ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସୋନପୁର,୨୬।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶରତ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆର ମୂଳୋତ୍ପାଟନ ସମ୍ଭବ ବୋଲି କହିଥିଲେ। ଜିଲା ମ୍ୟାଲେରିଆ ଅଧିକାରୀ ତଥା ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡାକ୍ତର ନବ କିଶୋର ବେହେରା ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଜିଲାର ସ୍ଥିତି ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ନିରୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପୂର୍ବରୁ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ସନ୍ତୋଷ ସାହୁଙ୍କ ଲିଖିତ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରିଥିଲେ। ସଭା ଶେଷରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସହକାରୀ ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଭିବିଡି କନସଲଟାଣ୍ଟ ଚନ୍ଦ୍ରଶେଖର ମିଶ୍ର, ପ୍ରମୋଦ ସାହୁ, ତାରିଣୀ ପାତ୍ର ଓ ଅଜୟ ଜେନା ପ୍ରମୁଖ କାଯର୍‌ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏନଏଚଏମ ଡିପିଏମ ମୌସୁମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଯେ, ଉଲୁଣ୍ଡା, ବୀରମହାରାଜପୁର ଓ ଡୁଙ୍ଗୁରିପାଲି ବ୍ଲକର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ସଚେତନତା, ମଶାରି ପ୍ରଦାନ ଯୋଗୁଁ ସ୍ଥିତିର ଯଥେଷ୍ଟ ଉନ୍ନତି ଆସିଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଆଶକର୍ମୀଙ୍କ ଉଦ୍ୟମ ଯୋଗୁଁ ବିଗତ ପାଞ୍ଚ ବର୍ଷରେ ଜିଲାରେ ମ୍ୟାଲେରିଆ ଜନିତ ମୃତ୍ୟୁ ଶୂନ୍ୟ ରହିଛି । ଜିଲାରେ ଏହା ଲଲ୍ଲେଖନୀୟ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

କାର୍‌ରେ ଆସୁଥିବାବେଳେ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ଚରମାଳ ଅଞ୍ଚଳରେ ମାଓବାଦୀ ସକ୍ରିୟ, ଜାରି ରହିଛି ସର୍ଚ୍ଚ ଅପରେଶନ

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ବହୁଦିନର ନୀରବତା ପରେ ସମ୍ବଲପୁର ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଉଠିଥିବା ଅନୁମାନ କରାଯାଉଛି। ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମ...

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ: ଚାଷୀ ହେଉଛନ୍ତି ହଟହଟା

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର):ସମ୍ବଲପୁର ଜିଲାରେ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ। ଧାନ ସଂଗ୍ରହ ପାଇଁ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର,୪ା୬(ପ୍ରମୋଦ ବହିଦାର):ସମ୍ବଲପୁର ବରେଇପାଲି ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଓଏପିଏଫ୍‌ କନଷ୍ଟେବଲ। ସେ ହେଉଛନ୍ତି...

ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସହରରେ ପ୍ରତିବର୍ଷ ପାଳିତ ହେଉଥିବା ଶୀତଳ ଷଷ୍ଠୀ ଉତ୍ସବ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ...

କୋଟିପତି ଯନ୍ତ୍ରୀ: ସମ୍ବଲପୁରରେ ରହିଛି ୨ ପ୍ଲଟ୍‌, ନଗଦ ୫୦ ଲକ୍ଷ ଟଙ୍କା ସହ ଘରୁ ବାହାରିଲାଣି ୧୦ ଭରି ସୁନା

ରାୟଗଡ଼ା,୨୯ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଷାନ ଭିଜିଲାନ୍ସରେ ଧରା ପଡ଼ିଥିଲେ। ଯନ୍ତ୍ରୀ କିଷାନ ରାତି ପ୍ରାୟ ୭.୩୦ରେ ଜଣେ...

ମନ୍ଦିର ରୋଷ ଘରେ ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ: ପ୍ରବଳ ରକ୍ତସ୍ରାବ ହେବାରୁ…

ଜମନକିରା,୨୬ା୫(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମାସ୍ଥିତ ବାବା ମୁକ୍ତେଶ୍ୱର ମନ୍ଦିର ରୋଷେଇ ଗୃହରେ ରବିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri