ସାମାଜିକ ଦୂରତ୍ୱ ଉଲ୍ଲଂଘନ: ପୋଲିସ ଅସହାୟ

ପୁରୀ ଅଫିସ,୨୩ା୫: ମହାମାରୀ କରୋନା ହୁ ହୁ ହୋଇ ମାଡ଼ୁଛି। ଏହାକୁ କିପରି ମୁକାବିଲା କରାଯାଇପାରିବ ସେଥିଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ ଗାଇଡ୍‌ଲାଇନ ଅନୁସାରେ କୌଣସି ଗୋଟିଏ ଜାଗାରେ ଲୋକେ ସମାଗମ ହେବେ ନାହିଁ, ସାମାଜିକ ଦୂରତା ରକ୍ଷା ଦିଗରେ ସମସ୍ତେ ଗୁରୁତ୍ୱ ଦେବେ। ହେଲେ ଏହି ନିୟମକୁ ଖୋଲାଖୋଲି ଭାବେ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଉଲ୍ଲଂଘନ କରାଯାଇଛି। ଶୁକ୍ରବାର ଅପରାହ୍ନରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ମହାପ୍ରସାଦ ନେବା ଲାଗି ଏମିତି ଗହଳି ହୋଇଥିଲା।
ସାବିତ୍ରୀ ବ୍ରତ ଅବସରରେ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ବେଢା ପରିସରସ୍ଥ ସାବିତ୍ରୀ ମନ୍ଦିରରେ ସକାଳୁ ସଧବାମାନେ ଧାଡ଼ି ଲଗାଇ ପୂଜାର୍ଚ୍ଚନା କରିଥାନ୍ତି। ପରେ ଆନନ୍ଦବଜାରରେ ମହାପ୍ରସାଦ ପାଇ ଫେରିଥାନ୍ତି। ଏହିଦିନ ପୁରୀ ସହରର ପ୍ରାୟ ଅଧିକାଂଶ ପରିବାର ମହାପ୍ରସାଦ ସେବନ କରିଥାନ୍ତି। କିନ୍ତୁ ଏଥର କରୋନା ପାଇଁ ଏଥିରେ ବ୍ୟତିକ୍ରମ ଘଟିଛି। ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ଭକ୍ତ ଯାଉନାହାନ୍ତି। ତେଣୁ ଶୁକ୍ରବାର ମହାପ୍ରସାଦ ନେବା ପାଇଁ ଶହ ଶହ ଭକ୍ତ ଉତ୍ତର ଦ୍ୱାରରେ ଭିଡ଼ ଲଗାଇଥିଲେ। ପୂର୍ବରୁ ଅର୍ଡର ପାଇଥିବା ଅନୁସାରେ ସୁଆର ସେବକମାନେ ସେମାନଙ୍କୁ ଆଣି ଉତ୍ତର ଦ୍ୱାରରେ ମହାପ୍ରସାଦ ଦେଉଥିଲେ। ସେହିପରି କେତେଜଣ ବୋଝିଆ ବି ଶ୍ରଦ୍ଧାଳୁଙ୍କ କହିବା ମୁତାବକ ଆନନ୍ଦ ବଜାରରୁ ମହାପ୍ରସାଦ ଆଣି ଯୋଗାଇ ଦେଉଥିଲେ। ଏଥିପାଇଁ ଗହଳି ଏମିତି ହୋଇଥିଲା ଯେ, ଅପରାହ୍ନ ୧ଟାରୁ ପ୍ରାୟ ଦୁଇଘଣ୍ଟା ଧରି ଉତ୍ତର ଦ୍ୱାର ସମ୍ମୁଖ ରାସ୍ତା ଦେଇ ଯିବା ଅସମ୍ଭବ ହୋଇପଡ଼ିଥିଲା। ତେବେ ସବୁଠୁ ଉଦ୍‌ବେଗର ବିଷୟ ଯେ, ପୋଲିସ ଆଗରେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିଲା। ପୋଲିସ ସତେ ଯେମିତି ହାତ ଟେକିଦେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପ୍ରସିଦ୍ଧ ମାଘମେଳା

ଢେଙ୍କାନାଳ ଅଫିସ, ୨୫।୨: ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ଗୁରୁବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ନୂଆ ରୂପରେ ଫେରିଥିବା କରୋନା ଭୂତାଣୁ ଅଧିକ ମାରାତ୍ମକ ହୋଇଥିବାରୁ...

ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା

ଆସିକା,୨୦ା୪(ଡି.ଏନ୍‌.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ମେ ୧୨ରେ ଅନୁଷ୍ଠିତ ହେବ। ଏଥିପାଇଁ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଶୁକ୍ରବାରଠାରୁ...

ହୋଟେଲରେ ନକଲି ବିଦେଶୀ ମଦ କାରଖାନା

ସୋର,୨୮।୨(ଡି.ଏନ.ଏ.)- ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ଓ ଗୁଇନ୍ଦା ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦିଲ୍ଲୀପ...

ନାମାଙ୍କନପତ୍ର ଦାଖଲକଲେ ଭାଜପା ପ୍ରାର୍ଥୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ରାଜକିଶୋର ବେହେରା ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଅତିରିକ୍ତ ଜିଲାପାଳଙ୍କୁ ତାଙ୍କର ନାମାଙ୍କନପତ୍ର...

ବାଜପେୟୀଙ୍କ କବିତା ମାଧ୍ୟମରେ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।ରବିବାର ରାତି ୯ଟା ୯ ମିନିଟରେ ସମସ୍ତେ ବିଜୁଳି ବତୀ ଲିଭାଇ ଦୀପ...

ବୋଡେନ ପଞ୍ଚାୟତ ସମିତି ବୈଠକ: ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

ବୋଡେନ,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ବୋଡେନ ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ ଷଷ୍ଠ ସମିତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ପ୍ରେମଶିଳା ନାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ...

ନିଷ୍କାସନ ହୋଇପାରୁନି ବର୍ଷାଜଳ : ଡ୍ରେନ୍‌ ନିର୍ମାଣ ଦାବି କଲେ ଅଞ୍ଚଳବାସୀ

ମାଲକାନଗିରି,୩୦ା୬(ସ୍ବ.ପ୍ର.) : ମାଲକାନଗିରି ଜିଲା ସଦର ମହକୁମା ପୌରପରିଷଦ ଅଞ୍ଚଳର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତାର ପରିମଳ ବ୍ୟବସ୍ଥା ବିଗିଡ଼ିଛି। ଜଳ ନିଷ୍କାସନ ହୋଇପାରୁ...

‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୫।୧(ସ୍ବ.ପ୍ର./ଡି.ଏନ୍‌.ଏ.) କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ...

Advertisement

BGU

Archives

Model This Week

Why Dharitri