ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ମଣିଷର ରୋଗ ପ୍ରତିରୋଧକ ଶକ୍ତିି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ଶରୀରରେ ପ୍ରବେଶ କଲେ ବି କିଛି କ୍ଷତି ହୋଇ ନ ଥାଏ। କିନ୍ତୁ ବେଳେବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଫୁସ୍‌ଫୁସ୍‌ ନିକଟରେ ଜମା ହୋଇରହିଥାଏ। ଏହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍‌ ଷ୍ଟର୍ମ କୁହାଯାଏ। ଆଣ୍ଟିବଡ଼ି କୋଷିକା ଫୁସ୍‌ଫୁସ୍‌ର ସୁକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରେ। ଫଳରେ ରକ୍ତ ବୋହିବା ସହ ଜମାଟ ବାନ୍ଧିଯାଏ। ଏହା ଜାରି ରହିଲେ ଧୀରେଧୀରେ ଶରୀରର ରକ୍ତଚାପ କମିବାକୁ ଲାଗେ। ଏହାର ପ୍ରଭାବରେ ହାର୍ଟ, କିଡ୍‌ନୀ, ଫୁସ୍‌ଫୁସ୍‌, ଲିଭର ଆଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସ୍ବାଭାବିକ ଭାବେ କାମ କରିବା ବନ୍ଦ କରିଦେଇଥାନ୍ତି। ଏଭଳିସ୍ଥିତି କରୋନା ସଂକ୍ରମଣରେ ସୃଷ୍ଟି ହୋଇଥାଏ। ଶରୀର ତାପମାତ୍ରା ବଢ଼ିବା ସହିତ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ। କିଛି ଲୋକ କୋମା ଅବସ୍ଥାକୁ ମଧ୍ୟ ଚାଲିଯାଇଥାନ୍ତି। ଚାଇନାର ଉହାନରେ କରୋନା ସଂକ୍ରମିତଙ୍କଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। କିଛି ସଂକ୍ରମିତଙ୍କ ଉପରେ ପରୀକ୍ଷା କରି ଡାକ୍ତର ଜାଣିପାରିଥିଲେ ଯେ, ସେମାନଙ୍କଠାରେ ଆଇଏଲ୍‌-୨ ଏବଂ ଆଇଏଲ୍‌-୬ ସାଇଟୋକାଇନ୍‌ ଷ୍ଟର୍ମର ଲକ୍ଷଣ ରହିଥିଲା। ବହୁ ମୃତକଙ୍କଠାରେ ଆଇଏଲ୍‌-୬ ସିଆର୍‌ପି ସାଇଟୋକାଇନ୍‌ ଷ୍ଟର୍ମ ଅଧିକ ଥିବା ମଧ୍ୟ ଜଣାପଡ଼ିଥିଲା। ସେହିପରି ଆମେରିକାରେ ମଧ୍ୟ କରୋନା ସଂକ୍ରମିତ ଏବଂ ମୃତକଙ୍କଠାରେ ସାଇଟୋକାଇନ୍‌ ଷ୍ଟର୍ମ ଅଧିକ ଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଶରୀରର ରୋଗପ୍ରତିରୋଧକ କ୍ଷମତା ହିଁ ଫୁସ୍‌ଫୁସ୍‌ର ଫାଇବ୍ରୋସିନ୍‌କୁ କମ୍‌ ସମୟ ମଧ୍ୟରେ ନଷ୍ଟ କରିଦିଏ। ୧୯୧୮ରେ ଦେଖାଦେଇଥିବା ଫ୍ଲୁ ଏବଂ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍‌ ଷ୍ଟର୍ମ ଯୋଗୁ ରୋଗପ୍ରତିରୋଧକ ଶକ୍‌ି ଶରୀରର କ୍ଷତି କରିଥିଲା। ଏଚ୍‌-୧ଏନ୍‌-୧ ସ୍ବାନ୍‌ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ରୋଗପ୍ରତିରୋଧକ କ୍ଷମତାକୁ ଶାନ୍ତ କରି ସ୍ବାଭାବିକ କରିବା ଲାଗି ଷ୍ଟେରଏଡ୍‌ର ବ୍ୟବହାର କରାଯାଇଥାଏ। ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟେରଏଡ୍‌ର ବ୍ୟବହାର କେତେ ଦୂର ସଫଳ ରହୁଛି ସେନେଇ ଗବେଷଣା ଜାରି ରହିଛି। ଶରୀରରେ ସାଇଟୋକାଇନ୍‌ ଷ୍ଟର୍ମ ସୃଷ୍ଟି ହୋଇଥିବା ଡାକ୍ତର ସହଜରେ ଜାଣିପାରି ନ ଥାନ୍ତି। ଏହା ଜଣାପଡ଼ିବା ବେଳକୁ ଶରୀରର କ୍ଷତି ହୋଇସାରିଥାଏ। ଏକ୍ଷେତ୍ରରେ ଟୋସିଲିଜୁମାବ୍‌ ବେଶ୍‌ ସଫଳତାର ସହିତ କାମ କରିଥାଏ ବୋଲି ବିଶେଷଜ୍ଞ ମତପୋଷଣ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri