ସାଳନ୍ଦୀ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା, ୧୨୦ ଶଯ୍ୟା ପ୍ରସ୍ତୁତ

ଭଦ୍ରକ ଅଫିସ,୮ା୪: କରୋନା ମହାମାରୀର ମୁକାବିଲା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲାଯାଉଛି। ଲକ୍‌ଡାଉନ୍‌ ସହିତ ଏରେଇଁ ପଞ୍ଚାୟତ, ଚରମ୍ପା ଷ୍ଟେଶନ ଅଞ୍ଚଳ ଏବଂ ପୁରୁଣାବଜାର ଅଞ୍ଚଳରେ ଏବେ ବି ସଟ୍‌ଡାଉନ୍‌ ଭଳି ସ୍ଥିତି ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ ଘରୋଇ ହସ୍ପିଟାଲକୁ ମନୋନୀତ କରାଯାଇଛି । ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସାଳନ୍ଦୀ ହସ୍ପିଟାଲ ବୁଲି ସେଠାରେ ୧୨୦ଟି ଶଯ୍ୟା ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଛନ୍ତି। ଯେଉଁମାନେ ସନ୍ଦିଗ୍ଧ ସେହିମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ହସ୍ପିଟାଲରେ ରଖି ଚିକିତ୍ସା କରାଯିବ । ଯଦି ସେମାନଙ୍କ ରକ୍ତ ନମୁନା ପଜିଟିଭ୍‌ ବାହାରିବ ଏବଂ ସେମାନେ ସ୍ବାଭାବିକ ଥିବେ ତେବେ ମଧ୍ୟ ସେମାନେ ଏହିଠାରେ ଚିକିତ୍ସିତ ହେବେ। ଯେଉଁମାନଙ୍କ ପାଇଁ ଆଇସିୟୁର ଆବଶ୍ୟକ ପଡ଼େ ସେମାନଙ୍କୁ କୋଭିଡ୍‌ ୧୯ ଆଇସିୟୁ ସୁବିଧା ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏହି କରୋନା ଚିକିତ୍ସା ନିମେନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବତନ୍ତ୍ର ଭାବେ ୬୮ଜଣ ସ୍ବାସ୍ଥ୍ୟ କର୍ମଚାରୀ ଏହି ହସ୍ପିଟାଲ ସଂଲଗ୍ନ ସାଳନ୍ଦୀ ନର୍ସିଂ ସ୍କୁଲ ହଷ୍ଟେଲରେ ରହି ଚିକିତ୍ସା ସେବା ପ୍ରଦାନ କରିବେ । ଜିଲାପାଳ ସାଳନ୍ଦୀ ହସ୍ପିଟାଲ ବୁଲି ଏହାର ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଜିଲାପାଳ ସଟ୍‌ଡାଉନ୍‌ ଥିବା ଏରେଇଁ ପଞ୍ଚାୟତର ବିଶୋଧୀକରଣ ବ୍ୟବସ୍ଥା ବୁଲି ତଦାରଖ କରିଛନ୍ତି । ଏହି ପଞ୍ଚାୟତର ସମସ୍ତ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧୀକରଣ କରାଯାଉଛି । ସେହିପରି ଏହି ସଟ୍‌ଡାଉନ୍‌ ସମୟରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଘରୁ ବାହାରିବାକୁ ମନା କରାଯାଇଛି। ଲୋକଙ୍କ ଆବଶ୍ୟକ ଥିବା ପରିବା, ଗ୍ରୋସରୀ ସାମଗ୍ରୀ ପ୍ରଶାସନ ପକ୍ଷରୁ ଟ୍ରଲି କିମ୍ବା ଅଟୋ ଯୋଗେ ଦୁଆରମୁହଁରେ ପହଞ୍ଚାଇବାର ବନ୍ଦୋବସ୍ତ କରିବାକୁ ଜିଲାପାଳ ଭଦ୍ରକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍‌ଡାଉନ୍‌ ସ୍ଥିତି କୋଭିଡ୍‌ -୧୯ କାର୍ଯ୍ୟରେ ନିୟୋଜିତ ତିହିଡ଼ି ବ୍ଲକରେ କାର୍ଯ୍ୟରତ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ କାହ୍ନୁ ଚରଣ ନାୟକଙ୍କୁ କାର୍ଯ୍ୟରେ ଅନୁପସ୍ଥିତ ରହିବା, କାର୍ଯ୍ୟରେ ଅବହେଳା ନିମନ୍ତେ ତାଙ୍କୁ ନିଲମ୍ବନ କରାଯାଇଛି । ଏଥି ସହିତ ସେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ମୋଟ ୨୧୩ଟି କେନ୍ଦ୍ରରେ ୧୭ ହଜାର ୯୪୮ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri