ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ ହେଁ ଏହାକୁ ଚ୍ୟାଲେଞ୍ଜ୍‌ ରୂପେ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସାଧାରଣ ସାଲଓ୍ବାର-ସୁଟ୍‌ ସହିତ ଖୁବ୍‌ କମ୍‌ ମେକ୍‌-ଅପ୍‌ରେ ଆୟୁଷ୍ମାନ ଖୁରାନାଙ୍କ ସହ ସାୟାନୀ ଅଭିନୟ କରିବେ। ଏ ସମ୍ପର୍କରେ ସେ କହନ୍ତି, ମୁଁ କିଭଳି ଚରିତ୍ରକୁ ଭଲ ପାଏ ତାହାକୁ ନିର୍ଭର କରି ଫିଲ୍ମ ପସନ୍ଦ କରେନାହିଁ। ବରଂ କାହାଣୀ କେତେଦୂର ମୋତେ ଆକର୍ଷଣ କରେ ତାହା ଉପରେ ନିର୍ଭର କରିବାକୁ ପଡିଥାଏ। ଏଥିସହିତ ଅଭିନୟ କରିବା ବେଳେ ପ୍ରତି ଚରିତ୍ରକୁ କିପରି ଜୀବନ୍ତ କରିବାକୁ ହେବ ସେଥିପାଇଁ ଉଦ୍ୟମ କରିଥାଏ।
ଅନୁଭବ ସିହ୍ନାଙ୍କ ଦ୍ୱାରା ପ୍ରସ୍ତୁତ ଉକ୍ତ ଫିଲ୍ମ ସମ୍ବିଧାନର ଅନୁଚ୍ଛେଦ ୧୫ ବିଷୟରେ ଜନସାଧାରଣଙ୍କୁ ମନେପକାଇ ଦିଏ। ଧର୍ମ, ଜାତି, ଲିଙ୍ଗ ଏବଂ ଜନ୍ମସ୍ଥାନ ଆଧାରରେ କୌଣସି ବ୍ୟକ୍ତି ପ୍ରତି ପାତରଅନ୍ତର ମନୋଭାବ ପୋଷଣ ନ କରିବା ପାଇଁ ଏଥିରେ ଉଲ୍ଲେଖ ରହିଥିବାବେଳେ ଏହାର ମୂଲ୍ୟବୋଧକୁ ଲୋକେ କିପରି ଭୁଲିଗଲେଣି ତାହା ଉକ୍ତ ଫିଲ୍ମ ସ୍ମରଣ କରାଇଦିଏ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନୟ କରିଛନ୍ତି ମନୋଜ ପାହ୍ବା, ଇଶା ତଲଓ୍ବାର, କୁମୁଦ ମିଶ୍ର ଏବଂ ମହମ୍ମଦ ଜିଶାନ୍‌ ଆୟୁବ। ଏହା ଜୁନ୍‌ ୨୮ରେ ମୁକ୍ତିଲାଭ କରିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

”ଯାତ୍ରାରେ ପରିଚାଳକର ଭୂମିକା ବାପାଙ୍କ ଭୂମିକାଠୁ କମ୍‌ ନୁହେଁ“: ପ୍ରଜିତ କୁମାର ରାଉତରାୟ

”ଗୋଟିଏ ପରିବାରରେ ଜଣେ ବାପାଙ୍କ ଭୂମିକା ଯାହା ଗୋଟିଏ ଯାତ୍ରାପାର୍ଟିରେ ଜଣେ ପରିଚାଳକଙ୍କ ଭୂମିକା ଅବିକଳ ସେଇଆ। ପାର୍ଟି ଭିତରେ ସମତୂଲ ବଜାୟ ରଖିବା ସହିତ...

ତାମିଲ ଫିଲ୍ମ ‘କ୍ୟାଥୀ’ର ହିନ୍ଦୀ ରିମେକ୍‌: କାର୍ତ୍ତି ଓ୍ବାଲେ ଚରିତ୍ରରେ ନଜର ଆସିବେ ଅଜୟ!

ବଲିଉଡ୍‌ରେ ସାଉଥ୍‌ ସିନେମାର ହିନ୍ଦୀ ରିମେକ୍‌ କିଛି ନୂଆ କଥା ନୁହେଁ। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ଏଥିରେ ବଲିଉଡ୍‌ର...

ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି...

କେବିସି ମଞ୍ଚରେ ‘ଦୌଡ଼ରାଣୀ’: ଆଜି ହଟ୍‌ ସିଟ୍‌ରେ ନଜର ଆସିବେ ଦୂତୀ, ହିମା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ’ କୌନ୍‌ ବନେଗା କରୋଡପତି(କେବିସି)ରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହିମା ଦାସ। ସୋନି ଚ୍ୟାନେଲର ଆଧିକାରୀକ...

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି...

କିୟାରାଙ୍କ ପ୍ରେମରେ ପାଗଳ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ନାମ ପୂର୍ବରୁ କେତେଜଣ ବଲିଉଡ୍‌ ନାୟିକାଙ୍କ ସହ ଯୋଡି ହୋଇଥିବା ବେଳେ ଏବେ କିନ୍ତୁ କିୟାରା ଓ ସିଦ୍ଧାର୍ଥଙ୍କ...

ଗୋଆରେ ମିଳୁଛି ‘ଉର୍ବଶୀ ରୌଟେଲା-ଶଟ୍‌’

ମୁମ୍ବାଇ: ବି-ଟାଉନ୍‌ ତାରକାଙ୍କୁ ନେଇ କ୍ରେଜ୍‌ କିଛି ନୂଆ କଥା ନୁହେଁ। ନିଜ ମନପସନ୍ଦ ଅଭିନେତ୍ରୀ, ଅଭିନେତାଙ୍କ ପାଇଁ ବେଳେ ବେଳେ ଫ୍ୟାନ୍‌ମାନେ କିଛି ବି...

ଆୟୁଷ୍ମାନ୍‌ଙ୍କ ‘ଅନ୍ଧାଧୁନ୍‌’ର ପ୍ରଶଂସା କଲେ ଲତା: କହିଲେ ‘ଅଭିନୟ ଉଚ୍ଚକୋଟୀର’

ବମ୍ବେ: ବଲିଉଡ୍‌ର ଏଭଳି କିଛି ଅଭିନେତା ଅଛନ୍ତି, ଯେଉଁମାନଙ୍କ ପରିଚୟ ଦେବା ଆବଶ୍ୟକ ହୋଇ ନ ଥାଏ। ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମା ଭେଟି...

Coronavirus Update

Archives

Model This Week

Why Dharitri