ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ ଚାରୋଟି କଣା ହୋଇ ଥିବା ଜଣାପଡୁଛି। ଏଣୁ ତା’ ଦେହରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ଖବର ପାଇ ବନବିଭାଗ କର୍ମଚାରୀ ହାତୀକୁ କାବୁ କରିବା ନିମନ୍ତେ ଖୋଜୁଥିଲେ ମଧ୍ୟ ସଠିକ ଜାଗାରେ ତାକୁ ଠାବ କରାଯାଇ ପାରିନାହିଁ କିମ୍ବା ଚିକିତ୍ସା ମଧ୍ୟ କରାଯାଇପାରିନାହିଁ। ଉକ୍ତ ହାତୀଟିର ଆନୁମାନିକ ବୟସ କୋଡିଏରୁ ପଚିଶ ବର୍ଷ ହେବ ବୋଲି ଜଣାପଡୁଛି। ଏ ବିଷୟରେ ସାତକୋଶିଆ ଡିଏଫ୍‌ଓ ରାମସ୍ବାମୀ ପି.ଙ୍କୁ ପଚରାଯିବାରେ ସେ କହିଛନ୍ତି, ହାତୀଟି କୁମୁରି ଓ ବାଘମୁଣ୍ଡା ଅଞ୍ଚଳରେ ବୁଲୁଛି। ହାତୀ ପେଟରେ କିଛି ଘା’ ହୋଇଥିବା ପରି ଲାଗୁଛି। କାବୁ କରାଯିବା ପରେ ଅସୁସ୍ଥତାର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ୩ ଦିନ ବର୍ଷିବ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା...

ଯୋରନ୍ଦା ଉତ୍ସବ ମୁଖର, ଲାଗିହେଲା ନବାନ୍ନ ଭୋଗ

ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ଧର୍ମପୀଠ ମହିମା ଗାଦି ଯୋରନ୍ଦାରେ ନବାନ୍ନ ଉତ୍ସବ ରବିବାର ପାଳିତ ହୋଇଯାଇଛି। ନବାନ୍ନ ଉତ୍ସବ ପାଇଁ ଯୋରନ୍ଦାରେ...

ଜିଲାସ୍ତରୀୟ ରାଷ୍ଟ୍ରିୟ ପୋଷଣ ମାସ:ଘର ତିଆରି ପୋଷକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ନୂଆପଡା ଅଫିସ,୨୮ା୯ ଘର ତିଆରି ଖାଦ୍ୟରେ ହିଁ ଉପଯୁକ୍ତ ପୋଷକ ତତ୍ୱ ରହିଥାଏ । ଆବହମାନ କାଳରୁ ଆମେ ଘରେ ମା’ ତିଆରି କରୁଥିବା ଖାଦ୍ୟରେ...

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଧାରଣା : ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଗଞ୍ଜାମ,୨୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ସାନରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ-ଶିକ୍ଷୟିତ୍ରୀ ଭାଗ୍ୟବତୀ ବେହେରାଙ୍କୁ ବଦଳି ନ କରିବାକୁ ଗ୍ରାମବାସୀ ସୋମବାର ବିଇଓ କାର୍ଯ୍ୟାଳୟରେ ତାଲା...

ସୁଶାନ୍ତ ସିଂଙ୍କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୯ା୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଝାରସୁଗୁଡ଼ା ଉପନିର୍ବାଚନରୁ ଦୂରେଇ ରଖାଯାଇଛି। ବରିଷ୍ଠ ପର୍ଯ୍ୟବେକ୍ଷକ କିମ୍ବା ବିଜେଡି ବ୍ଲକ ଓ ମ୍ୟୁନିସିପାଲିଟି...

ଜାନୁୟାରୀ ୧ରୁ ନବନିର୍ମିତ କୋଠାରେ ଶୁଖୁଆ ହାଟ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ହୁମ୍ମାସ୍ଥିତ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଜାନୁୟାରୀ ପହିଲାରୁ ଶୁଖୁଆ ହାଟ ଆରମ୍ଭ ହେବ। ଏହାଦ୍ୱାରା ପୂର୍ବରୁ ରାଜପଥ ପାର୍ଶ୍ୱରେ ଖୋଲାରେ, ଅସ୍ବଚ୍ଛ ପରିବେଶରେ ବର୍ଷସାରା...

ବିଳମ୍ବ ହେଉଛି ବ୍ରିଜ୍‌ ନିର୍ମାଣ କାମ

କୁତ୍ରା,୧୧ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଲକ୍ଷ୍ମୀପୋଷରୁ ସମଲାଇମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ବିଜୁ ସଡକ ଯୋଜନା ଅନ୍ତର୍ଗତ ରାସ୍ତା। ଏହି ରାସ୍ତାର...

ଗରା, ବାଲ୍‌ଟି ଧରି ରାସ୍ତାରେ ବସିଲେ

ନୀଳଗିରି,୯ା୬(ସ୍ବ.ପ୍ର.): ନୀଳଗିରି ଏକ ଜଳକଷ୍ଟ ଅଞ୍ଚଳ। ନୀଳଗିରି ଅଧୀନ ସ୍ବର୍ଣ୍ଣଚୂଡ଼ ପାହାଡ଼ ଚତୁଃପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ଏହି କଷ୍ଟ ଖରାଦିନେ ଅଧିକ ଦେଖାଯାଇଥାଏ। ଜଳକଷ୍ଟ ସହି...

Advertisement
Archives

Model This Week