Posted inଖେଳ

ସାକ୍ଷୀ, ଭିନେଶଙ୍କୁ ବ୍ରୋଞ୍ଜ ପଦକ

ଜିଆନ୍‌ (ଚାଇନା), ୨୬ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାମାନେ ବିନା ସ୍ବର୍ଣ୍ଣରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲିକ ଏବଂ ଏସିଆନ ଗେମ୍ସ ଚାମ୍ପିୟନ ଭିନେଶ ଫୋଗତଙ୍କୁ ବ୍ରେଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଉଭୟ ସାକ୍ଷୀ (୬୨କେଜି) ଓ ଭିନେଶ (୫୩କେଜି) ସେମାନଙ୍କ କ୍ୱାର୍ଟରଫାଇନାଲ ବାଉଟ୍‌ ହାରିଯାଇଥିଲେ। ମାତ୍ର ରିପିଚେଜ୍‌ ରାଉଣ୍ଡ ଜରିଆରେ ପୋଡିୟମ ଫିନିଶ କରିଥିଲେ। କାରଣ ଏହି ଦୁଇଜଣଙ୍କୁ ଜିତିଥିବା ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ। ବ୍ରୋଞ୍ଜ ପଦକ ପ୍ଲେ-ଅଫ୍‌ରେ ଭିନେଶ ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଚାଇନାର କ୍ୱିଆନୟୁ ପାଙ୍ଗ୍‌ଙ୍କୁ ୮-୧ରେ ହରାଇ ଦେଇଥିବାବେଳେ ସାକ୍ଷୀ ଉତ୍ତର କୋରିଆର ହ୍ୟନ୍‌ ଗ୍ୟଙ୍ଗ୍‌ଙ୍କ ମୁନ୍‌ଙ୍କ ବିପକ୍ଷରେ ୯-୬ରେ ବିଜୟୀ ହୋଇଥିଲେ। ଗୁରୁବାର ମଞ୍ଜୁ କୁମାରୀ (୫୯କେଜି) ଓ ଦିବ୍ୟା କାକରାନ (୬୮କେଜି) ଗୋଟିଏ ଲେଖାଏଁ ବ୍ରୋଞ୍ଜ ଜତିଥିଲେ। ଫଳରେ ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ ୪ ବ୍ରୋଞ୍ଜ ସହ ଅଭିଯାନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବନ୍ଧୁ ସବୁବେଳେ ହୃଦୟରେ ଜୀବିତ ଥାନ୍ତି, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏବେ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚାଲିଛି। ମୁମ୍ବାଇ ପୋଲିସ ଏବଂ ବିହାର...

କୋଭିଡ- ୧୯: ଆଉ ୫ ଟୁର୍ନାମେଣ୍ଟକୁ ବାତିଲ କାଲା ବିଡବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ,୨୧।୩ (ପି.ଟି.)-କୋଭିଡ- ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ...

ରାହାନେ-ଶ୍ରେୟାସଙ୍କ ମଧ୍ୟରୁ ଜଣେ ହିଁ ଖେଳିବେ

ସେଞ୍ଚୁରିଅନ, ୨୪ା୧୨: ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଓ ପଦାର୍ପଣରେ ଶତକ ଲଗାଇଥିବା ଶ୍ରେୟାସ ଆୟାରଙ୍କ ମଧ୍ୟରୁ ଜଣଙ୍କୁ ହିଁ ଖେଳିବାକୁ ସୁଯୋଗ ମିଳିବ। ୫ମ...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ନଟ୍ଟିଂହାମ, ୧୧।୬(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଆଇସିସି ବିଶ୍ୱକପ୍‌ରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଟ୍ରେଣ୍ଟବ୍ରିଜଠାରେ...

ଆଇପିଏଲ୍‌ରେ କରୋନା ମାଡ: ଚେନ୍ନାଇ ଦଳର ୩ ସଦସ୍ୟ ପଜିଟିଭ୍‌

ନୂଆଦିଲ୍ଲୀ,୩।୫: କରୋନା ଯୋଗୁ ଚଳିତବର୍ଷ ଆଇପିଏଲ୍‌ ଅଧାରୁ ପ୍ରଭାବିତ ହୋଇଛି। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ଦଳର ତିନିଜଣ ସଦସ୍ୟଙ୍କ କରୋନା...

ପାଓ୍ବାର ଭାରତୀୟ ମହିଳା କ୍ରିକେଟ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୧୪।୫(ପି.ଟି.): ପୂର୍ବତନ ଟିମ୍‌ ଇଣ୍ଡିଆ ସ୍ପିନର ରମେଶ ପାଓ୍ବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦକୁ ଫେରିଛନ୍ତି। ସେ ଡବ୍ଲ୍ୟୁଭି ରମଣଙ୍କ...

ବିବାଦରେ ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା

ଜାମନଗର,୨୪।୧୧: ଗୁଜୁରାଟ ବିଧାନସଭାର ଉତ୍ତର ଜାମନଗର ଆସନ ନିର୍ବାଚନ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଆସନରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବା ଲଢୁଛନ୍ତି।...

କୋହଲିଙ୍କ ସମେତ ଅନ୍ୟ ଖେଳାଳି ରହୁଥିବା ହୋଟେଲରୁ ୩ ଅପରାଧୀ ଗିରଫ

ନୂଆଦିଲ୍ଲୀ,୨୭।୪: ଆଇପିଏଲ ୨୦୨୩ ମଧ୍ୟରେ ଖେଳାଳିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ସିଜନ୍‌ରେ ହୋମ ଆଣ୍ଡ ଆୱେ ଫର୍ମାଟରେ ଖେଳାଯାଉଛି, ଯେଉଁ...

Advertisement
Archives

Model This Week