Posted inଖେଳ

ସାଧାରଣତନ୍ତ୍ର ଦିବସରେ ଟିମ୍‌ ଇଣ୍ଡିଆର ଭେଟି

ଅକ୍‌ଲାଣ୍ଡ,୨୬।୧- ଦେଶର ୭୧ତମ ସାଧାରଣତନ୍ତ୍ର ଦିବସରେ ବିଜୟ ଭେଟି ଦେଇଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ଇଡେନ ପାର୍କରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ଭାରତ ସହଜରେ ଜିତିନେଇଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ଲୋକେଶ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଭାରତ ୧୭.୩ ଓଭରରେ ହାସଲ କରିଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୩୨ ରନ୍‌ କରିଥିଲା। ଦଳ ପାଇଁ ମାର୍ଟିନ ଗୁପ୍‌ଟିଲ ୩୩, ଟିମ ସେଫର୍ଟ ୩୩ ଓ କଲିନ ମୁନ୍‌ରୋ ୨୬ ରନ୍‌ କରିଥିଲେ। ଭ୍ରମଣକାରୀ ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ୨ ଉଇକେଟ ଅକ୍ତିଆର କରିଥିବାବେଳେ ଶାର୍ଦ୍ଦୁଳ ଠାକୁର, ଯଶ୍‌ପ୍ରୀତ ବୁମରା ଓ ଶିବମ୍‌ ଦୁବେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ରୋହିତ ଶର୍ମା (୮) ଶସ୍ତାରେ ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପଡ଼ିଥିଲା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଳି। ସେ ମାତ୍ର ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତୃତୀୟ ଉଇକେଟ ପାଇଁ ରାହୁଲ ଓ ଶ୍ରେୟାସ ଆୟାର ୮୬ ରନ୍‌ର ଭାଗୀଦାରି କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଆୟାର ୪୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଅଲରାଉଣ୍ଡର ଶିବମ୍‌ ଛକା ଲଗାଇ ମ୍ୟାଚ୍‌ ଶେଷ କରିଥିଲେ। ଫଳରେ ଭାରତ ୧୭.୨ ଓଭରରେ ୩ ଉଇକେଟ ବିନିମୟରେ ୧୩୫ ରନ୍‌ କରି ମ୍ୟାଚ୍‌ ଜିତି ନେଇଛି। ବିଜୟୀ ଦଳ ପକ୍ଷରୁ ରାହୁଲ ୫୭* ରନ୍‌ କରିଥିଲେ। ତାଙ୍କ ଇନିଂସରେ ଥିଲା ୩ ଚୌକା ଓ ୨ ଛକା। ଶିବମ୍‌ ୮ ରନ୍‌ କରି ଅପରାଜିତ ଥିଲେ। ଘରୋଇ ଦଳ ଲାଗି ଟିମ୍‌ ସୌଦି ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ମାର୍କ ଉଡ୍‌

ଆଣ୍ଟିଗୁଆ,୧୮।୩: ଆଇପିଏଲ୍‌-୨୦୨୨ ଖେଳିବେ ନାହିଁ ଇଂଲଣ୍ଡର ଦ୍ରୁତ ବୋଲର୍‌ ମାର୍କ ଉଡ୍‌। କହୁଣୀରେ ଆଘାତ ଲାଗିଥିବାରୁ ସେ ସିଜନରୁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ...

ଟେଷ୍ଟ କ୍ରିକେଟରୁ ଷ୍ଟେଇନଙ୍କ ଅବସର

ଜୋହାନ୍ସବର୍ଗ, ୬ା୮(ଏଏଫ୍‌ପି)-ଆଧୁନୀକ ଯୁଗର ଅନ୍ୟତମ ମହାନ ଫାଷ୍ଟ ବୋଲର ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେଇନ୍‌ ସୋମବାର ଟେଷ୍ଟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ସୀମିତ...

ମୁମ୍ବାଇ ଷ୍ଟେଶନରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧।୫ : ଲଗାତାର ୫ ବିଜୟ ହାସଲ କରିବା ପରେ ଅଟକିଛି ଚେନ୍ନାଇ ଏକ୍ସକ୍ରେସ୍‌। କେହି ଅଟକାଇ ପାରିଲେ ନାହିଁ କିରନ ପୋଲାର୍ଡଙ୍କ ଝଡ଼କୁ। ସାମ୍ନାରେ...

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରଶଂସାରେ ପୋତିଲେ ସଚିନ: କହିଲେ ‘ସେ ଲିଡର୍‌, ପରିସ୍ଥିତି ଯେମିତି ହେଉନା କାହିଁକି…’

ମୁମ୍ବାଇ,୨୧।୮: ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି। ହିତ ଏବେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଓପନର୍‌...

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ...

ବିବାହ ଦିନ ସ୍ତ୍ରୀଙ୍କୁ ବୋଲିଂ କଲେ ଏହି କ୍ରିକେଟର୍‌, ଆଉ ତା’ପରେ

ଭାରତୀୟ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଗର୍ଲଫ୍ରେଣ୍ଡ ନେହା ଖେଡେକରଙ୍କୁ ବିବାହ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲ...

ପ୍ରିକ୍ୱାର୍ଟରରେ ଜୋକୋଭିଚ୍‌

ନ୍ୟୁୟର୍କ,୩୧।୮: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ...

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ୱିଟୋଭା କ୍ୱାର୍ଟର ଫାଇନାଲରେ

ପ୍ୟାରିସ, ୬।୧୦:ଦୁଇଥର ଓ୍ବିମ୍ବେଲଡନ ଚାମ୍ପିୟନ ପେତ୍ରା କ୍ୱିଟୋଭା ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ...

Advertisement
Archives

Model This Week