ସରିଲା ଲଗ୍ନଧରା: ୩୦ରେ ଟୁସୁ – ଶଙ୍କରଙ୍କ ବିବାହ

ବାଲେଶ୍ୱର ଅଫିସ, ୧୯।୫-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଚଳିତବର୍ଷ ଟୁସୁ ଓ ଶଙ୍କରଙ୍କର ଲଗ୍ନଧରା ଶ୍ୟାମସୁନ୍ଦର ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶହେରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ରହି କନ୍ୟାକୁ ଆଶୀର୍ବାଦ ଦେଇଥିଲେ। ଆସନ୍ତା ୩୦ତାରିଖରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହେବ ବୋଲି ସ୍ଥିର କରାଯାଇଛି।
ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ୯ବର୍ଷ ହେବ ହୋଇଆସୁଛି ଜଇକଣ୍ଢେଇ ବାହାଘର। ଚଳିତବର୍ଷ ବରର ନାମ ଶଙ୍କର ରଖାଯାଇଥିବା ବେଳେ କନ୍ୟାର ନାମ ଟୁସୁ ରଖାଯାଇଛି। ଲୋକକଥାକୁ ନେଇ ଏହି ନାମକରଣ କରାଯାଇଛି। ଚନ୍ଦନ ପୂର୍ଣ୍ଣମୀ ଅବସରରେ ତାହାର ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଛି। ପୂର୍ବାହ୍ନ ୮ଟାରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର କର୍ମକର୍ତ୍ତାମାନେ ବରପିତା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁରଞ୍ଜନ ଦାସ ମହାପାତ୍ର ଓ ମାତା ଝାନ୍‌ସୀ ଦାସ ମହାପାତ୍ର ସହ ହାତରେ ମିଠାହାଣ୍ଡି ଧରି ସିନେମା ଛକ ନିଟରେ ଥିବା ସିଦ୍ଧି ବିନାୟକ ମନ୍ଦିରରୁ ବାହାରିଥିଲେ। ପରେ ସେମାନେ ଆସି ପହଞ୍ଚିଥିଲେ ଶ୍ୟାମସୁନ୍ଦର ମନ୍ଦିର ନିକଟରେ। ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କନ୍ୟା ପିତା ସ୍ବର୍ଣ୍ଣକାର ରାଜକିଶୋର ରଣା ଓ ମାତା ଶାନ୍ତିଲତା ରଣା ଟୁସୁଙ୍କର ଲଗ୍ନଧରା କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ। ବରଘର ପକ୍ଷରୁ କନ୍ୟାଘରକୁ ଯୌତୁକ ବାବଦରେ ‘ରକ୍ତ ଦେବି ଜୀବନ ବଞ୍ଚାଇବି’ ଦାବି କରାଯାଇଥିବା ବେଳେ କନ୍ୟାଘର ତରଫରୁ ‘ବିଜ୍ଞାନକୁ ଆଦରନ୍ତୁ ଓ ଅନ୍ଧବିଶ୍ୱାସକୁ ଦୂରାନ୍ତୁ’ ଦାବି କରାଯାଇଥିଲା। ଏହାକୁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିବା ପରେ ଆସନ୍ତା ୩୦ତାରିଖରେ ବାହାଘର ତାରିଖ ଧାର୍ଯ୍ୟ ହୋଇ ଲଗ୍ନଧରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଲଗ୍ନଧରାରେ ଉଭୟ ପକ୍ଷରୁ ୧୦୦ ପାଖାପାଖି ଲୋକ ଯୋଗ ଦେଇଥିଲେ। ସେଥିମଧ୍ୟରୁ ବାଲେଶ୍ୱରର ବହୁ ବୁଦ୍ଧିଜୀବୀ, କଳାକାର, ସାହିତି୍ୟକ, ବାରିକ ସଂଘ, ବ୍ରହ୍ମଣ ସଂଘ ସାମିଲ ହୋଇଥିଲେ।
ବର ପିତା ସୁରଞ୍ଜନ ଦାସ ମହାପାତ୍ରଙ୍କ କହିବାନୁସାରେ, କଳା ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ଏହି କାର୍ଯ୍ୟ ହେଉଥିବାରୁ ଉଭୟ ପରିବାର ଓ ଉଭୟ ଅଞ୍ଚଳର ଲୋକ ଏ ପ୍ରକାର ବାହାଘରକୁ ସାଦରରେ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri