ସରିଲା କୁମ୍ଭୀର ଗଣନା: ଆଖପାଖ ପୋଖରୀ ସହ ଘୋଡ଼ାହାଡ଼ ଡ୍ୟାମରେ ୬୫ କୁମ୍ଭୀର ଚିହ୍ନଟ

ଦିଗପହଣ୍ଡି, ୧୦।୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଘୋଡ଼ା ହାଡ଼ ଡ଼୍ୟାମ ସମେତ ଆଖପାଖ ପୋଖରୀରେ ଶୁକ୍ରବାର ବନବିଭାଗ ପକ୍ଷରୁ କୁମ୍ଭୀର ଗଣନା ସରିଛି। ଗତ ବର୍ଷ ଡ଼୍ୟାମରେ ୪୩ଟି ଗୋ ମୁହାଁ ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୪୪ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିବା ଦିଗପହଣ୍ଡି ରେଞ୍ଜର ପ୍ରମୋଦ କୁମାର ଖଡ଼ଗ ରାୟ କହିଛନ୍ତି। ସେହିପରି ଡ୍ୟାମ ଇଲାକାରେ ଥିବା ବିଭିନ୍ନ ଗାଁ ପୋଖରୀ ଓ ଜଳାଶୟ ଗୁଡ଼ିକରେ ଗତ ବର୍ଷ ୧୫ କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ସଂଖ୍ୟା ୨୨କୁ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି। ପୂର୍ବାହ୍ନ ପ୍ରାୟ ୯ଟାରୁ ଅପରାହ୍ନ ୨ଟା ଯାଏ ୧୦ଟି ତାଲିମ ପ୍ରାପ୍ତ ବନ କର୍ମଚାରୀ ଟିମ୍‌ ୧୦ ଡଙ୍ଗାରେ ଡ୍ୟାମ ଭିତରକୁ ଯାଇ କୁମ୍ଭୀର ଗଣନା କରିଥିଲେ। ଗଣନା କାର୍ଯ୍ୟରେ ସହକାରୀ ବନ ସଂରକ୍ଷକ ଏ. ମାଧବିଲତା, ସାମନ୍ତିଆ ପଲ୍ଲୀ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର, ବନପାଳ ଅକ୍ଷୟ କୁମାର ତ୍ରିପାଠୀ, ସୀତାରାମ ପାତ୍ର, ଶିବରାମ ନାୟକ, କେ. କବିତା ରେଡ୍ଡୀ, ବିଜୟ କୁମାର ମାଝୀ ପ୍ରମୁଖ ୪୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଶାଗୁଆନ ଜଙ୍ଗଲରେ ନିଆଁ

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ବମକେଇ ପଞ୍ଚାୟତ ମାଟିଆପଲ୍ଲୀ ଗ୍ରାମ ଶାଗୁଆନ ଜଙ୍ଗଲରେ ଗୁରୁବାର ରାତିରେ ନିଆଁ ଲାଗିଥିବା ଜଣାପଡ଼ିବା…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri