Posted inଜାତୀୟ

ସରିଲା ଅଯୋଧ୍ୟା ବିଚାର

ନୂଆଦିଲ୍ଲୀ,୧୭ା୧୦(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟରେ ୪୦ ଦିନର ମାରାଥନ୍‌ ଶୁଣାଣି ପରେ ବୁଧବାର ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ଶେଷ ହୋଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍‌ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଥିବାରୁ ଏହା ପୂର୍ବରୁ ଏହି ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।
୭୦ ବର୍ଷ ଧରି ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ଅଯୋଧ୍ୟା ଜମି ବିବାଦ ମାମଲା କୋର୍ଟରେ ଛନ୍ଦି ହୋଇ ରହିଥିଲା। ଆପୋସ ବୁଝାମଣା ଜରିଆରେ ସମାଧାନର ବାଟ ଫିଟାଇବା ପାଇଁ ସର୍ବୋଚ୍ଚ ଅଦାଲତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ଆଇ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ମଧ୍ୟସ୍ଥ କମିଟି ଗଠନ କରିଥିଲେ। ଏଥିରେ ଆଧ୍ୟାମତ୍ିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ମଧ୍ୟସ୍ଥ ଶ୍ରୀରାମ ପଞ୍ଚୁ ସଦସ୍ୟ ଥିଲେ। ମଧ୍ୟସ୍ଥ କମିଟି ପ୍ରାୟ ୪ ମାସ ଧରି ଚାଲିଥିବା ମଧ୍ୟସ୍ଥ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଚୂଡ଼ାନ୍ତ ବୁଝାମଣାରେ ଏହି କମିଟି ବିଫଳ ହେବା ପରେ ଅଗଷ୍ଟ ୬ରେ ମାମଲାର ଦୈନନ୍ଦିନ ଶୁଣାଣି ସର୍ବୋଚ୍ଚ ଅଦାଲତରେ ଆରମ୍ଭ ହୋଇଥିଲା। ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ମଧ୍ୟ ରହିଛନ୍ତି। ଏହି ପୀଠ ମାମଲାକୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେବା ପାଇଁ ସମସ୍ତ ପକ୍ଷଙ୍କୁ ଲିଖିତ ଜବାବ ଦାଖଲ ପାଇଁ ୩ ଦିନ ସମୟ ଦେଇଥିଲେ। ଦଶହରା ଛୁଟି ପରେ ଚୂଡ଼ାନ୍ତ ଶୁଣାଣି ଅକ୍ଟୋବର ୧୪ରେ ପୁଣି ଆରମ୍ଭ ହୋଇଥିଲା। ବୁଧବାର ଶୁଣାଣିର ଶେଷ ଦିନ ଅପରାହ୍ନ ୪ଟାରେ ମୁସ୍‌ଲିମ ପକ୍ଷଙ୍କ ଓକିଲ ରାଜୀବ ଧଓ୍ବନ ଯୁକ୍ତି ବାଢ଼ୁଥିବାବେଳେ ସିଜେଆଇ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ବିଚାର ଶେଷ ହୋଇଛି ଏବଂ ରାୟ ସଂରକ୍ଷିତ ରହିଲା ବୋଲି ଜଷ୍ଟିସ୍‌ ଗୋଗୋଇ ଘୋଷଣା କରିଛନ୍ତି। ସିଜେଆଇ ଆସନ୍ତା ମାସ ୧୭ରେ ଅବସର ନେବେ। ତେଣୁ ତା’ ପୂର୍ବରୁ ସୁପ୍ରିମକୋର୍ଟରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଆସିପାରେ।
୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ୪ଟି ପିଟିଶନର ଶୁଣାଣି କରି ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ୩ ପକ୍ଷ (ସୁନ୍ନି ଓ୍ବାକଫ୍‌ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲାଲା)ଙ୍କ ମଧ୍ୟରେ ସମାନ ୩ ଭାଗ କରି ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପ୍ରପୀଡିତଙ୍କ ପାଇଁ ମୋଦିଙ୍କୁ ସହାୟତା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୯।୮: କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାୟନାଡ ଜିଲା। ଏଠାରୁ ଏମ୍‌ପି ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

୧୨୫ ଦିନ ପରେ ଆଜି ଦେଶରେ ସବୁଠୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମୁଛି। ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ସବୁଠୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା...

ନ୍ୟାୟପାଳିକା ଉପରେ ଲୋକଙ୍କର ଭରସା ନାହିଁ: ରାହୁଲ

ଥୁତୁକୁଡି,୨୭ ।୨: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହେବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଥୁତୁକୁଡି ଜିଲାରେ...

ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କଲା ଏନ୍‌ଜିଟି

ନୂଆଦିଲ୍ଲୀ,୯।୩: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଦିଲ୍ଲୀର ପ୍ରାୟ ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ସ ଉପସ୍ଥାନକୁ ବାରଣ କରିଥିବା ଜଣାପଡିଛି।...

ହରିଦ୍ୱାରରେ ବିସର୍ଜନ ହେବ ସିଡିଏସ୍ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ ଅସ୍ଥି

ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥି ଶନିବାର ହରିଦ୍ୱାର ଗଙ୍ଗାରେ ବିସର୍ଜନ କରାଯିବ...

ଧାଡ଼ିରେ ଛିଡ଼ା ହେଲେ ମମତା

କୋଲକାତା, ୬ା୧: ‘ସ୍ବାସ୍ଥ୍ୟ ସାଥୀ’ ସ୍ମାର୍ଟ କାର୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କୋଲକାତା ମ୍ୟୁନିସିପାଲିଟି କାର୍ଡ ବଣ୍ଟନ କେନ୍ଦ୍ରରେ ଧାଡ଼ିରେ ଛିଡ଼ା...

ବିଦେଶରେ ପଡି ରହିଛି ତିନି ହଜାରରୁ ଅଧିକ ମୃତଦେହ: ମାଟି ମା’ କୋଳକୁ ଫେରିବାକୁ ରହିଛି ଅପେକ୍ଷା!

ନୂଆଦିଲ୍ଲୀ, ୧୮ ।୯: ପେଟ ପାଟଣା ପାଇଁ ବିଦେଶକୁ ଚାଲି ଯାଇଥିଲେ କେତେକ ଭାରତୀୟ । ପରିବାର ପୋଷିବା ସହ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ଲକ୍ଷ୍ୟ...

ତାଜମହଲ ବୁଲିଲେ ମଙ୍ଗୋଲିଆ ରାଷ୍ଟ୍ରପତି

ଆଗ୍ରା,୨୧।୯: ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ଟମାଗିନ ବଟୁଲଗା ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶନିବାର ସେ ଓ ତାଙ୍କ ସ୍ତ୍ରୀ ଆଗ୍ରାର ତାଜମହଲ ବୁଲି ଦେଖିଛନ୍ତି।...

Advertisement
Archives

Model This Week