ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁନର୍ଜୀବିତ କରିବାକୁ ପ୍ରୟାସ; ଉତ୍ତରପ୍ରଦେଶ ଗଲେ ୧୫ ଗ୍ରାମର ବାସିନ୍ଦା

ବନ୍ତଳା, ୨୩ା୯ (ଡି.ଏନ.ଏ.) ମହାବଳ ବାଘ ମହାବୀରର ମୃତ୍ୟୁପରଠାରୁ ଅନୁଗୋଳ ଜିଲା ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡ଼ିଛି। ବାଘୁଣୀ ସୁନ୍ଦରୀ ୧୦ମାସ ହେଲାଣି ବନ୍ଦୀ ଜୀବନ କାଟୁଛି। ଏପରି ସ୍ଥିତିରେ ଏବେ ସୁନ୍ଦରୀକୁ ବନ ବିଭାଗ ସାତକୋଶିଆ ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ ଯୋଜନା କରୁଛି। ତେବେ ଏଥିପୂର୍ବରୁ ଅଭୟାରଣ୍ୟ ନିକଟରେ ରହୁଥିବା ଲୋକଙ୍କ ମନରେ ପ୍ରଥମେ ବିଶ୍ୱାସ ଜନ୍ମାଇବା ପାଇଁ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ଗ୍ରାମବାସୀଙ୍କୁ ଉତ୍ତରପ୍ରଦେଶସ୍ଥିତ ପିଲିଭିଟ୍‌ ବ୍ୟାଘ୍ର ପ୍ରକଳ୍ପ ପରିଦର୍ଶନରେ ନେଇଛନ୍ତି ବନ କର୍ତ୍ତୃପକ୍ଷ। ସାତକୋଶିଆର ଗଇଁଦି, ହାତିବାରି, ଛୋଟକେଇ, ଟୁଲୁକା, ତରଭା, ଟିକରପଡ଼ା, ମଝିପଡ଼ା ଗ୍ରାମର ୮ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ଛାମୁଣ୍ଡିଆ, କୁସଙ୍ଗ ଆଦି ଗ୍ରାମରୁ ୭ଜଣ ଗ୍ରାମବାସୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ବ୍ୟାଘ୍ର ପ୍ରକଳ୍ପ ନିକଟରେ ଲୋକେ କିପରି ବସବାସ କରୁଛନ୍ତି, ତାକୁ ନିକଟରୁ ଦେଖିବେ ସାତକୋଶିଆବାସୀ। ଏହା ହିଁ ପରିଦର୍ଶନର ପ୍ରମୁଖ ଉଦ୍ଦେଶ୍ୟ। ସମ୍ପୃକ୍ତ ଗ୍ରାମବାସୀ ଅନୁଗୋଳରୁ କଟକ ଏବଂ କଟକରୁ ଉତ୍ତରପ୍ରଦେଶକୁ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଏସିଏଫ୍‌ ରାଜକିଶୋର ସ୍ବାଇଁ କହିଛନ୍ତି।
ଗ୍ରାମବାସୀ ପିଲିଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟ ବୁଲିବେ। ସେଠାକାର ପରିବେଶ ଓ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିବା ଅଧିବାସୀଙ୍କ ସହ ମିଶିବେ। ସେଠାରେ ରାତ୍ରିଯାପନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୁଇଦିନ ଅଭୟାରଣ୍ୟ ବୁଲିବା ପରେ ଉତ୍ତରାଖଣ୍ଡର କୋର୍‌ବେଟ୍‌ ବ୍ୟାଘ୍ର ଅଭୟାରଣ୍ୟ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି। ଲୋକଙ୍କ
ଚାଲିଚଳଣି ଓ ବ୍ୟାଘ୍ର ପ୍ରକଳ୍ପ ଦ୍ବାରା ଜମି ହରାଇଥିବା ଲୋକେ କେମିତି ସେହି ପ୍ରକଳ୍ପ ଦ୍ବାରା ରୋଜଗାରକ୍ଷମ ହୋଇପାରିଛନ୍ତି ସେଠାରେ ଲୋକେ ତାହା ଶିକ୍ଷା କରିବେ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ୨ ଫରେଷ୍ଟର, ଜଣେ ଡେପୁଟି ରେଞ୍ଜର, ଜଣେ ରେଞ୍ଜର, ଜଣେ ଏସିଏଫ୍‌ଙ୍କ ସମେତ ମୋଟ ୨୦ଜଣ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ଯାତାୟାତ, ରହଣି, ଖାଇବା ଖର୍ଚ୍ଚ ଏନ୍‌ଟିସିଏ ବହନ କରିବ ବୋଲି
ଏସିଏଫ୍‌ ସୂଚନା ଦେଇଛନ୍ତି।
ଏ ବିଷୟରେ ସାତକୋଶିଆ ଡିଏଫଓ ରାମସ୍ବାମୀ ପି କୁହନ୍ତି ଶନିବାର ରାତି ୧୨ଟା ୩୦ରେ କଟକ ଓ ଭୁବନେଶ୍ୱର ଷ୍ଟେଶନରୁ ଜଗନ୍ନାଥ ଏକ୍ସପ୍ରେସ୍‌ରେ ସାତକୋଶିଆ ବନଖଣ୍ଡ ଓ ମହାନଦୀ ବନଖଣ୍ଡ ଅଧୀନର ଗ୍ରାମର ବାସିନ୍ଦା ସହ ଜଣେ ରେଞ୍ଜର, ଡେପୁଟି ରେଞ୍ଜର, ଫରେଷ୍ଟର ଯାଇଛନ୍ତି। ସୋମବାର ପୂର୍ବାହ୍ନ ସାଢେ ୧୧ଟାରେ ବରେଲି ଷ୍ଟେଶନଠାରେ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ସେପ୍ଟେମ୍ବର ୨୪, ୨୫, ୨୬, ୨୭ ତାରିଖ ଚାରିଦିନ ସେଠାରେ ରହି ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହିତ ବାଘ ଓ ମଣିଷ ସହିତ ସମ୍ପର୍କ, ରୋଜଗାର, ବିକାଶ ଓ ଅନ୍ୟାନ୍ୟ ପର୍ଯ୍ୟଟନର ଉନ୍ନତି ବିଷୟରେ ଜାଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri