ସହରରେ ମାତିଲେ ଡକାୟତ: ଆକ୍ରମଣରେ ୪ ଫାଇନାନ୍ସ କର୍ମଚାରୀ ଗୁରୁତର

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ସହରର ଅନ୍ୟତମ ଜନବହୁଳପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ କୁଞ୍ଜକାନ୍ତ ଲଳିତ ନଗରରେ ଶନିବାର ରାତି ୯ଟାରେ ସଶସ୍ତ୍ର ଡକାୟତି ହୋଇଛି। କଳାମୁଖା ଏବଂ ହେଲ୍‌ମେଟ ପିନ୍ଧିଥିବା ୭ଜଣ ଦୁର୍ବୃତ୍ତ ସେଣ୍ଟ୍ରମ୍‌ ମାଇକ୍ରୋ କ୍ରେଡିଟ୍‌ ଫାଇନାନ୍ସ କାର୍ଯ୍ୟାଳୟରେ ପଶି ଆତଙ୍କରାଜ ସୃଷ୍ଟି କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଛନ୍ତି କାର୍ଯ୍ୟାଳୟ ପରିଚାଳକ ତଥା ଭଞ୍ଜନଗରର ସୁନେଶ ପ୍ରଧାନ (୩୭), ଭଦ୍ରକ ଅଞ୍ଚଳର ସହକାରୀ ପରିଚାଳକ ପ୍ରକାଶ କୁମାର ପାଢ଼ୀ (୨୬), କର୍ମଚାରୀ ଜଗମୋହନ ଦାସ (୨୪) ଏବଂ ନିର୍ମଳ ରାଉତ (୨୧)। ଜଗମୋହନଙ୍କ ଘର ପୁରୀ ଏବଂ ନିର୍ମଳଙ୍କ ଭଦ୍ରକରେ ବୋଲି ଜଣାପଡ଼ିଛି।
ସୁନେଶଙ୍କ କହିବା କଥା, ରାତି ପ୍ରାୟ ୯ଟାରେ ୭ଜଣ ଅଭିଯୁକ୍ତ ମୁଣ୍ଡରେ ହେଲମେଟ୍‌ ଏବଂ ମୁହଁରେ କଳାକପଡ଼ା ପିନ୍ଧି ହଠାତ୍‌ କାର୍ଯ୍ୟାଳୟକୁ ପଶିଥିଲେ। କଟୁରି ଏବଂ ଜିଆଇ ପାଇପ୍‌ରେ ସେମାନେ ଅତର୍କିତ ଆକ୍ରମଣ କରିବା ସହ ନିସ୍ତୁକ ପିଟିଥିଲେ। ଏହାପରେ କର୍ମଚାରୀଙ୍କଠାରୁ ୨ଟି ଲାପଟପ୍‌, ୬ଟି ମୋବାଇଲ, ୬ଟି ହାତ ଘଣ୍ଟା, ନଗଦ ୫ ହଜାର ଟଙ୍କା ସହ ସୁନାମୁଦି, କାନଫୁଲ ଏବଂ ମଙ୍ଗଳସୂତ୍ର ଲୁଟି ନେଇଥିଲେ। ଯିବା ପୂର୍ବରୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ। ବହୁକଷ୍ଟରେ କର୍ମଚାରୀମାନେ କବାଟ ଭାଙ୍ଗି ପଦାକୁ ଆସିବା ପରେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏପରି ଡକାୟତି ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୋଲିସ କର୍ମଚାରୀଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ବୌଦ୍ଧରୁ ଢେଙ୍କାନାଳକୁ ଚାଲାଣ ହେଉଥିଲା ଗଞ୍ଜେଇ: ଗାଁ ଯାତ୍ରା ପଡ଼ିଆରେ…

ପରଜଙ୍ଗ,୭ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡ଼ିଆ ନିକଟରୁ ବୁଧବାର ଭୋଟ୍‌ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ...

ବିଲକୁ ଯାଇଥିବାବେଳେ ବାର୍‌ହା ସହ ମୁହାଁମୁହିଁ ହୋଇଗଲେ ଚାଷୀ, ତା’ପରେ…

ଭୁବନ,୬।୧( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ଥାନା ଏକତାଳି ଗ୍ରାମର ଅରୁଣ ମନ୍ତ୍ରୀ (୬୫) ମଙ୍ଗଳବାର ବାର୍‌ହା ଆକ୍ରମଣରେ ଗୁରୁତର ଆହତ...

ଗାଁରେ ପଶି ଦଳିତଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ : ପହଞ୍ଚିଗଲେ ଲୋକେ, ପରେ..

ପରଜଙ୍ଗ, ୫।୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦଳିତ ବସ୍ତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ...

ବେଆଇନ ବ୍ଲାଷ୍ଟିଂ: ମାଟି ଅତଡ଼ା ତଳୁ ମିଳିଲା ୨ ମୃତଦେହ

ଢେଙ୍କାନାଳ,୪ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ବଦାଳୁ ନିକଟସ୍ଥ ଗୋପାଳପୁରଠାରେ ଥିବା ପଥରଖଣିରେ ଶନିବାର ସନ୍ଧ୍ୟାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ରାତିରେ ଉଦ୍ଧାର...

କଳାମୁଗୁନି ଖଣିରେ ବଡ଼ ବିସ୍ଫୋରଣ: ୪ ମୃତ୍ୟୁ ଆଶଙ୍କା

ଢେଙ୍କାନାଳ, ୪ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଶନିବାର ସନ୍ଧ୍ୟା ପ୍ରାୟ...

ନୂତନ ବର୍ଷ ଠାରୁ ଉଦ୍ୟାନ ବିଭାଗରେ ଝୁଲୁଛି ତାଲା: କାହା କଥାରେ ରହୁନି ତାଳ ମେଳ

ପରଜଙ୍ଗ,୩।୧(ନିଗନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମୁଖ୍ୟାଳୟ ଠାରୁ ୨ କିମି ଦୂର ୫୩ ନଂ ଜାତୀୟ ରାଜପଥ ପାର୍ଶ୍ୱ ହାତିଲୁଚାଣି ଛକ ନିକଟରେ ଦୀର୍ଘବର୍ଷ...

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri