ସାଙ୍ଗମାନେ ମୋତେ ମିଛୁଆ ଭାବୁଥିଲେ

ସଙ୍ଗୀତ ଦୁନିଆରେ ପାଦ ଥାପିବା ପରେ ପ୍ରତିଷ୍ଠା ପାଇବାକୁ ବହୁତ ବିଳମ୍ବ ହୋଇଥିଲା। ଓଡ଼ିଶାରେ ଏହା ଜଣେ କଳାକାରଙ୍କ ପାଇଁ ବି ଏତେ ସହଜ ନୁହେଁ। ଏଣୁ ପ୍ରାୟ ୧୦ବର୍ଷ ଧରି ବିଭିନ୍ନ ଜାତୀୟ ଗଣମାଧ୍ୟମର ରିଏଲିଟି ଶୋ’ରେ ଭାଗ ନେଇଛି। ଜାତୀୟ ସ୍ତରରେ ପରିଚୟ ପାଇବାକୁ ଚେଷ୍ଟା କରିଛି। ଯେଉଁ ରିଏଲିଟି ଶୋ’ରେ ଭାଗ ନିଏ ତା’ର ଅପ୍‌ଡେଟ ଖବର ମୁଁ ମୋ ଫେସ୍‌ବୁକରେ ଅପ୍‌ଲୋଡ କରେ। ଏପରିକି ଅଡିଶନ୍‌ରେ ଭାଗ ନେବାଠାରୁ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ ମୋ ଫେସ୍‌ବୁକ ଟାଇମ୍‌ଲାଇନରେ ଅପ୍‌ଲୋଡ ହୁଏ। ବିଭିନ୍ନ ଲୋକ ଏହି ପୋଷ୍ଟ ଉପରେ କମେଣ୍ଟ ଦିଅନ୍ତି ଓ ଶୁଭେଚ୍ଛା ଜଣାନ୍ତି। ହେଲେ ରିଏଲିଟି ଶୋ’ରେ ମୋ ଅଂଶଗ୍ରହଣ କରିବା ତଥା ଅଡିଶନ୍‌ର କୌଣସି ଭିଡ଼ିଓ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହୁଏନି। ସେମାନେ ବଛାବଛା ଭିଡ଼ିଓ କେବଳ ଚ୍ୟାନେଲରେ ପ୍ରଦର୍ଶିତ କରନ୍ତି। ଯାହା ଫଳରେ ମୋ ସାଙ୍ଗମାନେ ଏହାକୁ ନେଇ ମଜା ଉଠାନ୍ତି। ଏପରିକି ମୁଁ କୌଣସି ରିଏଲିଟି ଶୋ’ରେ ଭାଗ ନେଇନି କିମ୍ବା ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇନି ବୋଲି ସେମାନେ କୁହନ୍ତି। ମୁଁ ସବୁବେଳେ ମିଛ କହୁଛି ବୋଲି ସେମାନେ କହୁଥିଲେ। ମୋତେ ବି ପୂରା ମିଛୁଆ ଭାବୁଥିଲେ। ହେଲେ ୨୦୧୮ ମସିହାରେ ଟିଭିରେ ରାଇଜିଂ ଷ୍ଟାର୍‌ ଶୋ’ରେ ମୁଁ ଆସିବା ପରେ ତାଙ୍କର ସବୁ ଆଶଙ୍କା ଦୂର ହୋଇଯାଇଥିଲା। ଏଥିରେ ମୋ ପ୍ରଦର୍ଶନ ବହୁତ ଭଲ ରହିଥିଲା। ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲି। ଯେଉଁ ସାଙ୍ଗମାନେ ମୋତେ ମିଛୁଆ ବୋଲି ଧରିନେଇଥିଲେ ସେମାନଙ୍କର ସେତେବେଳେ ହିଁ ମୋ ଉପରେ ବିଶ୍ୱାସ ଆସିଥିଲା।
ଆଉ ଏକ ଅନୁଭୂତିର କଥା। ଭୁବନେଶ୍ୱରରେ ଅନୁଷ୍ଠିତ ରାହଗିରି କାର୍ଯ୍ୟକ୍ରମରେ ଏକ ରୋଡ ଶୋ’ କରୁଥିଲି। ମୋତେ ଚିହ୍ନି ନ ଥିବା କିଛି ଯୁବକ ମୋ ଗୀତ ଶୁଣିବା ସହ ମୋ ବେଶଭୂଷା ଦେଖି ଅରଜିତ୍‌ ସିଂ ବୋଲି ଭାବିନେଇଥିଲେ। ସେମାନେ ମୋ ଗୀତ ଗାଇବାର ଦୃଶ୍ୟକୁ ଭିଡ଼ିଓ ରେକର୍ଡିଂ କରି ୟୁ-ଟ୍ୟୁବ୍‌ରେ ମଧ୍ୟ ଅପ୍‌ଲୋଡ କରିଥିଲେ। ତା’ର ଶୀର୍ଷକ ରଖିଥିଲେ ‘ଅରଜିତ୍‌ ଆଟ୍‌ ଭୁବନେଶ୍ୱର ରାହଗିରି’। ଏହି ଭିଡ଼ିଓ ମୋ ପାଖରେ ପହଞ୍ଚିବା ପରେ ମୁଁ ସେମାନଙ୍କ ସହ ଯୋଗାଯୋଗ କରି ନିଜର ପରିଚୟ ଦେଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri