ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି। କିନ୍ତୁ ଶାରିରୀକ ଅକ୍ଷମତା ବେଳେବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବାଧା ସୃଷ୍ଟି କରେ। ତାକୁ ଏଡାଇ ଯିଏ ନିଜର ସ୍ବପ୍ନ ପୂରଣ କରେ, ସେ ହିଁ ପ୍ରକୃତ ସାହସିକତାର ପରିଚୟ ପାଏ। ଏମିତି ଜଣେ ଯୁବତୀ ହେଉଛନ୍ତି ଜେସିକା କକ୍ସ। ସେ ବିଶ୍ୱର ଏକମାତ୍ର ମହିଳା, ଯେ କି ଗୋଡରେ ବିମାନ ଚଳାଉଛନ୍ତି। ଏଥିପାଇଁ ତାଙ୍କୁ ଲାଇସେନ୍ସ ମଧ୍ୟ ମିଳିଛି।
ଆମେରିକାର ଏରିଜୋନାରେ ଜନ୍ମଗ୍ରହଣ କରିଥିଲେ ଜେସିକା। ପିଲାଦିନରୁ ତାଙ୍କର ଦୁଇହାତ ନ ଥିଲା। ଫଳରେ ପ୍ଲାଷ୍ଟିକ୍‌ ହାତ ସହାୟତାରେ ୧୪ବର୍ଷ ପର୍ଯ୍ୟନ୍ତ ଦୈନନ୍ଦିନ କାର୍ଯ୍ୟ କରିଥିଲେ। କିନ୍ତୁ ଏହା ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ସେ ପ୍ଲାଷ୍ଟିକ ହାତ କାଢି ଗୋଡରେ କାମ କରିବା ଆରମ୍ଭ କରିଥିଲେ। ଖାଇବା, ଜୋତା ପିନ୍ଧିବା, ମୁଣ୍ଡ କୁଣ୍ଡାଇବାଠାରୁ ଆରମ୍ଭ କରି ଲେଖିବା, କମ୍ପ୍ୟୁଟର ଟାଇପ୍‌ କରିବା ପର୍ଯ୍ୟନ୍ତ ସବୁକିଛି ସେ ଗୋଡରେ କରିବାକୁ ଆରମ୍ଭ କଲେ। ଜେସିକା ପ୍ରତି ଏକ ମିନିଟରେ ୨୫ଟି ଶବ୍ଦ ଟାଇପିଂ କରିପାରୁଛନ୍ତି। ଧିରେ ଧିରେ ଏଥିରେ ପାରଙ୍ଗମ ମଧ୍ୟ ହୋଇଗଲେ। ତାଙ୍କୁ ୨୨ବର୍ଷ ହୋଇଥିବାବେଳେ ବିମାନ ଚଳାଇବା ଶିଖିଯାଇଥିଲେ। ତିନିବର୍ଷ ପରେ ତାଙ୍କୁ ଲାଇସେନ୍ସ ମିଳିଯାଇଥିଲା। ୩୪ବର୍ଷୀୟ ଜେସିକା ନୌଚାଳନା, ସ୍କୁବା ଡାଇଭିଂ ମଧ୍ୟ ଗୋଡରେ କରନ୍ତି। ବିବାହ ସମୟରେ ତାଙ୍କୁ ସ୍ବାମୀଙ୍କୁ ଗୋଡରେ ମୁଦି ପିନ୍ଧାଇଥିଲେ ସେ। ଜେସିକାଙ୍କ ଏଭଳି ନିଆରା କାର୍ଯ୍ୟଶୈଳୀ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏରୋପ୍ଲେନ୍‌ ପର୍ସ, ଏହା ବଦଳରେ କିଣିହେବ ସୁନ୍ଦର ଫ୍ଲାଟ୍‌, ଦାମ୍‌ ଜାଣିଲେ…

ଦିନଥିଲା ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଜିନିଷ କିଣୁଥିଲେ। କିନ୍ତୁ ବର୍ତ୍ତମାନ ଶୋ’ ଅଫ୍‌ ସମୟ ଆସିଛି। ପଡ଼ୋଶୀ କିଛି ଜିନିଷ କିଣିଲେ ସାମ୍ନାରେ ଥିବା...

ଭିକ୍କିଙ୍କ ଚରିତ୍ରରେ କ୍ୟାଟ୍ରିନା ଗର୍ବିତ

ମୁମ୍ବାଇ ଅଭିନେତା ଭିକ୍କି କୌଶଲଙ୍କ ଅଭିନୀତ ‘ସାମ୍‌ ବାହାଦୁର’ ଶୁକ୍ରବାର ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଏହା...

ହ୍ବିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ

ହରିୟାଣା ହ୍ବିଲ୍‌ଚେୟାର ସହିତ କାମ କରିବା ସାଧାରଣତଃ କଷ୍ଟକର ହୋଇଥାଏ। ହେଲେ ପଞ୍ଜାବ ଲୁଧିଆନାର ଜଣେ ମହିଳା ହ୍ବିଲ୍‌ଚେୟାର ସହିତ ନିଜ ଜୀବନକୁ ଅତ୍ୟନ୍ତ ସରଳ...

ଇଚ୍ଛାଶକ୍ତି ଥିଲେ ମିଳେ ସଫଳତା

ଜଣଙ୍କର ସଫଳତା ପ୍ରାପ୍ତିରେ ଦିବ୍ୟାଙ୍ଗତା ସମସ୍ୟା କୌଣସି ବାଧା ସୃଷ୍ଟି କରେନା। ଦୃଢ଼ ମନୋବଳ ଥିଲେ ଜୀବନରେ ସମସ୍ତ କ୍ଷେତ୍ରରେ ବିଜୟ ମିଳେ। ଦିବ୍ୟାଙ୍ଗଙ୍କ ମଧ୍ୟରେ...

ଯାତ୍ରୀବାହୀ ବସ ଉପରେ ଆଖିବୁଜା ମୁଳିମାଡ କଲେ ଆତଙ୍କବାଦୀ: ୮ ମୃତ…

ଇସଲାମାବାଦ,୩।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଘଟଣାରେ...

ଗଛ ସହିତ ମୁହାଁମୁହିଁ ଧକ୍କା ହେଲା ବିମାନ: ଜଣେ ରାଜନେତାଙ୍କ ସମେତ ୩ ମୃତ…

ଓ୍ବାଶିଂଟନ,୩।୧୨ : ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବିମାନ ଦୁର୍ଘଟଣାରେ ଜଣେ ରାଜନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଉଡ଼ାଣର କିଛି ସମୟ...

ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ

ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ...

ହିମାଳୟ ଅଞ୍ଚଳକୁ ସହାୟତା ଜରୁରୀ

ଦୁବାଇ,୩।୧୨: ହିମାଳୟର ହିମାବାହ ବିପଜ୍ଜନକ ହାରରେ ତରଳୁଥିବାରୁ ଏହାର ସମ୍ଭାବ୍ୟ ବିପତ୍ତିକୁ ନେଇ ଜାତିସଂଘ ମହାଚିବ ଆଣ୍ଟୋନିଓ ଗୁଟେରେସ୍‌ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri