ନୂଆଦିଲ୍ଲୀ,୨୫।୧୧:ଭାରତୀୟ ଶେୟାର ବଜାରର କାରବାର ପୁଣି ଥରେ ଶିଖରରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିବସର କାରବାର ଅର୍ଥାତ୍ ଗୁରୁବାର ସେନ୍ସେକ୍ସ ୭୬୨.୧୦ ପଏଣ୍ଟ ବଢ଼ି ୬୨,୨୭୨.୬୮ ଅଙ୍କ ସହ ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ହେଲେ କାରବାର ସମୟରେ ସେନ୍ସେକ୍ସ ୬୨,୪୧୨.୩୩ ଅଙ୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବର ୧୯ରେ ସେନ୍ସେକ୍ସ ୬୨,୨୪୫ ଅଙ୍କର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିଲା। ଏହି ବୃଦ୍ଧି ଫଳରେ ନିବେଶକମାନେ ଗୋଟିଏ ଦିନରେ ପ୍ରାୟ ୨.୪୬ ଲକ୍ଷ କୋଟି ଟଙ୍କାର ଲାଭ ହାସଲ କରିପାରିଛନ୍ତି। କାରଣ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜୀକୃତ ସବୁ ଷ୍ଟକ୍ର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୨୮୩.୬୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୁରୁବାର ବିଏସ୍ଇ ମାର୍କେଟ କ୍ୟାପ୍ ଅନୁଯାୟୀ ୨,୮୩,୬୯,୯୮୮.୦୨ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଗୋଟିଏ ଦିନ ପୂର୍ବେ ଏହାର ପରିମାଣ ୨,୮୧,୪୪,୩୧୮.୬୩ କୋଟି ଟଙ୍କା ଥିଲା। ଏହା ତୁଳନାରେ ୨ଲକ୍ଷ କୋଟି ଟଙ୍କା ଅଧିକ ବୋଲି କୁହାଯାଉଛି। ଅପରପକ୍ଷରେ ନିଫ୍ଟି ୨୧୬.୮୫ ପଏଣ୍ଟ ବଢ଼ି ୧୮,୪୮୪.୧୦ ଅଙ୍କରେ ପହଞ୍ଚତ୍ଛି। ସେହିପରି ବିଏସ୍ଇ ସୂଚକାଙ୍କ ଅନୁସାରେ ଆଇଟି ସେକ୍ଟରର ଷ୍ଟକ୍ ସବୁଠୁ ଭଲ ପ୍ରଦର୍ଶନ କରିଛି। ବିଏସ୍ଇର ଶୀର୍ଷ ୩୦ ଶେୟାର ମଧ୍ୟରୁ ଇନ୍ଫୋସିସ୍, ଏଚ୍ସିଏଲ, ୱିପ୍ରୋ, ଟେକ୍ ମହିନ୍ଦ୍ରା, ଟିସିଏସ୍ରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷରେ ପାୱାରଗ୍ରୀଡ୍,ଏଚ୍ଡିଏଫସି, ଏଚ୍ୟୁଏଲ୍, ସନ୍ଫାର୍ମା ଓ ଏମ୍ ଆଣ୍ଡ ଏମ୍ର ଶେୟାରରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ କିଛି ପରିମାଣରେ ବୃଦ୍ଧି ଘଟିଛି। ଏପରିକି ଗୁରୁବାରର କାରବାର ଆରମ୍ଭ ହେବା ବେଳକୁ ଗୋଟିଏ ଡଲାରର ମୂଲ୍ୟ ୮୧.୮୫ ଟଙ୍କା ଥିବାବେଳେ ୨୬ ପଇସା ବୃଦ୍ଧି ଘଟି ତାହା ୮୧.୬୭ ଟଙ୍କାରେ ବନ୍ଦ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁ ଭାରତୀୟ ଷ୍ଟକ୍ ବଜାରରେ ଏଭଳି ଉତ୍ସାହ ଦେଖାଦେଇଛି। ଆମେରିକାର ଫେଡେରାଲ ରିଜର୍ଭ ଦ୍ବାରା ସୁଧ ହାର ବୃଦ୍ଧିକୁ କମାଇବାର ସଙ୍କେତ ନିବେଶକଙ୍କୁ ବେଶ୍ ଉତ୍ସାହିତ କରିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଛି।


