ସାଇବର ଠକେଇ ଅଭିଯୋଗରେ ନାବାଳକ ଅଟକ

ଉମରକୋଟ, ୫।୩ସ୍ବ.ପ୍ର.): ପେନିୟର ବାୟ ବ୍ୟାଙ୍କ ନାମରେ ଲୋକଙ୍କୁ ଠକୁଥିବା ଜଣେ ସାଇବର ଠକଙ୍କୁ ଉମରକୋଟ ପୋଲିସ ଅଟକ ରଖିଛି। ସେ ଜଣେ ନାବାଳକ। ତାଙ୍କ ଘର ଗଞ୍ଜାମ ଜିଲା ବାଲିପଦର ଥାନା ଅଞ୍ଚଳରେ ବୋଲି ଉମରକୋଟ ପୋଲିସ କହିଛି। ନାବାଳକଙ୍କୁ ଭବାନୀପାଟଣା ସ୍ଥିତ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଚାଇଲ୍ଡ ଅବଜର୍ଭେଶନ ହୋମ୍‌ରେ ରଖାଯାଇଛି ବୋଲି ଉମରକୋଟ ପୋଲିସ ସୂଚନା ଦେଇଛି। ସୂଚନାନୁଯାୟୀ, ଗତ ୨୧ରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ ମୂର୍ତ୍ତୃମା ପଞ୍ଚାୟତ ସାନଖଡ଼କା ଗ୍ରାମର ଗୋକୁଲ ବିଶ୍ୱାସ ତାଙ୍କର ୧, ୦୫, ୦୩୨ଟଙ୍କା ଠକେଇ ହୋଇଥିବା ନେଇ ଉମରକୋଟ ଥାନାର ଦ୍ବାରସ୍ଥ ହୋଇଥିଲେ। ଏସ୍‌ପି ଏସ୍‌. ସୁଶ୍ରୀ ସାଇବର ପୋଲିସ ଓ ଉମରକୋଟ ପୋଲିସକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜିଲା ସାଇବର ପୋଲିସ କର୍ମଚାରୀ, ଉମରକୋଟ ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା, ସବ୍‌ଇନ୍ସିପେକ୍ଟର ସନ୍ତୋଷ ମାଝି ଓ ଅନ୍ୟ କେତେଜଣ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଘଟଣାରେ ନାବାଳକଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇ ତଦନ୍ତକାରୀ ଟିମ୍‌ ସେଠାକୁ ଯାଇଥିଲେ। ନାବାଳକଙ୍କ ଘରୁ ୧ଲକ୍ଷ ୫ହଜାର ନଗଦ ଟଙ୍କା, ତିନୋଟି ଏଟିଏମ୍‌ କାର୍ଡ, ପେନ୍‌ଡ୍ରାଇଭ, ଲାପ୍‌ଟପ୍‌, ପେଟିଏମ୍‌ ସ୍କାନର, କ୍ରିପ୍ଟ ହ୍ୟାକିଂ ବହି, ମୋବାଇଲ ସହ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରାଯାଇଛି। ସେଠାରୁ ନାବାଳକଙ୍କୁ ଆଣି ଭବାନୀପାଟଣାସ୍ଥିତ ଜୁଭେନାଇଲ କୋର୍ଟରେ ହାଜର କରାଯିବାପରେ ତାଙ୍କୁ ଚାଇଲ୍ଡ ଅବଜର୍ଭେଶନ ହୋମରେ ରଖାଯାଇଛି। ନାବାଳକ ଜଣକ ସ୍କାନିନ୍‌ଫୋଗା ନାମରେ ଏକ ଅନୁଷ୍ଠାନ କରି ଲୋକଙ୍କୁ କିପରି ଠକିବେ ସେ ନେଇ ୪୦ରୁ ୫୦ ପିଲାଙ୍କୁ ଅନ୍‌ଲାଇନ ତାଲିମ ଦେଉଥିଲେ ବୋଲି ପୋଲିସ କହିଛି। ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ ଶବର କହିଛନ୍ତି। ଉମରକୋଟ ଥାନାରେ କେସ୍‌ ନଂ.୫୩/୨୩ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ନିର୍ଯାତନା ଘଟଣା: ଡିସିପିଓ-କନ୍ୟାଶ୍ରମ ଅଧ୍ୟକ୍ଷା କାଦୁଅଫିଙ୍ଗା

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା।...

ସାପ କାମୁଡାରେ ୩ ମୃତ

ଔପଦା/ଖଇରା/କୁଳିଅଣା, ୨୫ା୯(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ପୃଥକ ସ୍ଥାନରେ ସାପ କାମୁଡାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଔପଦା ଥାନା...

ଶଟ୍‌ଡାଉନ୍‌ରେ ଚେକିଂ କଡ଼ାକଡ଼ି

ରାୟଗଡ଼ା ଅଫିସ, ୧।୫ରାୟଗଡ଼ାରେ କରୋନାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ କରାଯାଉଛି। ଶନିବାର ସହରର କଲେଜ ରୋଡ୍‌, ମଝିଘରିଆଣି ମନ୍ଦିର ଛକ, କପିଳାସ...

ଅଧା ବୁଲାଇ ପର୍ଯ୍ୟଟକଙ୍କୁ ଛାଡ଼ିଦେଲା ବ୍ୟାଟେରି ଗାଡ଼ି

ବାରଙ୍ଗ,୨୧।୧୦(ଡି.ଏନ୍‌.ଏ.): ନନ୍ଦନକାନନର ବ୍ୟାଟେରି ଚାଳିତ ଗାଡ଼ିକୁ ନେଇ ବୁଧବାର ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୨୫ଜଣ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ଏକକାଳୀନ ବ୍ୟାଟେରି...

ମାଓବାଦୀପ୍ରବଣ, ସୀମାନ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର

ଛତ୍ରପୁର,୧୮ା୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଗୁରୁବାର  ଦ୍ୱିତୀୟ ପର୍ଯ୍ୟାୟରେ ଆସିକା ଲୋକ ସଭା ଆସନ ଓ ଏହା ଅଧୀନରେ ଥିବା ଆସିକା, କବିସୂର୍ଯ୍ୟନଗର, ସୋରଡା, ସାନଖେମୁଣ୍ଡି, ହିଞ୍ଜିଳି,...

ବିଦେଶରେ ଚାକିରି ନାଁରେ ଠକେଇ; ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର ଅଫିସ,୪ା୪: ବିଦେଶରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ନେଇ ବ୍ରହ୍ମପୁରର ଜଣେ ଯୁବକ ଅଭିଯୋଗ କରିଥିଲେ। ଏଭଳି ଏକ ଅଭିଯୋଗର ତଦନ୍ତ କରି...

କ୍ରିକେଟ ନ ଖେଳିବାକୁ ତାଗିଦ୍‌ କରିବାରୁ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର

ଗଞ୍ଜାମ,୨୧ା୫(ଡି.ଏନ୍‌.ଏ.)-କଟକଣା ସତ୍ତ୍ୱେ କ୍ରିକେଟ ଖେଳୁଥିବା କେତେଜଣ ଅମାନିଆ ଯୁବକଙ୍କୁ ଛତ୍ରପୁର ବିଡିଓ ଓ ତହସିଲଦାର ତାଗିଦ କରିବାରୁ ସେମାନେ ଦୁର୍ବ୍ୟବହାର କରିଥିବା ଗଞ୍ଜାମ ଥାନାରେ ଅଭିଯୋଗ...

ଏନ୍‌ଏଚ୍‌ରେ ବେଆଇନ ପାର୍କିଙ୍ଗ୍‌ ଯୋଗୁ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଲୋକ

କେନ୍ଦୁଝର, ୩୧ା୫ (ସ୍ବ.ପ୍ର.)-କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ୨୦ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବେଆଇନ ଟ୍ରକ ପାର୍କିଙ୍ଗ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିଲେ...

Advertisement
Archives

Model This Week