ଭୁବନେଶ୍ୱର, ୨୫ ।୪(ବ୍ୟୁରୋ)- ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସ ମଙ୍ଗଳବାର ବ୍ୟସ୍ତଥିବାବେଳେ ଏପଟେ ରାସ୍ତା ଓ ବଜାରରେ ମାତିଥିଲେ ଲୁଟେରା। ତେବେ ଲୁଟେରା ଜଣକ ଏକ ଦମ୍ପତିଙ୍କଠାରୁ ଲୁଟ୍ କରି ପଳାଉଥିବାବେଳେ ୪ଜଣ ସାମାଜିକ କର୍ମୀ ଗୋଡ଼ାଇ କାବୁ କରିବା ଓ ଲୁଟେରା ଜଣକ ହେଲ୍ମେଟ୍ରେ ଆକ୍ରମଣ କରି ଖସିିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖାରବେଳନଗର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ରାଜସ୍ଥାନର ସୁଧାକର ରତ୍ଓ୍ବା ଖଣ୍ଡଗିରି ଅଞ୍ଚଳରେ ପରିବାର ସହ ରହିବା ରୁହନ୍ତି। ସେ ଏକ ଘରୋଇ କଲେଜର କର୍ମଚାରୀ। ମଙ୍ଗଳବାର ସନ୍ଧ୍ୟାରେ ସୁଧାକର ତାଙ୍କ ସ୍ତ୍ରୀ ଭାରତୀଙ୍କ ସହ ମାଷ୍ଟର କ୍ୟାଣ୍ଟିନସ୍ଥିତ ଏକ ଜୁଏଲାରୀ ଦୋକନକୁ ଆସିଥିଲେ। ସେଠାରୁ ବାହାରିବାପରେ ଲୁଟେରା ଜଣକ ଭାରତୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ ଝାମ୍ପିନେଇ ଫେରାର ହୋଇଯାଉଥିଲେ। ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ଫନିକ୍ସ ସେବାର ସଦସ୍ୟମାନେ ଦୁଇଟି ବାଇକରେ ଉକ୍ତ ଲୁଟେରାଙ୍କ ପିଛା କରିଥିଲେ। କିଛି ସମୟ ପରେ ସେମାନେ ଅତି ସାହସିକତାର ସହ ଉକ୍ତ ଲୁଟେରାଙ୍କୁ ଗୋଡାଇ ରବି ଟକିଜ ଛକ ନିକଟରେ କାବୁ କରିଥିଲେ। କିଛି ସମୟ ଧରି ଲୁଟେରାଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷରେ ଲୁଟେରା ଜଣକ ପିନ୍ଧିଥିବା ହେଲ୍ମେଟ୍ରେ ଆକ୍ରମଣ କରିବା ସହ ନିଜ ବାଇକ୍ ଓ ଲୁଟ୍ ଭ୍ୟାନିଟ ବ୍ୟାଗ୍ ଛାଡ଼ି ଦୌଡ଼ିଥିଲେ। ପରେ ସାମାଜିକ କର୍ମୀମାନେ ସେସବୁକୁ ଆଣି ପୋଲିସ ଜିମା ଦେଇଛନ୍ତି। ଉକ୍ତ ବ୍ୟାଗରେ ନଗଦ ୪ ହଜାର ଟଙ୍କା, ନୂଆ ଅଳଙ୍କାର ଓ ଜରୁରୀ କାଗଜ ପତ୍ର ରହିଥିଲା। ଏନେଇ ପୋଲିସ ୧୧୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଲୁଟେରା ଛାଡ଼ିଯାଇଥିବା ବାଇକଟି ମଧ୍ୟ ଚୋରି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସାମାଜିକ କର୍ମୀଙ୍କୁ ହେଲ୍ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍ ଭ୍ୟାନିଟି ପୋଲିସ ଜିମା
ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କରି କହିଲେ…
ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...
ନୂଆ ଲୁକ୍ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…
ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ।...
ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW
ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...
ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…
ଭୁବନେଶ୍ବର, ୨/୧: ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...
ଗ୍ରୀନ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା, ସବୁ RTOରେ ଖୋଲିବ….
ଭୁବନେଶ୍ବର, ୨/୧: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ...
ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍, ତା’ ପରେ ଆଉ କେବେ ଜାଣନ୍ତୁ…
ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍ ଶନିବାର ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’...
ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍ଲାଇନ୍, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…
ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍ସ୍ଏସ୍, ଓଆରଏସ ପଦବି ନାହିଁ
ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍ଏସ୍ (OFS) ଏବଂ...
Archives


