ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ ଫୋରମ୍‌ର ୧୨ ସଦସ୍ୟ ରାଷ୍ଟ୍ର ଦ୍ୱାରା ସରକାରୀ ସ୍ତରରେ ଏପ୍ରିଲ ୨୦୧୨ରେ ଏହି ଦିବସକୁ ମନ୍ୟତା ପ୍ରଦାନ କରାଯାଇଥିଲା ।  ଜର୍ମାନୀର ବର୍ଲିନ ସ୍ଥିତ ହମବୋଲ୍ଡଟ ବିଶ୍ୱବିଦ୍ୟାଳୟରେ ଏହିି ଫୋରମର ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍‌ଟିକ ସି ଏନ୍‌ଜିଓ ଫୋରମ୍‌ର ସଦସ୍ୟ ରାଷ୍ଟ୍ର ବେଲାରୁଷ୍‌ ,ଡେନ୍‌ମାର୍କ,ଏଷ୍ଟୋନିଆ,ଫିନ୍‌ଲାଣ୍ଡ,ଜର୍ମାନୀ,ଆଇସ୍‌ଲ୍ୟାଣ୍ଡ,ଲାଟ୍‌ଭିୟା,ଲିଥୁଆନିଆ,ପୋଲାଣ୍ଡ, ରୁଷିଆ,ନରଓ୍ବେ ଓ ସ୍ବିଡେନ ରହିଥିଲେ। ୟୁରୋପୀୟ ସଂଘ ଓ ଜାତିସଂଘର ନେତୃବୃନ୍ଦ ତଥା ଆନ୍ତର୍ଜାତିକ ସଂଗଠନଗୁଡିକ ଦ୍ୱାରା ୨୭ ଫେବୃୟାରୀ,୨୦୧୪ରେ ଫିନ୍‌ଲାଣ୍ଡର ହେଲ୍‌ସିଙ୍କିରେ ପ୍ରଥମ ଥର ଏହାକୁ ପାଳନ କରାଯାଇଥିଲା। ଏହି ଦିବସକୁ ୨୭ ଫେବୃୟାରୀରେ ବ୍ରିଟେନ୍‌ର ମାନବବାଦୀ ମାର୍କିସ ଲିଓର୍ସ ସ୍କାଡ୍‌ମାନିସ ପ୍ରତିଷ୍ଠା କରିଥିଲେ।
ଏନ୍‌ଜିଓରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସମାଜ ଓ ବ୍ୟକ୍ତଗତ ଜୀବନ ମଧ୍ୟରେ ଅଧିକ ସମନ୍ବୟ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ବିଶ୍ୱ ଏନ୍‌ଜିଓ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପରସ୍ପର ମଧ୍ୟରେ ଜ୍ଞାନ ଓ ଅନୁଭବ ଆଦାନ ପ୍ରଦାନ ଲାଗି ଏହି ଦିବସରେ ସୁଯୋଗ ମିଳେ। ଏନଜିଓର ସମାଜରେ କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଏ। ଏହି ଅବସରରେ ଏନ୍‌ଜିଓ ପ୍ରତିଷ୍ଠାତା,କର୍ମଚାରୀ,ସ୍ବୟଂସେବକ, ସଦସ୍ୟ ଓ ସମର୍ଥକଙ୍କୁ ମନେପକାଇବା ସହ ସମ୍ମାନିତ କରାଯାଏ। ୨୦୧୦ରୁ ୨୦୧୯ ମଧ୍ୟରେ ବିଶ୍ୱ ଏନ୍‌ଜିଓ ଦିବସ ବିଶ୍ୱର ପ୍ରାୟ ୯୬ ଟି ଦେଶରେ ପାଳନ କରାଯିବା ଦେଖାଯାଇଛି। ସାମାଜିକ , ଅର୍ଥନୈତିକ , ପରିବେଶ, ମାନବିକ ଅଧିକାର ଆଦି କ୍ଷେତ୍ରରେ ବିକାଶ ଆଣିବା ତଥା ଲୋକମାନଙ୍କର ଏହି କ୍ଷେତ୍ରରେ ଯୋଗଦାନକୁ ପ୍ରୋତ୍ସାହିତ କରିବାରେ ଏନ୍‌ଜିଓର ଭୂମିକା ଯଥେଷ୍ଟ ରହିଛି। ଏଣୁ ବିଭିନ୍ନ କ୍ଷେତ୍ରରେ ଏନଜିଓର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରିବା ଲାଗି ଏହି ଦିବସ ଆହ୍ବାନ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ...

ନାଟୋ ଯୋଗୁ ଆରମ୍ଭ ହୋଇଛି ୟୁକ୍ରେନ୍‌ ଯୁଦ୍ଧ, କହିଲେ ଖାମନେଇ…

ତେହେରାନ/ମସ୍କୋ,୨୧।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅପରପକ୍ଷରେ ଇରାନ ଗସ୍ତରେ ଆସିଥିବା...

ସୁପ୍ରିମ୍‌କୋର୍ଟ ବିରୋଧରେ ପଦକ୍ଷେପ ଗ୍ରହଣ କଲା ପାକିସ୍ତାନର ଶାସକ ମେଣ୍ଟ…

ଇସଲାମାବାଦ,୨୫।୨ : ଶାସକ ମିଳିତ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। ପଞ୍ଜାବ ଏବଂ ଖାଇବର ପାସ୍ତୁନଖ୍ବା...

ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟ ଉପରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ଲଣ୍ଡନ,୪ ।୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ(ପିଏମଏଲ-ଏନ)ର ସୁପ୍ରିମୋ ନୱାଜ ଶରିଫଙ୍କ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟରେ ରବିବାର ରାତିରେ ଆକ୍ରମଣ ହୋଇଛି...

୫ ଦେଶକୁ ଛୁଇଁନି କରୋନା

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା କବଳରେ ପଡ଼ିଛି ପୃଥିବୀ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଘାତକ ରୋଗରେ ଊଣା ଅଧିକେ...

ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍‌ ରୁହେ ସକ୍ରିୟ…

ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା...

ଏବେ ଲଣ୍ଡନର ରାଜ ପରିବାର ଗରମ ପାଣିରେ ଗାଧୋଇବେ ନାହିଁ! ବଢୁଥିବା ଖର୍ଚ୍ଚର ମୁକାବିଲା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କିଙ୍ଗ ଚାଲର୍‌ସ

ଲଣ୍ଡନ,୧।୭: ଇଂଲଣ୍ଡର ରାଜା ଚାଲର୍‌ସଙ୍କ ଘରର ଖର୍ଚ୍ଚ ବହୁତ ବୃଦ୍ଧି ପାଇଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ ପରିବାରର ଖର୍ଚ୍ଚର ମୂଲ୍ୟ ୧୦୭.୫ ନିୟୁତ...

ଯୁଦ୍ଧର ପ୍ରଭାବ, ୧୦୦ କମ୍ପାନୀର ୩.୪୦ ଲକ୍ଷ କୋଟି ଚୁକ୍ତି ବାତିଲ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପୃଥିବୀର ବହୁ କମ୍ପାନୀ କ୍ଷତି ସହିଛନ୍ତି। ବିଶ companies ର କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିଛନ୍ତି। ଯୁଦ୍ଧର...

Advertisement
Archives

Model This Week