ସାଧାରଣ ସେବା କେନ୍ଦ୍ରରେ ମିଳିବ ଡିଏଲ୍‌ ଆବେଦନ ସୁବିଧା

ଭୁବନେଶ୍ୱର, ୬-୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ରର ସଫଳ ପ୍ରୟୋଗ ବାଣିଜ୍ୟ ଓ ପରିବହନ ବିଭାଗରେ କରାଯାଉଛି। ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଅଗ୍ରଗତି ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ଜନତା ଯେପରି ଆର୍‌ଟିଓ ନ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ସମସ୍ତ ସୁବିଧା ପାଇବେ, ସେ ଦିଗକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।
ଡ୍ରାଇଭିଂ ଲାଇସେନ୍ସ ଆବେଦନ(ଡିଏଲ୍‌), ପଞ୍ଜୀକରଣ ସାର୍ଟିଫିକେଟ୍‌ (ଆର୍‌ସି), ମାଲିକାନା ହସ୍ତାନ୍ତର ଏବଂ ରାଜସ୍ବ ଆଦାୟ ପ୍ରଭୃତି କାର୍ଯ୍ୟ ସାଧାରଣ ସେବା କେନ୍ଦ୍ର(ସିଏସ୍‌ସିଏସ୍‌) ଦ୍ୱାରା ଅନ୍‌ଲାଇନରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଉପରୋକ୍ତ ସେବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ସିଏସ୍‌ସିଏସ୍‌ ଦ୍ୱାରା ଉପଲବ୍ଧ କରାଯିବ। ଏଲ୍‌ଏଲ୍‌ ଏବଂ ଡିଏଲ୍‌ ପାଇଁ ସର୍ଭିସ୍‌ ଦେୟ ଅନ୍‌ଲାଇନ୍‌ ଜରିଆରେ ଆଦାୟ କରାଯିବ। ଏହାଦ୍ୱାରା ଆର୍‌ଟିଓରେ ଭିଡ଼ ହ୍ରାସ ପାଇବ। ନୂଆ ବ୍ୟବସ୍ଥା ଦ୍ୱାରା ଅନ୍‌ଲାଇନ୍‌ରେ ତଥ୍ୟ ଅପ୍‌ଲୋଡ୍‌ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ପ୍ରାୟ ୧୨ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ ବୋଲି ବାଣିଜ୍ୟ ଓ ପରିବହନ ସଚିବ ମତ ରଖିଛନ୍ତି। ଆର୍‌ସିଠାରୁ ଆରମ୍ଭ କରି ସିଏସ୍‌ସିଏସ୍‌ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ହାଇପୋଥେକେଶନ୍‌, ଠିକଣା ବଦଳ, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଏବଂ ଆର୍‌ସି ପୁନଃ ପଞ୍ଜୀକରଣ ଆଦି କରାଯିବ। ଏହା ଦ୍ୱାରା ପ୍ରାୟ ୧୦ ଲକ୍ଷ ଜନସାଧାରଣ ଉପକୃତ ହୋଇପାରିବେ। ଅନ୍‌ଲାଇନ୍‌ରେ ଥିବା ପରିବହନ ବ୍ୟବସ୍ଥା ଦ୍ୱାରା ମଧ୍ୟ ଦେୟ ପୈଠ କରାଯାଇପାରିବ। ବର୍ତ୍ତମାନ ସ୍ଥିତିରେ ପ୍ରାୟ ୬୫ ପ୍ରତିଶତ ରାଜସ୍ବ ସଂଗ୍ରହ ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା କରାଯାଉଛି। ଆସନ୍ତା ୨୦୨୦ ମାର୍ଚ୍ଚ ଶେଷସୁଦ୍ଧା ଏହାକୁ ୯୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଅକ୍ଟୋବର ସୁଦ୍ଧା ୧୦୦୪ କୋଟି ଟଙ୍କାର ରାଜସ୍ବ ସଂଗୃହୀତ କରାଯାଇଛି। ଗତବର୍ଷରେ ଏହି ଆଦାୟ ୧୦୦୧ କୋଟି ରହିଥିଲା। ବାଣିଜ୍ୟ ଓ ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର କହିଥିଲେ ଯେ, ସଂଗୃହୀତ ହୋଇଥିବା ପ୍ରାୟ ୮୦ ପ୍ରତିଶତ ରାଜସ୍ବ ପଞ୍ଜୀକରଣ ଏବଂ ନୂଆ ଯାନବାହନ କ୍ରୟ ବାବଦ କରରୁ ସଂଗ୍ରହ କରାଯାଇଛି। ସେହିପରି ସମସ୍ତ ଯାନବାହନକୁ ସରକାରୀ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ମନୋଜ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri