ସାଗର-ଟିକିଲି ଲଭ୍‌ଷ୍ଟୋରି

କେହିଜଣେ କହିଥିଲେ ଏକଥା, ପ୍ରେମ ଗୋଟେ ଇଚ୍ଛାମତୀ ନଈର ନଁା। ତେଣୁ କେତେବେଳେ ପ୍ରେମ ହେବ ସେକଥା କେହି ବି ଜାଣି ନ ଥାଏ। ଠିକ୍‌ ଯେମିତି ଟିକିଲି ଟିକିଏ ବି ଜାଣି ନ ଥିଲେ, ସାଗରଙ୍କୁ ଦେଖୁ ଦେଖୁ ତାଙ୍କ ଭିତରେ ଖେଳିଯିବ ପ୍ରେମର ଫଗୁଣ। ଯାତ୍ରାନୁଷ୍ଠାନ ଇଷ୍ଟର୍ନ ବ୍ଲୁ’ର ମୁଖ୍ୟ ଡ୍ୟାନ୍ସର ଥିଲେ ସାଗର। ପାର୍ବତୀ ଗଣନାଟ୍ୟରେ ଡ୍ୟାନ୍ସ କରୁଥିଲେ ଟିକିଲି। ବାଘମାରୀରେ ଦୁଇପାର୍ଟିର ଯାତ୍ରା ହେଉଥାଏ। ଆଗରୁ ତ ଟିକିଲି ସାଗରଙ୍କ ବିଷୟରେ ଜାଣିଥିଲେ। ସେଇଠି ହିଁ ପ୍ରଥମେ ସେ ଭେଟିଲେ ସାଗରଙ୍କୁ। ବାସ୍‌, ଆରମ୍ଭ ହେଲା ସାଗର-ଟିକିଲି ଲଭ୍‌ଷ୍ଟୋରି।

ଟିକିଲିଙ୍କ ଜୀବନ ଯାତ୍ରା ଥିଲା ଭାରି ଦୁଃଖମୟ। ବାପାମା’ ଦୁହେଁ ଯାତ୍ରା କଳାକାର ଥିଲେ। ସେ ଥିଲେ ସେମାନଙ୍କର ଏକମାତ୍ର ସନ୍ତାନ। ଅକାଳରେ ବାପାମା’ ଚାଲିଗଲେ ଆରପାରିକୁ। ଏକୁଟିଆ ହୋଇଗଲେ ଟିକିଲି। ନା ରହିଲା ବାପାଙ୍କର ଭଲପାଇବା ନା ରହିଲା ମା’ର ମମତା। ପିଲାଟିବେଳୁ ବାପାମା’ଙ୍କ ପ୍ରଭାବ ପଡ଼ିଥିଲା ଟିକିଲି ଉପରେ। ସେ ଭଲ ଡ୍ୟାନ୍ସ କରୁଥିଲେ। ତେଣୁ ବାପାମା’ ଚାଲିଗଲା ପରେ ସେ ଆସି ଯୋଗଦେଲେ ଯାତ୍ରାରେ। ଆଉ ମନେ ମନେ ଖୋଜୁଥିଲେ ଏମିତି ଜଣେ ଜୀବନ ସାଥୀ ଯିଏ ବାପାଙ୍କ ପରି ତାଙ୍କର ଯତ୍ନ ନେଇପାରିବ ଆଉ ମା’ ପରି ସ୍ନେହ, ଭଲ ପାଇବା ଦେଇପାରିବ। କହିବା ଅନାବଶ୍ୟକ ଟିକିଲିଙ୍କ ସେଇ ସ୍ବପ୍ନର ପୁରୁଷ ଥିଲେ ସାଗର। ଉଭୟ ସାଗର ଏବଂ ଟିକିଲିଙ୍କ କହିବା ଅନୁଯାୟୀ, ଡ୍ୟାନ୍ସ ସେମାନଙ୍କର ଥିଲା ପ୍ରଥମ ପ୍ରେମ। ଆଉ ସେଇ ଡ୍ୟାନ୍ସ ହିଁ ସେମାନଙ୍କୁ ସଜେଇଦେଲା ପ୍ରେମିକ ପ୍ରେମିକା।

ସାଗରଙ୍କର ଆଉ ଏକ ବଡ଼ ପରିଚୟ ଥିଲା। ତାହା ହେଉଛି ତାଙ୍କର ମଉସା ହେଉଛନ୍ତି ଓଡ଼ିଶାର ଖ୍ୟାତନାମା ନାଟ୍ୟକାର ତଥା ପରିଚାଳକ ବଙ୍କିମ ସ୍ବାଇଁ। ବଙ୍କିମ ବାବୁଙ୍କର ମଧ୍ୟ କୌଣସି ଆପତ୍ତି ନ ଥିଲା ଟିକିଲିଙ୍କୁ ବୋହୂ କରିବା ପାଇଁ। ବାସ୍‌, ସାଗର ଟିକିଲି ପ୍ରେମିକ ପ୍ରେମିକାରୁ ପାଲଟିଗଲେ ସ୍ବାମୀ ସ୍ତ୍ରୀ। ଟିକିଲିଙ୍କ ପାଇଁ ସାଗର ହେଉଛନ୍ତି ସବୁକିଛି। ଷ୍ଟେଜରେ ଥିଲେ ବି ସେ ସାଗରଙ୍କ କଥା ଭାବୁଥାନ୍ତି। ସାଗର କୋଉଠି ଅଛନ୍ତି, ଖାଇଛନ୍ତି କି ନାହିଁ ଏସବୁ କଥା ତାଙ୍କ ମନ ଭିତରେ ଖେଳୁଥାଏ। ଏ ସମ୍ପର୍କରେ ଟିକିଲି ବେଶ୍‌ ଭାବପ୍ରବଣ ହୋଇ କହନ୍ତି: ବାପାମା’ଙ୍କୁ ହରେଇବା ପରେ ମୋର ଆଉ କିଏ ଅଛି? ଏକୁଟିଆ ସେଇ ସାଗର! ମୋର ସାହାଭରସା ସବୁକିଛି ସାଗର। ସେ ମୋ ଆଗରେ। ପୁଣି ସେ ବି ମୋ ପଛରେ। ଏ ଦୁନିଆରେ ଯଦି କେହିଜଣେ ମୋର ପ୍ରିୟ ଥାଏ ତା’ହେଲେ ସେ ହେଉଛନ୍ତି ସାଗର।

ଦିନେ ଡ୍ୟାନ୍ସର ଭାବରେ କ୍ୟାରିୟର ଆରମ୍ଭ କରିଥିବା ଟିକିଲି ଏବେ ଜଣେ ଆଗଧାଡ଼ିର ଅଭିନେତ୍ରୀ। ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌ କରିବାରେ ସେ ଧୁରନ୍ଧର। ସେଇଭଳି ସାଗର ମଧ୍ୟ ଏବେ ଓଡ଼ିଶା ଯାତ୍ରା ଜଗତର ଜଣେ ନମ୍ବର ଓ୍ବାନ୍‌ କୋରିଓଗ୍ରାଫର। କେବଳ ଡ୍ୟାନ୍ସ କିମ୍ବା କୋରିଓଗ୍ରାଫିରେ ସାଗର ସୀମିତ ନାହାନ୍ତି; ସେ ମଧ୍ୟ ଅଭିନୟରେ ପାଦ ଥାପିଛନ୍ତି। ଚଳିତ ବର୍ଷ ‘ସ୍ବପ୍ନମହଲ’ ପ୍ରଯୋଜିତ ନାଟକ ‘ସିଆଇଡି ଦୟା’ରେ ଟିକିଲି ଖଳନାୟିକା ଭୂମିକାରେ ଅଭିନୟ କରୁଥିବା ବେଳେ ସାଗରଙ୍କୁ ମଧ୍ୟ ଏକ ଦମଦାର ଭୂମିକା ମିିଳିଛି। କ୍ୟୁଟ୍‌ ଝିଅ ଐଶ୍ୱର୍ଯ୍ୟାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି ଜଲିଉଡ୍‌ କପୁଲଙ୍କ ପାଇଁ ମଉସା ବଙ୍କିମ୍‌ ସ୍ବାଇଁ ହେଉଛନ୍ତି ପ୍ରେରଣା ତଥା ପଥ ପ୍ରଦର୍ଶକ।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri