ସରବନ୍ତର ଶ୍ରୀପତିତପାବନ ଯାତ୍ରା

ସରବନ୍ତ ଗଁାଟି ଜଗତ୍‌ସିଂହପୁର ଜିଲାର ଏରସମା ମଣ୍ଡଳରେ ଅଛି। ଜିଲା ସଦର ମହକୁମା ଠାରୁ ବାଲିକୁଦା, ବୋରିକିନା ଓ ଗୋଡ଼ା ବଜାର ଦେଇ ସମୁଦ୍ର କୂଳକୁ ଲମ୍ବିଯାଇଛି ଏହି ପୀଠକୁ ରାସ୍ତା। ମହାପ୍ରଭୁ ବହୁ ପ୍ରାଚୀନ କାଳରୁ ଏଠାରେ ଉପାସିତ ହେଉଛନ୍ତି। ଐତିହ୍ୟ ଅଛି ନିଝାଡ଼ ବନସ୍ତରେ କନ୍ଧମାନଙ୍କର ଜନବସତି ସମୁଦ୍ର ଅଧ ମାଇଲିଏ ଦୂରରେ ଥିଲା। ଆମ୍ବଶାଳ ଜମିଦାରଙ୍କର ବିଶେଷ ପ୍ରଭାବ ନ ଥିଲା କନ୍ଧମାନଙ୍କ ଜନବସତି ଅଞ୍ଚଳରେ, ଯଦିଓ ତାଙ୍କର ଇଲାକା ଭିତରେ କନ୍ଧମାନେ ରହୁଥିଲେ ତଥାପି ତାଙ୍କର ବିଶେଷ କିଛି ଶାସନର ପ୍ରଭାବ ପଡୁ ନ ଥିଲା। ଥରେ ଜମିଦାର ଅନନ୍ତ ମଙ୍ଗରାଜ ଶିକାର କରୁ କରୁ ପଶିଯାଇଥିଲେ କନ୍ଧ ଇଲାକା ଭିତରକୁ। କନ୍ଧମାନଙ୍କର ଭେଣ୍ଡିଆଙ୍କ ଦିହରେ ଏହା ଗଲାନି। ରାଗିଗଲେ। ବିରୋଧ କଲେ। ଭେଟବରଠୁ ଆଉ ସିଆଡ଼ିିକି ଡିଅଁାଇ ଦେଲେନି। ଭେଟବର ଓ ଆଜିର ସରବନ୍ତ ଭିତରେ ସେମାନେ ଲୁଚେଇ ରଖିଥିଲେ ଅନେକ ଧନୁଶର। ଧନୁରେ ଶର ଚଢେଇ ସେମାନେ ଅନନ୍ତ ମଙ୍ଗରାଜଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ସାଙ୍ଗରେ ଯାଇଥିବା ପାର୍ଷଦମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଜନଶ୍ରୁତି ଅଛି ଏତେ ପରିମାଣରେ ଶର ସେମାନେ କାଠ ଫିରକରେ ତିଆରି କରି ଗୁପ୍ତରେ ରଖିଥିଲେ ଯେ, ତାହା ଏକ ବନ୍ତରେ ପରିଣତ ହୋଇଥିଲା। ସେଥିପାଇଁ ତା’ ନଁା ହୋଇଯାଇଥିଲା ସରବନ୍ତ। ଘମାଘୋଟ ଲଢେଇ ହେଲା, କିନ୍ତୁ କନ୍ଧ ଭେଣ୍ଡିଆମାନେ ଯୁଦ୍ଧରେ ପାରିଲେନି। ମଙ୍ଗରାଜେ ଶେଷରେ ତାଙ୍କୁ ପରାସ୍ତ କଲେ। ସେହି ଇଲାକାକୁ ନିଜ ରାଜ୍ୟରେ ମିଶାଇ ଦେଲେ। ସୁରକ୍ଷା ପାଇଁ ଗଡ଼ଟିଏ ପ୍ରତିଷ୍ଠା କଲେ, ନଁା ଦେଇଦେଲେ ଗଡ଼ହରିଶପୁର।
ସରବନ୍ତଠାରେ ଯୁଦ୍ଧ ବିଜୟ ସ୍ମୃତିରେ ପ୍ରତିଷ୍ଠା କରିଥିଲେ ମହାପ୍ରଭୁଙ୍କ ମନ୍ଦିର। ସେତେବେଳେ ଜମିଦାର ଖଞ୍ଜି ଦେଇଥିଲେ ୫୦ ଏକର ଚାଷଜମି। ଆଜି ଉପାସନା ଚାଲିଛି କିନ୍ତୁ ସେତିକି ପରିମାଣର ଚାଷଜମି ଆଉ ନାହିଁ । ମନ୍ଦିରରେ ମହାପ୍ରଭୁଙ୍କର ଏକ ବିଶାଳକାୟ ଶ୍ରୀବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ। ଏହି ବିଗ୍ରହମାନଙ୍କୁ ନେଇ ଅନେକ ବର୍ଷ ରଥଯାତ୍ରା ସମ୍ଭବ ହୋଇ ନ ଥିଲା। ତେଣୁ ପଣ୍ଡିତମାନଙ୍କୁ ଡାକି ବହୁ ବିଚାର ବିମର୍ଷ କରି ଶ୍ରୀପତିତପାବନଙ୍କୁ ମନ୍ଦିରରେ ପ୍ରତିଷ୍ଠା କରିଥିଲେ। ମନ୍ଦିରର ମୂଳ ବିଗ୍ରହଙ୍କୁ ରଥରେ ବିଜେ ନ କରାଇ ଶ୍ରୀପତିତପାବନଙ୍କୁ ଗୋଟିଏ ରଥରେ ବିଜେ କରାଇବାର ବ୍ୟବସ୍ଥା କରିଥିଲେ। ଆଜି ବି ଗୋଟିଏ ରଥରେ ଏଠାରେ ଶ୍ରୀପତିତପାବନ ରଥଯାତ୍ରାରେ ବିଜେ କରୁଛନ୍ତି। ଓଡ଼ିଶାରେ ଏହା ଏକମାତ୍ର ପୀଠ ଯେଉଁଠି ରଥଯାତ୍ରା ପ୍ରସିଦ୍ଧ ଶ୍ରୀପତିତପାବନ ଯାତ୍ରା ନାମରେ। ମହାପ୍ରଭୁ ଶ୍ରୀକ୍ଷେତ୍ରରେ ପତିତଉଦ୍ଧାର ପାଇଁ ତିନିରଥରେ ବଡ଼ଦାଣ୍ଡରେ ବିଜେ କରୁଥିଲା ବେଳେ ସରବନ୍ତରେ ଗୋଟିଏ ରଥରେ ପତିତଉଦ୍ଧାର ପାଇଁ ଶ୍ରୀପତିତପାବନ ଆଜି ବିଜେ କରୁଛନ୍ତି।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri