ସିଆଇଟିୟୁ ନେତୃତ୍ୱରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୯ା୯-ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା କନଷ୍ଟ୍ରକସନ୍‌ ୱାର୍କର୍ସ ୟୁନିୟନ (ଓସିଡବ୍ଲ୍ୟୟୁ) ଗଞ୍ଜାମ ଶାଖା ପକ୍ଷରୁ ଶୁକ୍ରବାର ବ୍ରହ୍ମପୁରସ୍ଥ ଜିଲା ଶ୍ରମ ଅଫିସ ଆଗରେ ବିକ୍ଷୋଭ ସମାବେଶ ହୋଇଥିଲା। ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଏବଂ ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜୀକରଣ ଓ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ କରାଯାଇଥିଲା। ସିଟୁ ନେତା ଯୁଧିଷ୍ଠିର ବେହେରା ନେତୃତ୍ୱ ନେଇଥିଲେ। ଶ୍ରମିକ ନେତା ପ୍ରତାପ ଚୌଧୁରୀ, ଗୋପାଳ ପାଣିଗ୍ରାହୀ, ଲକ୍ଷ୍ମଣ ପାଢ଼ୀ, ଶିବ ପ୍ରସାଦ ମହାପାତ୍ର, ପଞ୍ଚାନନ ଜେନା, ବିଦ୍ୟାଧର ଜେନା, ଶଶୀ ରଥ, ହରି ନାହାକ, କୁରେଶୁ ପଣ୍ଡା ଓ ଆଦିକନ୍ଦ ବେହେରା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ଏଥିରେ ସାମିଲ ହୋଇଥିଲେ ।
ଆନ୍ଦୋଳନସ୍ଥଳରେ ଯୁଧିଷ୍ଠିର ଓ ଅନ୍ୟ ନେତାମାନେ କହିଥିଲେ, ହଜାର ହଜାର ନିର୍ମାଣ ଶ୍ରମିକଙ୍କ ନାମ ଠିକଣା ସମୟରେ ପଞ୍ଜୀକରଣ କରାଯାଉ ନ ଥିବାରୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ବହୁବାର ଦାବି ସତ୍ତ୍ବେ ଶ୍ରମ ଅଧିକାରୀ ଓ କର୍ମଚାରୀ ସମସ୍ୟାର ସମାଧାନ କରୁନାହାନ୍ତି । ଆସିକା, ଭଞ୍ଜନଗର ସହକାରୀ ଶ୍ରମ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇ ନ ଥିବାରୁ ସେହି ଅଞ୍ଚଳର ଶ୍ରମିକମାନେ ହିନସ୍ତା ହେଉଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ପୁଣି ଆନ୍ଦୋଳନକୁ ଜୋରଦାର କରାଯିବ ଏବଂ ଜିଲା ଶ୍ରମ ଅଫିସ ଅଚଳ କରିଦେବାର ନେତାମାନେ ଚେତାବନୀ ଦେଇଛନ୍ତି ।
ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରେ ନିର୍ମାଣ ଶ୍ରମିକମାନେ ଏକାଠି ହୋଇ ସେଠାରୁ ବିଶାଳ ଶୋଭାଯାତ୍ରାରେ ଶ୍ରମ ଅଫିସ ପାଖରେ ପହଞ୍ଚତ୍ଥିଲେ । ବିକ୍ଷୋଭ ପରେ ଦାବି ସମ୍ବଳିତ ସ୍ମାରକପତ୍ର ଶ୍ରମ ଅଧିକାରୀଙ୍କୁ ପ୍ରଦାନ ସହ ନେତାମାନେ ଆଲୋଚନା କରିଥିଲେ। ପଞ୍ଜୀକରଣକୁ ସରଳୀକରଣ ଏବଂ ସହାୟତା ପ୍ରଦାନରେ ଅଧିକ ବିଳମ୍ବ ହେଲେ ପରିସ୍ଥିତି ବିସ୍ଫୋରକ କରାଯିବାର ସତର୍କ କରି ଦିଆଯାଇଥିଲା । ଆନ୍ଦୋଳନରେ ଅନେକ ମହିଳା ଶ୍ରମିକ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri