Posted inପୁରୀ

ସାତଶଙ୍ଖ ଶୀତଳଭଣ୍ଡାରରେ ୧ ହଜାର କୁଇଣ୍ଟାଲ ଆଳୁ ଗଜା

ପୁରୀ ଅଫିସ, ୨।୮ : ରାଜ୍ୟବାସୀ ଯେମିତି କମ୍‌ ଦାମରେ ବର୍ଷସାରା ଆଳୁ ପାଇପାରିବେ ସେଥିପାଇଁ ସରକାର ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ଏହି ମିଶନ ଏବେ ଦିଗହରା ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ସଂରକ୍ଷଣ ସୁବିଧା ନ ଥିବାରୁ ଚାଷୀମାନେ ଆଳୁ ଚାଷ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ପୁଣି ଶୀତଳଭଣ୍ଡାର ଅଭାବରୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏପରି କି କେତେକ ଚାଷୀ ଶୀତଳଭଣ୍ଡାରରେ ରଖିଲେ ବି ସେମାନଙ୍କ ଆଳୁ ସୁରକ୍ଷିତ ରହିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଶୀତଳଭଣ୍ଡାରରେ ରଖିଥିବା ଆଳୁ ଚାଖଣ୍ଡେରୁ ଊର୍ଦ୍ଧ୍ୱ ଲେଖାଏ ଗଜା ବାହାରିବା ଘଟଣା ଏବେ ପୁରୀ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଶୀତଳଭଣ୍ଡାରକୁ ଭରସା କରିଥିବା ଚାଷୀମାନେ ଗଜାଆଳୁ ବସ୍ତାକୁ ଗାଡ଼ି ପଛରେ ବାନ୍ଧି ମନଦୁଃଖରେ ଘରକୁ ଫେରୁଛନ୍ତି ସିନା କହାକୁ କିଛି କହିପାରୁ ନାହାନ୍ତି। ଏହାକୁ ନେଇ ଭାଜପା କୃଷକ ମୋର୍ଚ୍ଚା ଗଭୀର ଉଦ୍‌ବେଗ ପ୍ରକାଶ କରିଛି।
ପୁରୀ ଏକ କୃଷି ବହୁଳ ଜିଲା। ଏଠାରେ ମୁଖ୍ୟତଃ ଅଧିକାଂଶ ଚାଷୀ ଧାନ ଫସଲ ଉପରେ ନିର୍ଭରଶୀଳ। ତଥାପି ବହୁ ଚାଷୀ ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ କରିଥାନ୍ତି। ହେଲେ ୧୧ଟି ବ୍ଲକକୁ ନେଇ ଗଠିତ ଏହି ଜିଲାରେ ମାତ୍ର ଗୋଟିଏ ଶୀତଳଭଣ୍ଡାର ସାତଶଙ୍ଖଠାରେ ଅଛି, ତାହା ପୁଣି ଦୟନୀୟ ସ୍ଥିତିରେ। ତଥାପି ଏହା ଉପରେ ଭରସା କରି ଆଖପାଖ ଅଞ୍ଚଳ ଯଥା ପିପିଲି, ସତ୍ୟବାଦୀ, କଣାସ, ଡେଲାଙ୍ଗ ଓ ନିମାପଡ଼ା ବ୍ଲକର ଆଳୁ ଚାଷୀମାନେ ଆଳୁ ଆଣି ରଖିଥାନ୍ତି। ଜମିରେ ପରିଶ୍ରମ କରି ସେମାନଙ୍କ କଷ୍ଟ ଉପାର୍ଜିତ ଆଳୁ ଶୀତଳଭଣ୍ଡାରରେ ସୁରକ୍ଷିତ ରହିବ ବୋଲି ଚାଷୀମାନେ ଭରସା କରିଥିଲେ। ହେଲେ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁ ଆଳୁଗୁଡ଼ିକ ସବୁ ଗଜା ହୋଇଯାଇଛି। ସାତଶଙ୍ଖ ଶୀତଳଭଣ୍ଡାରରେ ପ୍ରାୟ ୧ ହଜାର କୁଇଣ୍ଟାଲ ଆଳୁ ଗଜା ହୋଇଯାଇଥିବା ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି। ଚାଷୀମାନଙ୍କ ପ୍ରତି ସରକାରଙ୍କ କେତେ ଦରଦ ତାହା ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି। ପିପିଲି ଥାନା ଅନ୍ତର୍ଗତ ବରହମ୍‌ପୁର ଗ୍ରାମର ବିଭୂତିଭୂଷଣ ପରିଡ଼ା କହିଛନ୍ତି, ଆମର ପ୍ରାୟ ୪୦ ପ୍ୟାକେଟ ଆଳୁ ରଖାଯାଇଥିଲା। ସବୁ ପ୍ୟାକେଟରେ ଆଳୁ ଗଜା ହୋଇଯାଇଛି। ବିକ୍ରି କଲେ କେହି ନେବେ ନାହିଁ। ତେଣୁ ବାଧ୍ୟ ହୋଇ ଆମେ ଖାଇବୁ ଏବଂ ଆଉ ଯାହା ନଷ୍ଟ ହେବ। କେବଳ ଆମର ନୁହେଁ, ସବୁ ଚାଷୀଙ୍କ ଆଳୁ ଗଜା ହୋଇଯାଇଛି ବୋଲି ସେ କହିଛନ୍ତି।
ଏ ନେଇ ଗୁରୁବାର ପୁରୀ ଜିଲା ଭାଜପା ପକ୍ଷରୁ ଜିଲା କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ସାତଶଙ୍ଖଠାରେ ଥିବା ଜିଲାର ଏକମାତ୍ର ଶୀତଳଭଣ୍ଡାରରେ ସରକାରଙ୍କ ରକ୍ଷଣା ବେକ୍ଷଣ ଏବଂ ଅପରିଣାମଦର୍ଶିତା ଯୋଗୁ ଚାଷୀଙ୍କ ୧ ହଜାର କୁଇଣ୍ଟାଲ ଆଳୁ ଗଜା ହେବା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଆଳୁ ମିଶନ ଏବଂ କୃଷି କମିଶନ ପ୍ରହସନରେ ପରଣତ ହୋଇଛି ବୋଲି କହିଥିଲେ। ଜିଲା ଭାଜପା ସଭାପତି ପ୍ରଭଞ୍ଜନ ମହାପାତ୍ର ପୁରୀ ଜିଲାରେ କୃଷକ ମୋର୍ଚ୍ଚାର ୨୦ ହଜାର ଚାଷୀଙ୍କୁ ନୂତନ ସଦସ୍ୟତା ପ୍ରଦାନ କରିବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ ଦିଲୀପ ସ୍ବାଇଁ ଏବଂ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀ ଭାବେ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଅଭିଯାନ କିପରି କ୍ରିୟାଶୀଳ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଓ ମୋର୍ଚ୍ଚା ନଗର ସଭାପତି ଅନୀଲ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri