ସାତ୍‌ସପନ ହେଇଛେ ଆବାସ ଯୋଜନା: ସହଦେବକେ ସାହା ପରହର ପରଛି

ବିଜେପୁର, ୧୨।୭ (ଡି.ଏନ.ଏ): ଖରା, ବରଷା, ଶୀତନୁ ରକ୍ଷା ପାଏବାର ଲାଗି ଗରିବ ଦୁଖିକୁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଆର ରାଏଜ ସରକାର ମୋ କୁଡିଆ ଯୋଜନାଥି ପକାଘର ଯୁଗେଇ ଦେଉଛନ୍‌। ହେଲେ ପରିଚାଲନାରେ ଭୁଲଭଟକା ଲାଗି ଅନେକ ହକ୍‌ଦାର ହିତାଧିକାରୀ ଯୋଜନାରୁ ବଁଚିତ୍‌ ହେଉଛନ୍‌। ଥିଲାବାଲା ଯୋଜନାଥି ଘର ହାତେଇ ନେଉଥିଲାବେଲେ ଗରିବ ଲୁକ୍‌କୁ ଘରଖଁଡ଼େ ମିଲବାରଟା ସପନ ହେଇ ଯାଉଥିବାର୍‌ ଅଭିଯୋଗ ହେଉଛେ।
ବରଗଡ ଜିଲା ବିଜେପୁର ବ୍ଲକ ବେନିଆଁଚାଲ ଗାଁର ସହଦେବ କଠାର୍‌ ଏନ୍‌ତା ଗୁଟେ ଘଟନାର ଉଦାହରନ୍‌ ସାଜିଛନ୍‌। ଜମିବାଡ଼ି ହେନତା କିଛି ନଁାଇଁନ। ରାଶନ କାର୍ଡ ଖଁଡ଼କ ତାକର ସାହାଭରସା। ଦୁଖଭୁତି କରି ତାକର୍‌ ହସିଖୁସିର ସଁସାର ଗଡି ଯାଉଥିଲା । ହେଲେ ଗଲା ବଛର୍‌ ବରଷା ପାଏନଥିଁ ତାକର ଘରଟା ଧସକି ଗଲା। ବଡ଼ା କଷଟେ ମାଗିଯାଚି ଘରକେ ଥପାତୁନା କରି ଚଲୁଥିଲେ। ଏସୁରର୍‌ ଖରାଦିନିଅଁା ଧୁକାଗରେଲ, ବରଷାଥି ତାକର ଘରଟା ପଏରଛା ଧସକି ବିଦରି ଗଲା। ସହଦେବକେ ଏଛେନ୍‌ ପରହର ପରଛିଥି ଦିନ ବିତାବାକେ ପଡ଼ୁଛେ। ନିଜର ଡିହି ଖଁଡ଼େ ଥିଲେ ଭିଲ ହାତେ ପଏସା ନଁାଇଁନ ବଲି ସେ ଘର ବଖରେ ତୁଲି ନାଇଁ ପାରବାର। ଇଆଡ଼େ ପଁଚେତ୍‌ନୁ ବ୍ଲକ ତକ୍‌ ନରଦି ନରଦି ଅନାଏତ ହେଇଗଲେନ। ହେଲେ ଆବାସ କି ମୋ କୁଡିଆ ଯୋଜନାଥି ଘର ବଖରେ ନାଇଁ ପାଇପାରୁଥିବାର ସେ ଅଭିଯୋଗ କରିଛନ୍‌। ମୁଇଁ ପଏସା ଦେଇ ନାଇଁ ପାରବାର୍‌ ବଲି ଘର ବଖରେ ନାଇଁ ମିଲୁଛେ। ଘର ବଖରେ ଚିନ୍‌ତାରେ ଆଏଁଖନୁ ଝୁମରା ହଜିଗଲାନ ବଲି ସହଦେବ କହିଛନ୍‌। ପଁଚେତ୍‌ ବଏଠକଥି ମୁଇଁ ବହୁତ ଥର ଦାବି କରିଛେଁ, ହେଲେ ତାହାକୁ ଘରଟେ ଯୁଗେଇ ନାଇଁ ଦେବାରଟା ନିହାତି ଦୁଖର୍‌ କଥା ବଲି ୱାର୍ଡ ସଭ୍ୟା ଆସନ୍ତି ଡନସନା କହିଛନ୍‌। ଇ ବିଷେଥି ବେନିଆଁଚାଲ ପଁଚେତ୍‌ ପିଇଓ ଉପେନ୍ଦ୍ର ପଧାନକୁଁ ପଚରାଲାରୁ ସିରିଏଲ ନମ୍ବର ଅନସାରେ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଉଛେ। ପଁଚେତ୍‌ଥି ତାକର୍‌ ବାବଦେ ଦାବି ନାଇଁ ହେଇ ଫିରବି ମୁଇଁ ଘଟନାର ତଦଁତ କରମି ବଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri