ସାରସ୍ବତ ବାତାୟନର ସାହିତ୍ୟ ଆସର: ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତି ଦୁର୍ବଳ ହେବ

ଜଗତସିଂହପୁର ଅଫିସ,୨୯ା୧୨: ସମ୍ପ୍ରତ୍ତି ପାଠାଗାର ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। କାରଣ ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତିଗୁଡିକ ଦୁର୍ବଳ ହେବ। ଯେଉଁ ଦେଶର ସଂସ୍କୃତି ଯେତେ ପରିପୃଷ୍ଠ ସେ ଦେଶ ସେତିକି ସମୃଦ୍ଧ। ଜର୍ମାନୀର ସଂସ୍କୃତି ପାଠାଗାର ଆନ୍ଦୋଳନ ଯୋଗୁ ବିଶ୍ୱରେ ସଶକ୍ତ ହୋଇ ପାରିଛି। ଶନିବାର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସାରସ୍ବତ ବାତାୟନର ତୃତୀୟ ସାହିତ୍ୟ ଆସରରେ ଯୋଗଦେଇ ବରିଷ୍ଠ ପ୍ରଶାସକ ତଥା ପାଠାଗାର ଆନ୍ଦୋଳନର ଅନନ୍ୟ ପ୍ରବକ୍ତା ପ୍ରସନ୍ନ କୁମାର ଦାସ ଏହା କହିଛନ୍ତି। ସେ କହିଥିଲେ, ହିଟଲର ଯେତେବେଳେ ବିଶ୍ୱର କୌଣସି ଦେଶକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିଲେ ପ୍ରଥମେ ସେ ଦେଶର ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ। ଅପସଂସ୍କୃତି ପୁରାଇ ଲୋକଙ୍କ ମଧ୍ୟରେ ଥିବା ବନ୍ଧନକୁ ତୁଟାଉଥିଲେ। ସେହିପରି ଯିଏ ସାହିତ୍ୟ ରଥି ହେବେ ସେ ମରୁଭୂମିରୁ ମରୁଦ୍ୟାନର ସନ୍ଧାନ କରିଥାନ୍ତି। ବିନା କଷ୍ଟରେ କେହି ସାହିତ୍ୟ କିମ୍ବା କୌଣସିଥିରେ ସଫଳତା ପାଇ ନ ଥାନ୍ତି। ଯେଉଁ ଓଟ କଣ୍ଟାର ଆଘାତରେ କ୍ଷତାକ୍ତ ହୋଇନି ସେ କେବେ ମରୁଝରର ସନ୍ଧାନ ପାଇନାହିଁ। ଓଡ଼ିଶାର ସଂସ୍କୃତି ବଞ୍ଚତ୍ଛି ତାର ରୀତିନୀତି, ଢ଼ଗଢ଼ମାଳି, ପଲ୍ଲୀଗୀତି, ନବବଧୁର ପଣତ କାନିରେ ଓ ନଈ ତୁଠର ଟାହିଟାପରାରେ, ଆଇ ମାର ପଣତ କାନିରେ, ପାନଖିଆ ଅଜାର ବଟୁଆ ଭିତରେ। ଜନଜୀବନର ମୂଳ ଆଧାର ହେଉଛି ଜଗନ୍ନାଥ ସଂସ୍କୃତି। ଓଡ଼ିଆର ଏତିହ୍ୟ, ପରମ୍ପରା, ସଂସ୍କୃତିକୁ ଯେତେବେଳେ କେହି ଅବନତ କରିବାକୁ ଚେଷ୍ଟା କରିଛି ସେତେେବେଳେ ତାହା ନୂଆ ରୂପରେ ନୂଆ ତେଜରେ ପୁନଃ ଆତ୍ମ ପ୍ରକାଶ କରିଛି। କାହିଁକି ନା ଆମ ଅତୀତର ଐତିହ୍ୟ ସୁସଂହତ ଓ ଗରିମାମୟ ବୋଲି ଦାସ କହିଥିଲେ। ଆସର ଉତ୍ସର୍ଗ ହୋଇଥିଲା ଜିଲାର ଯୋଗଜନ୍ମା ଧୂଳି ମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀଙ୍କ ଉଦ୍ଦେଶ୍ୟରେ। ସାରସ୍ବତ ଆସରର ଶୀର୍ଷକ ଥିଲା ସଂସ୍କୃତି ଓ ସ୍ବାଭିମାନ। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାଠାଗାର ଆନ୍ଦୋଳନକୁ ଜିଲାରେ ବ୍ୟାପକ କରିବାର ଲକ୍ଷ୍ୟନେଇ ଜିଲାର ସମସ୍ତ ବିଦ୍ୟାଳୟରେ ଲାଇବ୍ରେରିକୁ ସୁସଙ୍ଗଠିତ କରି ପୁସ୍ତକ ପଠନ ପ୍ରତି ଆକର୍ଷଣ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଥିବା କହିଥିଲେ। ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ପାଠାଗାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରି ଏକ ସଂସ୍କୃତି ସମ୍ପନ୍ନ ଜାତି ଗଠନ କରିଥାଏ ବୋଲି କହିବା ସହ ଶେଷରେ ଧନ୍ୟବାଦ ଦେଇଥିଲେ। ଜିଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri