋକ୍ତି ପରେ ଅଭିଯୁକ୍ତ ଗୌରୀଶଙ୍କର ରାଉତ(୩୨)ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଥାନାରେ ଏକ ହତ୍ୟା ମାମଲା (ନଂ. ୧୮୩/୧୯) ରୁଜୁ କରାଯାଇଛି।
ଖବରଦାତାଙ୍କୁ ଏହି ସୂଚନା ଦେବା ବେଳେ ଏସ୍‌ପି କହିଥିଲେ, ଅଭିଯୁକ୍ତ ଗୌରୀଶଙ୍କର ଓ ବିଜୟଙ୍କ ଘର ପାଖାପାଖି। ବିଜୟ ବାରମ୍ବାର ଗୌରୀଶଙ୍କରଙ୍କ ଘରକୁ ଯିବା ଆସିବା କରୁଥିବାରୁ ମା’ଙ୍କ ସହ ସେ ପରକୀୟା ସମ୍ପର୍କ ରଖିଥିବା ସନ୍ଦେହ କରି ଆସୁଥିଲେ। ଏଥିଲାଗି ତାଙ୍କ ଘରକୁ ନ ଆସିବା ଲାଗି ଗୌରୀଶଙ୍କର ବାରଣ କରୁଥିଲେ। ହେଲେ ବିଜୟ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ସେ ପ୍ରତିଶୋଧପରାୟଣ ହୋଇ ତାଙ୍କୁ ହତ୍ୟା କରିବାକୁ ଯୋଜନା କରି ସୁଯୋଗ ଅପେକ୍ଷାରେ ଥିଲେ। ଶୁକ୍ରବାର ବିଜୟ ତାଙ୍କ ସ୍ତ୍ରୀଙ୍କୁ ସଜନାଗଡ଼ସ୍ଥିତ ବାପ ଘରେ ଛାଡ଼ିଦେଇ ଆସି ନିଶାସକ୍ତ ଅବସ୍ଥାରେ ରାତିରେ ଘରେ ଶୋଇଥିଲେ। ଏହାକୁ ସୁଯୋଗ ମନେକରି ଗୌରୀଶଙ୍କର ତାଙ୍କ ଘରେ ପଶି ଏକ ଧାରୁଆ ଅସ୍ତ୍ରରେ ବିଜୟଙ୍କ ନିମର୍ମ ଭାବେ ହତ୍ୟା କରିଥିଲେ। ଶନିବାର ପୂର୍ବାହ୍ନରେ ପଡୋଶୀ ଲୋକେ ହତ୍ୟାକାଣ୍ଡ ଘଟିଥିବା ଜାଣି ବାପଘରେ ଥିବା ବିଜୟଙ୍କ ସ୍ତ୍ରୀଙ୍କ ପାଖକୁ ଖବର ଦେଇଥିଲେ। ସେ ଓ ତାଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚତ୍ ବିଜୟଙ୍କୁ ହତ୍ୟା କରାଯାଇଥିବା ଜାଣି ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଘଟଣା ରହସ୍ୟଘେରରେ ଥିବାରୁ ପୋଲିସ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ସନ୍ଦେହରେ ୪ରୁ ୫ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ପଡ଼ୋଶୀ ଗୌରୀଶଙ୍କରଙ୍କୁ ଧରି ପୋଲିସ ପଚରାଉଚୁରା କରିବାରୁ ଘଟଣା ପଦାକୁ ଆସିଥିଲା। ତାଙ୍କ ମା’ ସହିତ ବିଜୟଙ୍କ ପରକୀୟା ସମ୍ପର୍କକୁ ନେଇ ସେ ଏଭଳି ହତ୍ୟା ଘଟାଇଥିବା ସ୍ବୀକାର କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଓ ଭୁଜାଲିକୁ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିବା ବୟାନ ଦେଇଥିଲେ। ଏହାପରେ ପୋଲିସ ସେହି ପୋଖରୀରୁ ଭୁଜାଲି ଓ କଟୁରୀ ଉଦ୍ଧାର କରିଥିବା ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri