ସାମୁଦ୍ରିକ ଥାନା ଜଳ ସୀମାକୁ ନେଇ ଦ୍ୱନ୍ଦ୍ୱ

ପାରାଦୀପ,୨ା୮(ସ୍ବ.ପ୍ର.): ପାରାଦୀପରେ ଦୁଇଟି ସାମୁଦ୍ରିକ ଥାନା ରହିଛି। ଗୋଟିଏ ହେଲା ନେହେରୁ ବଙ୍ଗଳାରେ ଥିବା ସାମୁଦ୍ରିକ ଥାନା ଓ ଅନ୍ୟଟି ହେଲା ନୂଆ ବଜାରସ୍ଥିତ ଜଟାଧାର ମୁହାଣ ସାମୁଦ୍ରିକ ଥାନା। ସ୍ଥଳଭାଗରେ ଦୁଇ ଥାନାର ସୀମା ନିର୍ଦ୍ଧାରଣ କରାଯାଇଛି। ଯେପରି କି ଜଟାଧାର ଥାନାର ସୀମା ବନ୍ଦର ୫ନଂ. ଗେଟ୍‌ଠାରୁ ବିଶୋଧନାଗାର ସାଉଥ୍‌ ଗେଟ୍‌ ଭୋସ୍କାଲିସ ପଏଣ୍ଟ ପର୍ଯ୍ୟନ୍ତ ଓ ନେହେରୁ ବଙ୍ଗଳା ଥାନା ସୀମା ସ୍ଥଳଭାଗର ବନ୍ଦର ପୋତାଶ୍ରୟ ପ୍ରବେଶପଥଠାରୁ ମହାନଦୀ ମୂହାଣ ପର୍ଯ୍ୟନ୍ତ। କିନ୍ତୁ ଜଳଭାଗର ସୀମା ଅଦ୍ୟାବଧି ନିର୍ଦ୍ଧାରଣ ହୋଇପାରିନାହିଁ। ତେଣୁ ସମୁଦ୍ରରେ କିଛି ଦୁର୍ଘଟଣା ବା ଅପରାଧ ଘଟିଲେ କେଉଁ ଥାନାରେ ଅଭିଯୋଗ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମଙ୍ଗଳବାର ସମୁଦ୍ରର ଏସ୍‌ପିଏମ୍‌ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ପାଖରେ ଜଣେ ମତ୍ସ୍ୟଜୀବୀ ଟ୍ରଲରରୁ ଖସିପଡି ନିଖୋଜ ହୋଇଯାଇଥିଲେ। ସେହି ସୀମା କେଉଁ ଥାନା ଅଧୀନରେ ରହିଛି, ତାହା ସ୍ପଷ୍ଟ ନ ହେବାରୁ ସମ୍ପୃକ୍ତ ଟ୍ରଲର ମାଲିକ ଭାଗବତ ନାୟକ ଅଭିଯୋଗ କରିବାକୁ ଦୁଇ ଥାନାକୁ ରାତି ୧୧ଟା ପର୍ଯ୍ୟନ୍ତ ଦୌଡ଼ିଥିଲେ। ଶେଷରେ କୂଳରୁ ସିଧା ପାଣିକୁ ଲକ୍ଷ୍ୟ କରାଯାଇ ଜଟାଧାର ଥାନାରେ ନିଖୋଜ ରିପୋର୍ଟ ଦିଆଯାଇଥିଲା। ଏ ସମ୍ପର୍କରେ ଜଟାଧାର ସାମୁଦ୍ରିକ ଥାନା ଅଧିକାରୀ ଭରତ କୁମାର ବେହେରା କହିଛନ୍ତି ଯେ, ସ୍ଥଳଭାଗର ସୀମା ଅନୁସାରେ ଆକଳନ କରାଯାଇ ମାମଲା ରୁଜୁ କରାଯାଇଛି। ସମୁଦ୍ରରେ ସାମୁଦ୍ରିକ ଥାନାର ସୀମା କେତେ ପଚାରିବାରେ ସେ ଜାଣି ନ ଥିବା କହିଥିଲେ। ସୂଚନାଯୋଗ୍ୟ, ୨୦୦୯ ବ୍ଲାକରୋଜ ବୁଡି ଘଟଣାବେଳେ ସାମୁଦ୍ରିକ ଥାନାର ସୀମା କୂଳଠାରୁ ୬ ନଟିକାଲ ମାଇଲ (୯ କିମି) ବୋଲି କୁହାଯାଇଥିଲା। ଏବେ ସମୁଦ୍ରରେ ପାଟ୍ରୋଲିଂ ହେଉ ନ ଥିବାରୁ ଥାନାର ସୀମା ନିର୍ଦ୍ଧାରଣ କରିବାରେ ମେରାଇନ୍‌ ଥାନା ବିଫଳ ହେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶୃଙ୍ଖଳିତ ସଦସ୍ୟଙ୍କ ପାଇଁ ଆସୁ ଆଇନ: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର,୨୯।୮(ବ୍ୟୁରୋ): ପାର୍ଲାମେଣ୍ଟ ତଥା ରାଜ୍ୟଗୁଡିକର ବିଧାନସଭା ଚାଲିଥିବା ସମୟରେ ଅନେକ ସଦସ୍ୟ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହାଦ୍ୱାରା ଭାରତୀୟ ଗଣତନ୍ତ୍ରର ମହାନ ସଂସଦୀୟ ପରମ୍ପରା...

ସିମେଣ୍ଟ ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ ନେଇଗଲେ ୫୦ ହଜାର

ଦିଗପହଣ୍ଡି,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଁୟା ଛକ ମୁଖ୍ୟରାସ୍ତାରେ ଥିବା ଅର୍ଣ୍ଣପୂର୍ଣା ସିମେଣ୍ଟ ଲୁହାଛଡ଼ ଦୋକାନରୁ ଚୋରି ହୋଇଥିବା ରବିବାର ଅଭିଯୋଗ ହୋଇଛି।...

ସ୍କୁଲ ବ୍ୟାଗ୍‌ ଓଜନ ସମ୍ପର୍କିତ ଜନସ୍ବାର୍ଥ ମାମଲା: ୪ ସପ୍ତାହରେ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୬।୮: ରାଜ୍ୟରେ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟାଗ ଓଜନକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ୪ମାସ ମଧ୍ୟରେ ଉକ୍ତ ନିୟମ କଡ଼ାକଡ଼ି...

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ କୁମାର ଦାସ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ ରଞ୍ଜନ କୁମାର ଦାସ ବିଭାଗର ସଚିବ ଭାବେ କାର୍ଯ୍ୟ...

ଶୁଖୁଆ ହାଟ ପଡିଆରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଗଞ୍ଜାମ,୨୨ା୫(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ହୁମ୍ମା ଶୁଖୁଆ ହାଟ ପଡ଼ିଆରୁ ଶୁକ୍ରବାର ଅପରାହ୍ନରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଶିଶୁପୁତ୍ର ପଡ଼ିଥିବା ଦେଖି...

ଆର୍‌. ମାଙ୍ଗା ବାବୁ ନୂଆ ଜିଏସ୍‌ଟି ମୁଖ୍ୟ ଆୟୁକ୍ତ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଜିଏସ୍‌ଟି କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ, ଭୁବନେଶ୍ୱର ଜୋନର ମୁଖ୍ୟ ଆୟୁକ୍ତ ଭାବେ ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ଆର୍‌....

ନିଆଁରେ ପୋଡ଼ି ଯୁବତୀଙ୍କ ଜୀବନ ଗଲା

ରାଉରକେଲା ଅଫିସ,୧୧ା୨: ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅର୍ନ୍ତଗତ ନୂଆବସ୍ତିର ଜଣେ ଯୁବତୀ ଗୁରୁବାର ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଆଫ୍ରିନ ଖାତୁନ(୧୯)।...

କାର୍ଯ୍ୟରେ ଅବହେଳା: ନିଲମ୍ବିତ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ

ପଦ୍ମପୁର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରି ତାପସ ରଞ୍ଜନ ଜେନା ଓ କନିଷ୍ଠ ଯନ୍ତ୍ରୀ ଦେବକାନ୍ତ ନାୟକଙ୍କୁ ଶନିବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।...

Advertisement
Archives

Model This Week