Posted inଜାତୀୟ

ସିଏଏ ହିଂସା: ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହିଲେ ଏସ୍‌ପି; ଭିଡ଼ିଓ ଭାଇରାଲ

ମିରଟ,୨୮।୧୨: ସିଏଏ ହିଂସା ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣ ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଭାଇରାଲ ହେବାପରେ ଏସ୍‌ପି କହିଛନ୍ତି ଯେ, ପ୍ରଦର୍ଶନ କାରୀ ହାତରେ କଳାକନା ବାନ୍ଧି ପାକିସ୍ତାନ ଜିନ୍ଦାବାଦ୍‌ କହୁଥିଲେ। ତେଣୁ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏଭଳି କୁହାଯାଇଥିଲା। ତେବେ ଏସବୁ ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀଙ୍କୁ ମିରଟ ଏସ୍‌ପି ‘ପାକିସ୍ତାନ ଯାଅ’ ବୋଲି କହୁଥିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏସ୍‌ପିଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଭାଜପା ଅନୁଷ୍ଠାନଗୁଡ଼ିକରେ ସାମ୍ପ୍ରଦାୟିକତାର ମଞ୍ଜି ବୁଣୁଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି।
ଗତ ୨୦ ତାରିଖରେ ସିଏଏକୁ ବିରୋଧ କରି ମିରଟରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା, ଯେଉଁଥିରେ ୫ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଲିସାରି ଗେଟ୍‌ ଥାନା ଅଞ୍ଚଳରେ ଥିବା ଏକ ସଂକୀର୍ଣ୍ଣ ଗଳିରେ ଏସ୍‌ପି ଅଖିଳେଶ ନାରାୟଣ ସିଂ କେତେଜଣ ସ୍ଥାନୀୟ ଲୋକଙ୍କ ସହ ପାଟିତୁଣ୍ଡ କରୁଥିବା ଭିଡିଓରେ ଦେଖାଯାଇଛି। ବିକ୍ଷୋଭକାରୀ ପାକିସ୍ତାନ ଚାଲିଯାଆନ୍ତୁ ବୋଲି ସେ କହିଥିଲେ। ବିକ୍ଷୋଭରେ ସାମିଲ ଥିବା କିଛି ଯୁବକ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିତ୍ବାରୁ ସେ ଏପରି କହିଥିଲେ ବୋଲି ସଫେଇ ଦେଇଛନ୍ତି। ସେମାନେ ଯାହା ସପକ୍ଷରେ ସ୍ଲୋଗାନ ଦେଉଛନ୍ତି, ସେଠାରେ ଯାଇ ରହନ୍ତୁ ବୋଲି ପରାମର୍ଶ ଦେଇଥିବା ଏସ୍‌ପି ସ୍ବୀକାର କରିଛନ୍ତି। ୧.୪୩ ମିନିଟର ଏହି ଭିଡିଓ ବେଶ୍‌ ପ୍ରସାରିତ ହେବାରେ ଲାଗିଛି।
ଏଭଳି ଭାଷା ପ୍ରୟୋଗ କରିବାକୁ ଭାରତର ସମ୍ବିଧାନ କାହାକୁ ଅନୁମତି ଦେଇନାହିଁ ବୋଲି ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ମିରଟ ଜୋନ୍‌ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଡିସେମ୍ବର ୨୦ ବିକ୍ଷୋଭ ପରେ କେତେଜଣ ଲୋକ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ସହ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍‌ଆଇ) ଏବଂ ସୋସିଆଲ ପାର୍ଟି ଅଫ ଇଣ୍ଡିଆ ସମର୍ଥନରେ ଆପତ୍ତିଜନକ ପ୍ରଚାରପତ୍ର ବାଣ୍ଟିଥିଲେ। ପିଏଫ୍‌ଆଇ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ଦ୍ୱାରା ପ୍ରଭାବିତ ସଂଗଠନ। ଖବର ପାଇଁ ଏସ୍‌ପି ଓ ଅନ୍ୟ ଜିଲା ପଦାଧିକାରୀ ସେଠାକୁ ଯାଇଥିଲେ। ଯଦି ସେମାନେ ଚାହୁଁଛନ୍ତି ତେବେ ଦେଶ ଛାଡ଼ିପାରିବେ ବୋଲି ସେମାନେ ଲୋକମାନଙ୍କୁ କହିଥିଲେ ବୋଲି କୁମାର କହିଛନ୍ତି। ଉତ୍ତରପ୍ରଦେଶରେ ଶାନ୍ତି ଫେରିବା ପରେ ଏଭଳି ଭିଡିଓ ପ୍ରସାରଣ କରାଯିବା ପଛରେ ଷଡ଼ଯନ୍ତ୍ର ରହିଥିବା ଏଡିଜି ଅଭିଯୋଗ କରିଛନ୍ତି।
ଜଣେ ଏସ୍‌ପିଙ୍କର ଏଭଳି ଅସାମ୍ବିଧାନିକ ମନ୍ତବ୍ୟ ଦେବାର ନ ଥିଲା ବୋଲି ସମାଜବାଦୀ ପାର୍ଟି ବିଧାୟକ ରଫିକ୍‌ ଅନ୍‌ସାରି ମତ ଦେଇଛନ୍ତି। ଅନ୍ୟ ପକ୍ଷରେ ବରିଷ୍ଠ ଭାଜପା ନେତ୍ରୀ ଉମା ଭାରତୀ ଏସ୍‌ପିଙ୍କ ସମର୍ଥନରେ ଆଗେଇ ଆସିଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗକୁ ରାଜନୀତୀକରଣ କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ସହ ପୋଲିସକୁ ଗାଳିଦେବା ଓ ଟେକାମାଡ଼ କରୁଥିତ୍ବା ବିକ୍ଷୋଭକାରୀଙ୍କୁ ପାକିସ୍ତାନ ଚାଲିଯାଅ କହିବା ଯଥାର୍ଥ ବୋଲି ଉମା ଭାରତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri