ସହଯୋଗ ସତ୍ତ୍ୱେ ଚାଲିପାରୁନି ବସ୍‌

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ଯୋଗୁ ଲକ୍‌ଡାଉନ ଜାରି ରହିଥିବାରୁ ଗତ ମାର୍ଚ୍ଚ ୨୨ତାରିଖରୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲକ୍‌ଡାଉନ ହେବାର ୬୦ଦିନରୁ ଅଧିକ ଦିନ ବିତିବାପରେ ବର୍ତ୍ତମାନ ରାଜ୍ୟରେ ଗାଡ଼ି ଚଳାଚଳ ଧୀରେ ଧୀରେ ସ୍ବାଭାବିକ ହେବାକୁ ଯାଉଛି, କିନ୍ତୁ ମାଲିକମାନଙ୍କୁ ଏଥିପାଇଁ ବ୍ୟାପକ କ୍ଷତି ସହିବାକୁ ପଡୁଛି; ଯେଉଁଥିଲାଗି ଯାତ୍ରୀବାହୀ ଗାଡ଼ି ତଥା ବସ୍‌ ଚଳାଚଳ ସେତେଟା ସମ୍ଭବ ହେଉନାହିଁ ବୋଲି ବସ୍‌ ମାଲିକ ସଂଘ ମଧ୍ୟ କହିଲାଣି। ମାଲିକ ସଂଘ ସହ ବହୁ ଆଲୋଚନା ହେବାପରେ ରାଜ୍ୟ ସରକାର ସେମାନଙ୍କର କେତୋଟି ସର୍ତ୍ତକୁ ମାନି ଗାଡ଼ି ଚଳାଚଳ ଲାଗି ଅନୁମତି ଦେଲେ। ତଥାପି ପରିସ୍ଥିତି ଯାହାକୁ ତାହା, କାରଣ ଗାଡ଼ି ଚାଲିବା ଲାଗି ଅନୁକୁଳ ପରିବେଶ ସୃଷ୍ଟି ହୋଇପାରି ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ପ୍ରଥମେ ସରକାର ବସ୍‌ରେ ୫୦ପ୍ରତିଶତ ଲୋକଙ୍କୁ ଧରି ଯାଇହେବ ବୋଲି କହିଥିଲେ। ହେଲେ ଏଥିରେ ବସ୍‌ ମାଲିକମାନେ ରାଜି ହେଲେ ନାହିଁ, ଫଳରେ ଆଉଥରେ ବୈଠକ ବସିଲା। ଶେଷରେ ସରକାର ଗତ ୨୯ ତାରିଖରେ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ଟିକସ ଆଦାୟ ଛାଡ଼ କରିଛନ୍ତି। ସରକାର ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଟିକସ ଛାଡ଼ କରିଛନ୍ତି। ଦେଖିବାକୁ ଗଲେ ସରକାର ଗୋଟିଏ ମାସର ଟିକସ ଲାଭ ଆକାରରେ ବସ୍‌ ମାଲିକମାନଙ୍କୁ ପ୍ରଦାନ କରାଯାଇଛି। ଏହାସତ୍ତ୍ୱେ ବସ୍‌ ଗଡ଼ିବା ସମ୍ଭବ ହେଉନାହିଁ। ଲୋକ ନ ହେବା ଯୋଗୁ ବସ୍‌କୁ କ୍ଷତି ସହିବାକୁ ପଡୁଛି। ଭୁବନେଶ୍ୱର ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି ଯେ, ଗତ ଗୁରୁବାରଠାରୁ ବସ୍‌ ଚଳାଇବା ଆରମ୍ଭ ହୋଇଛି। ମାତ୍ର ବସ୍‌ରେ ଯାତ୍ରୀ ହେଲେ ତ ଗାଡ଼ି ଯିବ। ଗାଡ଼ିର ପରମିଟ୍‌ ଅନୁଯାୟୀ ୪୦ପ୍ରତିଶତ ଲୋକ ହେଲେ ମଧ୍ୟ ବାଟରୁ ଉଠିବେ ଭାବି ଗାଡ଼ି ଚଳାଇହେବ। କିନ୍ତୁ ଏହା ସମ୍ଭବ ନୁହେଁ, ଯେପର୍ଯ୍ୟନ୍ତ ଲୋକ ଆସିନାହାନ୍ତି ସେପର୍ଯ୍ୟନ୍ତ ଗାଡ଼ି ଚାଲିବନି। କୌଣସି ପେଟ୍ରୋଲ ପମ୍ପ ବାକିରେ ତେଲ ଦେବେ ନାହିଁ। ଡ୍ରାଇଭର, ହେଲ୍‌ପର ଏବଂ କଣ୍ଡକ୍ଟରଙ୍କ ଟଙ୍କା ଦେଲାବେଳକୁ କଷ୍ଟ ହେଉଛି। ଗାଡ଼ି ଯଦି ଏମିତି ଗଡ଼େ ତେବେ ଯାନର ମେଣ୍ଟେନାନ୍ସ କେମିତି ହେବ। ଗୋଟିଏ ମାତ୍ର ଗାଡ଼ିକୁ ଭୁବନେଶ୍ୱରରୁ ପୁରୀ ଏବଂ ପୁରୀରୁ କଟକ ଯାଇ ଫେରିବାପରେ ସବୁ ଯାଇ ମାତ୍ର ୫୦୦ଟଙ୍କା ମାଲିକର ବଞ୍ଚିଲା। ତେଣୁ ଗାଡ଼ି ସବୁ ରଖି ଦିଆଗଲାଣି। ଆଗକୁ ବହୁ ମାଲିକ ଏକାଠି ବ୍ୟାଙ୍କ ସହ କଥା ହୋଇ ଆତ୍ମସମର୍ପଣ କରିବୁ, ନଚେତ୍‌ ସରକାରଙ୍କୁ ଗାଡ଼ି ଦେଇଦେବୁ ମାସକୁ ଯାହା କିଛି ଟଙ୍କା ଦେବେ ଆଣିବୁ ବୋଲି ସେ କହିଛନ୍ତି।
ଖୋଦ୍‌ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ବସ୍‌ ମାଲିକଙ୍କ କଥାକୁ ସ୍ବୀକାର କରିବା ସହିତ ଯଦି ସବୁ ଟ୍ରକ୍‌, ଟେମ୍ପୁ, ଟ୍ୟାକ୍ସି, ବସ୍‌ ଦାବି ନେଇ ଆସନ୍ତି ତେବେ ସରକାର କ’ଣ କରିପାରିବେ। ମାସକୁ ସରକାର ୩ହଜାର କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳେ ବର୍ତ୍ତମାନ ମାତ୍ର ୨୦୦କୋଟି ଟଙ୍କା ପାଉଛନ୍ତି। ଏହା ନିଶ୍ଚିତ ଯେ, ବସ୍‌ରେ ଲୋକ ହେଉନାହାନ୍ତି, କ୍ଷତି ନିଶ୍ଚିତ ହେଉଛି। ଆଗକୁ ସମୟ ଅନୁଯାୟୀ ସବୁ କିଛି ସ୍ବାଭାବିକ ହେବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଲାଗି ପ୍ରସ୍ତୁତ ରୁହ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ଓଡ଼ିଶାର ଭୌଗୋଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟାପ୍ରବଣ ହୋଇ ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ସହିତ ଅକ୍ଟୋବର ଓ...

ନାମାଙ୍କନ ଦାଖଲ କଲେ ସତ୍ୟଭୂଷଣ

ପଦ୍ମପୁର,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର...

ସିଏସ୍‌ଓଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ: ପୋଲିସ ସହ ଧସ୍ତାଧସ୍ତି

ବଲାଙ୍ଗୀର ଅଫିସ, ୧୬।୯: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସରେ କାର୍ଯ୍ୟରତା ଜଣେ ଆଦିବାସୀ ମହିଳା ଏସ୍‌ଇଏସ୍‌ଓଙ୍କୁ ଜିଲା ମୁଖ୍ୟ ସିଏସ୍‌ଓ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ଅଭିଯୋଗ...

ବଦଳିବ ଭୁବନେଶ୍ୱରର ପାର୍କିଂ ଢାଞ୍ଚା

ଭୁବନେଶ୍ୱର,୭।୨(ବ୍ୟୁରୋ): ସହରର ପାର୍କିଂ ପଲିସି ଓ ଏନ୍‌ଏମ୍‌ଟି କାର୍ଯ୍ୟକାରିତା ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ), ଭୁବନେଶ୍ୱର ମହାନଗର...

ଦାଖଲ ହେଲା ମନ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶର,୩୧।୧(ବ୍ୟୁରୋ) : ମନ୍ତ୍ରୀ ନବ କିଶୋର ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଙ୍ଗଳବାର ଦାଖଲ ହୋଇଛି। ଡାକ୍ତରୀ ଟିମ୍‌ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉକ୍ତ ରିପୋର୍ଟ...

ସ୍କୁଲସ୍ତରରେ ଆରମ୍ଭ ହେବ ବିଜ୍ଞାନ ପ୍ରାକ୍ଟିକାଲ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ସ୍କୁଲ ସ୍ତରରେ ବିଜ୍ଞାନ ପ୍ରାକ୍ଟିକାଲ ଆରମ୍ଭ କରାଯିବ। ଯୁକ୍ତ୨ ବିଜ୍ଞାନରେ ପ୍ରାକ୍ଟିକାଲ ରହିଥିବାରୁ ଏଥିରେ ଓଡ଼ିଆ ମାଧ୍ୟମ ସ୍କୁଲରୁ ଆସିଥିବା ପିଲାଙ୍କ ପାଇଁ...

ନୂଆ ସଫେଇ ସଂସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୩।୯ (ବ୍ୟୁରୋ): ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତଥାପି ଏହାକୁ ଗୁରୁତର ସହ ନ...

ରେଷ୍ଟୁରାଣ୍ଟରେ ଦାଣ୍ଡିଆ ନୃତ୍ୟ ପାଇଁ ଚାଲିଥିଲା ଯୋଜନା: ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜଧାନୀ ନିକୋ ପାର୍କ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ବୁଧବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସିଲ୍‌ କରିଛି। ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନ ନେଇ...

Advertisement
Archives

Model This Week