ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ

ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ଖଣିଜ ବୋଝେଇ ଶହ ଶହ ଟ୍ରକ ଓ ଡମ୍ପର ପରିବହନ କରୁଛନ୍ତି। ଫଳରେ ଜୁରୁଡି ଲାଲଗେଟ ଠାରୁ ହାଟପଦା ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ରାସ୍ତାର ମରାମତି କାର୍ଯ୍ୟ ହୋଉନଥିବାରୁ ତାହା ଧିରେଧିରେ ବଡ ବଡ ଗର୍ତ୍ତ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଯାଉଥିବା ସାଧାରଣ ପଥଚାରୀ, ବାଇକ ଚାଳକ, ଛୋଟ ଯାନବାହାନ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଛି।
ରାଜ୍ୟ ସରକାର ଏହି ରାସ୍ତା ନିର୍ମାଣ କରିବା ପାଇଁ ଟେଣ୍ଡର ଜରିଆରେ ଏକ ଠିକାସଂସ୍ଥାକୁ ଦେଇଛନ୍ତି। ସମ୍ପୃକ୍ତ ଠିକାସଂସ୍ଥାର ରାସ୍ତା ନିର୍ମାଣରେ ବିଳମ୍ବ ଓ ମନ୍ଥର ଗତି ହେତୁ ରାସ୍ତା ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏପରିକି ପରିବହନ ଯୋଗୁ ଧୂଳିଧୂଆଁରେ ଅତିଷ୍ଠ ଅଞ୍ଚଳବାସୀଙ୍କ ରାସ୍ତାରେ ଜଳସିଞ୍ଚନ ପାଇଁ ଦାବି କରାଯାଉଥିଲେ ହେଁ ଦିନେ ଦୁଇଦିନ ରାସ୍ତାରେ ପାଣି ସିଞ୍ଚନ କରାଯିବା ପରେ ତାହା ବନ୍ଦ ହୋଇଯାଉଛି। ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ଏ ରାସ୍ତାର ସ୍ଥାନେ ସ୍ଥାନେ ରାସ୍ତା ନିର୍ମାଣ କରାଯାଇ ରାସ୍ତାରେ ଛୋଟ ଚଡ ଚିପ୍ସି ପଡିରହୁଛି ା ଯାହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରିବା ଅତି ବିପଜ୍ଜନକ ହୋଇପଡିଛି। ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ ଏହି ରାସ୍ତା ନିର୍ମାଣରେ ବିଳମ୍ବ କରାଯାଉଥିବାରୁ ଏହି ରାସ୍ତା ଦେଇ ଯୋଡା ବ୍ଲକର ଜଜାଙ୍ଗ, ଜୁରୁଡି, ଜଲହରି, ପଳସା, କାଳିମାଟି ସମେତ ଝୁମ୍ପୁରା ବ୍ଲକ ମହକୁମାର ଲୋକଙ୍କ ପାଇଁ ଯାତାୟତ କରିବା ଦୁର୍ବିସହ ହୋଇପଡିଛି। ଏ ସମ୍ପର୍କରେ ଟେଣ୍ଡର ଜରିଆରେ କାର୍ଯ୍ୟ ପାଇଥିବା ଏକ କମ୍ପାନୀର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଚୌଧୁରୀଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଡିଷ୍ଟ୍ରିକ ମିନେରାଲ ଫଣ୍ଡ (ଡିଏମ୍‌ଏଫ୍‌) ପକ୍ଷରୁ ୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ୧୩ କି.ମି. ଦୂରତା ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଏହି ଠିକାସଂସ୍ଥା ପାଇଛି ା ପିଡବ୍ଲ୍ୟୁଡି ସହିତ ୨୦୨୦ ମସିହା ମଧ୍ୟରେ ଏହି ରାସ୍ତା ନିର୍ମାଣ ଶେଷ କରିବା ପାଇଁ ଚୁକ୍ତି ହୋଇଅଛି ା ତେବେ ଏପର୍ଯ୍ୟନ୍ତ ଶତକଡା ୫୦ ପ୍ରତିଶତ ମଧ୍ୟ କାର୍ଯ୍ୟ ଶେଷ ହୋଇପାରିନାହିଁ। ଏହି ରାସ୍ତା ନିର୍ମାଣର ବିଳମ୍ବ କାରଣ ସମ୍ପର୍କରେ ସେ ଅଧିକ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଥିବା ଇଲେକ୍ଟ୍ରିକ ଖୁଣ୍ଟ ସ୍ଥାନାନ୍ତର ହୋଇପାରିନାହିଁ ା ଜିଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ମଧ୍ୟ ଶେଷ ହୋଇପାରିନାହିଁ , ବିଭିନ୍ନ ସ୍ଥାନରେ ଗଛକଟା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ ା ଏହା ସହିତ ଏହି ରାସ୍ତା ଦେଇ ଯାଇଥିବା ପାଇପ୍‌ଲାଇନ ମଧ୍ୟ ସ୍ଥାନାନ୍ତର ହୋଇପାରିନାହିଁ। ଏହି ସବୁ କାରଣରୁ ରାସ୍ତା ନିର୍ମାଣରେ ବିଳମ୍ଭ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri