ସାପକୁ ମାରି ମାଲିକଙ୍କ ପରିବାରକୁ ବଞ୍ଚାଇଲା ଡଗି

ଜୟପୁର,୧୨ା୧୧ (ନି.ପ୍ର/ଡ଼ି.ଏନ.ଏ): ନିଜ ଜୀବନକୁ ବାଜି ଲଗାଇ ୬ ପ୍ରାଣୀଙ୍କ ଜୀବନ ବଞ୍ଚାଇଛି ଘରର ପୋଷା କୁକୁର ଡଗି। ଏକ ବିଷଧର ନାଗ ସାପ ସହ ଅଧଘଣ୍ଟା ଧରି ଲଢେଇ କରି ଶେଷରେ ସାପକୁ ଦୁଇଖଣ୍ଡ କରି ଦେଇଛି ଡଗି। ଏପରି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରର ପାଓ୍ବାର ହାଉସ ରିଙ୍ଗ୍‌ରୋଡ଼ରେ।
ରିଙ୍ଗ୍‌ରୋଡ଼ ୭ମ ଗଳିରେ ଶଙ୍କର ପ୍ରସାଦ ତ୍ରିପାଠୀ ଓ ତାଙ୍କ ପରିବାର ରୁହନ୍ତି। ରବିବାର ଅପରାହ୍ନ ୩ଟାରେ ୫ ଫୁଟ ଲମ୍ବର ଏକ ନାଗସାପ ଘର ଭିତରକୁ ପ୍ରବେଶ କରିଥିଲା। ଘର ଅଗଣାରେ ଥିବା ପୋଷା କୁକୁର ସାପଟିକୁ ଦେଖି ଜୋରରେ ଭୁକିଥିଲା। କୁକୁର ଭୁକିବା ଶବ୍ଦ ଶୁଣି ପରିବାରର ସମସ୍ତ ସଦସ୍ୟ ବାହାର ଅଗଣାକୁ ଚାଲିଆସିଥିଲେ। କିନ୍ତୁ ଭୟରେ ସାପ ନିକଟକୁ କେହି ଯାଇ ନ ଥିଲେ। ପରେ ଶଙ୍କର ସ୍ଥାନୀୟ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳର ମୁଖ୍ୟ କୃଷ୍ଣକେଶବ ଷଡଙ୍ଗୀଙ୍କୁ ଯୋଗାଯୋଗ କରିଥିଲେ। ସେ ପହଞ୍ଚତ୍ବା ପୂର୍ବରୁ ସାପଟି ଡ଼ଗିକୁ ୨ ଥର ଚୋଟ ମାରିଥିଲେ ମଧ୍ୟ ତାହା ବାଜି ନ ଥିଲା। ପରେ ସାପ ଓ କୁକୁର ଡ଼ଗି ମଧ୍ୟରେ ଅଧ ଘଣ୍ଟା ଧରି ଲଢେଇ ହୋଇଥିଲା। ଶେଷରେ ଡଗି ସାପକୁ କାମୁଡ଼ି ୨ ଖଣ୍ଡ କରି ଦେଇଥିଲା। ସାପଟି ଫଣା ଟେକି କିଛି ସମୟ ରହିବା ପରେ ସେଠାରୁ ବାହାରକୁ ଚାଲିଯାଇଥିବା ଡଗିର ଲାଳନ ପାଳନ କରୁଥିବା ସଞ୍ଜୀବ ତ୍ରିପାଠୀ କହିିଛନ୍ତି। ପରେ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳର ମୁଖ୍ୟ ଷଡଙ୍ଗୀ ସାପଟିକୁ ଧରିଥିଲେ। ହେଲେ କିଛି ସମୟ ପରେ ସାପଟିର ମୃତ୍ୟୁ ହୋଇଥିଲା। ଡ଼ଗି ନିଜ ଜୀବନକୁ ବାଜି ଲଗାଇ ୬ ପ୍ରାଣୀର ଜୀବନ ବଞ୍ଚାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଟର ପ୍ଲେଟ ଚୋରି ମାମଲା: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ରାମଚନ୍ଦ୍ର ନଗରରେ ରାସ୍ତା ଓ ଡ୍ରେନ ନିର୍ମାଣ କରୁଥିବା ଠିକାଦାର ଦୁର୍ଗା ମାଧବ ସାହୁଙ୍କ...

ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟରେ ଆଇଏଫ୍‌ଏସ୍‌ ସ୍ତରରେ ଅଦଳ ବଦଳ ହୋଇଛି। ଏ ନେଇ ସୋମବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ...

ଟିକା ପାଇଁ ଚିଠି

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପ୍ରିଲ୍‌ ମାସରେ ଏଯାବତ୍‌ ୯୪,୫୯୬ ସଂକ୍ରମଣ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଟିକାକରଣ ଉପରେ...

ଆଦାୟ ହୋଇପାରେ ୭ଶହ କୋଟି

ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ...

ପଦ୍ମିନୀ କେୟାର ହସ୍ପିଟାଲ ଉଦ୍‌ଘାଟିତ

କଟକ ଅଫିସ, ୮ା୮: ପଦ୍ମିନୀ ରଥଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଜିଲା ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପରିସରରେ ସ୍ଥାପିତ ୪୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ପଦ୍ମିନୀ...

ଶେରଗଡ଼ର କୌଣସି ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ସେବା କେନ୍ଦ୍ର ପାଲଟିଛି ଭରସା, ଟଙ୍କା ପାଇଁ ଲୋକଙ୍କ ଭିଡ଼

ଶେରଗଡ଼,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଗତ କିଛି ଦିନ ହେଲା କୌଣସି ଏଟିଏମ୍‌ରେ ଟଙ୍କା ନାହିଁ। କେବଳ ବ୍ୟାଙ୍କରୁ ଗ୍ରାହକମାନେ ଟଙ୍କା ଉଠାଇ ନେଇପାରୁଛନ୍ତି। ଫଳରେ...

ସମ୍ବଲପୁରରେ କୋଭିଡ୍‌ ମେଡିକାଲ ଉଦ୍‌ଘାଟିତ

ସମ୍ବଲପୁର,୨୨ା୪(ବ୍ୟୁରୋ)-ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ୍‌-୧୯ ମେଡିକାଲକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଡିଆରଡିଏ ସମ୍ମିଳନୀ କକ୍ଷରେ...

ଉଜୁଡ଼ିପାରେ ରବି ଫସଲ

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ବର୍ଷା ନ ହେବାରୁ ରାଜ୍ୟରେ ଖରିଫ ଫସଲ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ପଶ୍ଚିମା ବାୟୁ ପ୍ରବାହ ଧୋକା ଦେବାରୁ ରାଜ୍ୟରେ ବର୍ଷା...

Advertisement
Archives

Model This Week