ସାରା ଦେଶରେ ଲାଗୁ ହେବ ଏକକ ଇ-ଟୋଲ ଆଦାୟ ବ୍ୟବସ୍ଥା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ଏକକ ଇ(ଇଲେକ୍ଟ୍ରୋନିକ)-ଟୋଲ୍‌ ଆଦାୟ ବ୍ୟବସ୍ଥ। ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ ଆର୍‌ଏଫ୍‌ଆଇଡି (ରେଡିଓ ଫ୍ରିକ୍ୟୁନ୍ସି ଆଇଡିଏଣ୍ଟିଫିକେଶନ) ଆଧାରିତ ‘ଫାଷ୍ଟାଗ’ ଜରିଆରେ ଟୋଲ୍‌ ଆଦାୟ କରାଯାଉଛି। ତେବେ ରାଜ୍ୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ ସାଧାରଣ ପଦ୍ଧତିରେ ଟୋଲ ଆଦାୟ କରାଯାଏ। ଏହାଦ୍ୱାରା ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟକୁ ‘ଫାଷ୍ଟାଗ’ ଅଧୀନକୁ ଆଣିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଫଳରେ ସାରା ଦେଶରେ ବାଧାମୁକ୍ତ ପରିବହନ ସୁନିଶ୍ଚିତ ହୋଇପାରିବ। ଏଥିପାଇଁ ଭାରତୀୟ ରାଜପଥ ପରିଚାଳନା କମ୍ପାନୀ ଲିଃ (ଆଇଏଚ୍‌ଏମ୍‌ସିଏଲ) ପକ୍ଷରୁ ଟୋଲ ପ୍ଲାଜାଗୁଡ଼ିକୁ ଫାଷ୍ଟାଗ ଅଧୀନରେ ସାମିଲ କରିବା ଲାଗି ରାଜ୍ୟ ସରକାରଙ୍କୁ ଏହି ଯୋଜନାର ଗାଇଡଲାଇନ ପ୍ରଦାନ କରାଯାଇଛି।
ଆଧୁନିକ ଫାଷ୍ଟାଗ ବ୍ୟବସ୍ଥାରେ ୬୦ ଲକ୍ଷ ଟ୍ୟାଗକୁ ସାମିଲ କରାଯାଇପାରିବ। ଦୈନିକ ୧୦ ଲକ୍ଷ କାରବାର ହୋଇପାରିବ। ଏହି ବୃହତ୍‌ ବ୍ୟବସ୍ଥା ମଧ୍ୟକୁ ଯଥାଶୀଘ୍ର ରାଜ୍ୟ କର୍ତ୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକୁ ଆଣିବା ଲାଗି ଯୋଜନାରେ ବ୍ୟବସ୍ଥା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଇଏଚ୍‌ଏମ୍‌ସିଏଲ ପକ୍ଷରୁ ରାଜ୍ୟଗୁଡ଼ିକୁ ଇ-ଟୋଲ ଆଦାୟ ଭିତ୍ତିଭୂମି ନିର୍ମାଣ ଲାଗି ୫୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଆଇଏଚ୍‌ଏମ୍‌ସିଏଲ ପକ୍ଷରୁ କେତେକ ରାଜ୍ୟ/କର୍ତ୍ତୃପକ୍ଷଙ୍କ ସହିତ ଫାଷ୍ଟାଗ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ବୁଝାମଣା ସ୍ବାକ୍ଷର କରାଯାଇଛି। ଚଳିତବର୍ଷ ଡିସେମ୍ବର ପହିଲାଠାରୁ ସମସ୍ତ ଜାତୀୟ ରାଜପଥର ଟୋଲ ପ୍ଲାଜାଗୁଡ଼ିକରେ ଫାଷ୍ଟାଗ ଜରିଆରେ ଟୋଲ ଆଦାୟକୁ ବାଧ୍ୟତାମୂଳକ କରାଯିବ। ସେହିପରି ଫାଷ୍ଟାଗ ସହିତ ଇ-ୱେ ବିଲ୍‌ ବ୍ୟବସ୍ଥାକୁ ଯୋଡ଼ିବା ଲାଗି ଆଇଏଚଏମସିଏଲ ଏବଂ ଜିଏସଟି ନେଟୱର୍କ (ଜିଏସଟିଏନ) ମଧ୍ୟରେ ଆଉ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏପ୍ରିଲ ୨୦୨୦ ଠାରୁ ସର୍ବଭାରତୀୟ ସ୍ତରରେଏହାକୁ ବାଧ୍ୟତାମୂଳକ କରାଯିବ। ଫଳରେ ଜିଏସଟି ୱେ-ବିଲ୍‌ ଖୋଜିବା ଓ ଠାବ କରିବା ବ୍ୟବସ୍ଥା ଅଧିକ ଦକ୍ଷ ହୋଇପାରିବ। ଏହାଛଡ଼ା ଟୋଲ ପ୍ଲାଜାଗୁଡ଼ିକରେ ରାଜସ୍ବ ଠକେଇକୁ ଧରିବା ସହଜ ହେବ। ଏହି ସଂଯୋଗ ଫଳରେ ରାଜସ୍ବ ଆଦାୟ କର୍ତ୍ତୃପକ୍ଷ ସାମଗ୍ରୀ ପରିବହନ କରୁଥିବା ବାହନଗୁଡ଼ିକ ଠିକ୍‌ ଲକ୍ଷ୍ୟପଥରେ ଯାଉଛନ୍ତି କି ନାହିଁ ଧରିବା ଲାଗି ସକ୍ଷମ ହୋଇପାରିବେ। ପ୍ରତ୍ୟେକ ଟୋଲ ପ୍ଲାଜା ନିକଟରୁ ମିଳୁଥିବା ଏସ୍‌ଏମ୍‌ଏସ୍‌ ଆଲର୍ଟ ଜରିଆରେ ଯୋଗାଣକାରୀ ଏବଂ ପରିବହନକାରୀ ସେମାନଙ୍କ ବାହନକୁ ଠାବ କରିବାରେ ସକ୍ଷମ ହେବ। ଏହି ବ୍ୟବସ୍ଥା ଜରିଆରେ ଗୋଟିଏ ପ୍ରକାରର ଫାଷ୍ଟାଗ ବାହନର ଝରକା କାଚରେ ଲଗାଯିବ। ଏହାରି ମାଧ୍ୟମରେ ଦେଶବ୍ୟାପୀ ସମସ୍ତ ଟୋଲ ପ୍ଲାଜାରେ ଟୋଲ ପୈଠ କରାଯାଇପାରିବ। ଏହା ଦେଶର ଜିଡିପି କ୍ଷତିକୁ ମଧ୍ୟ ହ୍ରାସ କରିବ। କାରଣ ଟୋଲ ପ୍ଲାଜାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଯୋଗୁ ହେଉଥିବା ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଏହି ପଦକ୍ଷେପ ସମୟ ବଞ୍ଚାଇବା ସହିତ ପ୍ରଦୂଷଣ ମଧ୍ୟ କମାଇବ। ଖୁବ୍‌ଶୀଘ୍ର ଦେଶର କୌଣସି ଟୋଲ ପ୍ଲାଜାରେ କାହାରିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଗଡକରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri