ସରକାରୀ ସୁବିଧାରୁ ବଁଚିତ୍‌ ସିଦ୍ରିଆ ସମାଜ: ଜାତି, ଭେଲିକେ ନେଇ ଗୁପାରେ ପରଶାସନ

ବିନିକା, ୧୮।୧ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂହିଯୁବା ପଁଚେତ୍‌ ଅଧୀନ ଜାମପାଲି ଗଁାର କେନାଲ ପଡ଼ା, ଟାଙ୍ଗର ପଡ଼ା ଆର ଜଙ୍ଗଲ ପଡ଼ାରେ ଅନେକ ବଛର ହେଲା ରହିଆସୁଛନ୍‌ ସିଦ୍ରିଆ ସମାଜର ୫୦ ପରିବାରର ପାଖାପାଖି ୩ଶହ ଲୋକ୍‌। ସମାଜର ବଡ଼ଭାଗି ଲୁକ୍‌କର ଜମିବାଡ଼ି ନଁାଇଁନ, ସରକାରନୁ ପାଇଥିବାର ୫ ଡେସିମିଲ ଜାଗାରେ ଘରର କରି ବଛର ବଛର ହେଲା ରହିଆସୁଛନ୍‌। ନିଜର କଉଲିକ୍‌ ବୁର୍‌ତି ହିସାବେ ପିତଲର ମାନ, ତାମ୍ବି, ଭିନେ ଭିନେ ଦେବାଦେବୀ ମୁର୍‌ତି ତିଆରି ବିକାଭଂଗା କରି ଚଲୁଛନ୍‌। ଆରକେତେ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଇ ସମାଜର ଲୋକ୍‌ କହୁଥିବାର ଭାଷା ବି ଭିନେ, ଯେନ୍‌ଟା ଝନେ ସାଧାରନ୍‌ ଲୋକ୍‌ ବୁଝି ନିପାରେ। ଗଁାରେ ବଡ଼ଭାଗି ଲୋକ୍‌ ଅଶିକ୍ଷିତ। ସମାଜର ୩୦ରୁ ଅଧ୍‌କା ଛୁଆ ୫ମରୁ ୭ମ ଭିତ୍‌ରେ ପାଠ୍‌ପଢ଼ା ଛାଡ଼ିଛନ୍‌। ସେନ୍‌ତା ଆଏଜ୍‌ତକ ଗଁାର ୩ ଝନ୍‌ ପିଲା ହେମନ୍ତ ଝରା, ସୁଶାନ୍ତ ଝରା, ପ୍ରଶାନ୍ତ ଝରା କଲେଜର ମାଏଟ୍‌ ମାଡ଼ି ପାରିଛନ୍‌। ଇତାର ମୂଲ କାରନ୍‌ ସିଦ୍ରିଆ ଭାଷା ଅଲଗ ହେଇଥିଲାବେଲେ ସ୍କୁଲରେ ଛୁଆମାନକୁ ଓଡ଼ିଆ ଭାଷାଥି ପଢ଼ାଯାଉଛେ। ଯେନ୍‌ଟା ଛୁଆକର ମଗଜରେ ନାଇଁ ପଶବାର ବଲି କେତେ ଅଭିଭାବକ ଆର କଲେଜର ମାଏଟ୍‌ ମାଡ଼ିଥିବାର ଯୁବକମାନେ କହିଛନ୍‌। ଯେନ୍‌ଥିରଲାଗି ଇ ସମାଜର ଅନେକ ପିଲା ଶିକ୍ଷା ଲେଖେଁ ଗୁଟେ ଗୁରୁତ୍‌ ବିଷେରୁ ଦିନୁଦିନ୍‌କେ ଦୂରେଇ ଯାଉଛନ୍‌। ଶିକ୍ଷାଦିକ୍ଷା ଅଭାବୁ ସମାଜରେ ଆଏଜ୍‌ ବି ଅନେକ୍‌ କୁସଁସ୍‌କାର ରହିଛେ। ସରକାର ନାବାଲିକ ବିହାକେ ବେଆଇନ୍‌ ଘୋଷନା କରିଛନ୍‌। ଇ ଦିଗେ ସଚେତନତା ଲାଗି ଅନେକ ସ୍ବେଚ୍ଛାସେବୀ ସଂଗଠନ ବି କାମ୍‌ କରୁଛନ୍‌। ହେଲେ ଶିକ୍ଷାର ଅଭାବ୍‌ରୁ ଇ ସମାଜରେ ଆଏଜ୍‌ ବି ନାବାଲିକ, ନାବାଲକ ବିହାର ପରଚଲନ ଥିବାର ଖବର ଠୁଲାଲାବେଲେ ଜନାପଡ଼ିଛେ। ଇତାର ବାହାରେ ଇ ସମାଜର ଲୋକ୍‌ ଏସ୍‌.ସି, ଏସ୍‌.ଟି, ଓ.ବି.ସି. କି ସାଧାରନ ଭେଲିରେ ଯିବେ ସେଟା ଆଏଜ୍‌ତକ ଜାନି ନାଇଁପାରବାର। ଥାନୀଅ ପରଶାସନ ପାସେ ବି ଇତାର ଉତର ନଁାଇଁନ। ଯେନ୍‌ଥିରଲାଗି ଇ ସମାଜର ଲୋକ୍‌, ଛାତ୍ରୀଛାତ୍ର ସରକାରକଁର ଅନେକ ଜନହିତକର ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ୨୦୧୪ ସାଲେ ଇ ଗଁାର ସୁଶାନ୍ତ ଝରା ବିନିକା ତହସିଲରୁ କେଶ୍‌ (ନଂ. ଇ-ସିଏଏସ୍‌/୧୫୧୧ ଅଫ୍‌ ୨୦୧୪)ରେ ଏସ୍‌.ସି. ଭେଲିର ବଲି ଜାତିଗତ ପରମାନପତର ପାଇଥିଲେ। ହେଲେ ୫ ବଛର ଉତାରୁ ସେ ଉଚ ଶିକ୍ଷା ଲାଗି ଯେତେବେଲେ ଆରଘାଏ ଆବେଦନ କଲେ ତାହାକୁ ମନା କରିଦିଆଗଲା ବଲି ସେ କହିଛନ୍‌। ଇ ବାବ୍‌ଦେ ସିଂଘିଯୁବା ରାଜସ୍ବ ନିରୀକ୍ଷକ ସରୋଜ ବାଘକୁଁ ପଚ୍‌ରାଲାରୁ ସିଦ୍ରିଆମାନେ କେନ୍‌ ଭେଲିଥି ସାମିଲ ହେବେ ତାର କିଛି ସୂଚନା ଆମ୍‌କୁ ବିଭାଗୀୟ ଉଚ କତୁରପକ୍ଷ ନାଇଁଦେଇ। ଆଗ୍‌ରୁ ଝନେ ସିଦ୍ରିଆ ଯୁବକ ଏସ୍‌.ସି. ଜାତିଗତ ପରମାନପତର ପାଇଥିଲେ। ହେଲେ ସେ କେନ୍‌ଥେଇ ଆର କାହାର ଜରିଆରେ ପାଇଥିଲେ ସେଟା ମୁଇଁ ନାଇଁ ଜାନି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ତହସିଲଦାର ତ୍ରୀପୁର ମହାନନ୍ଦକୁଁ ପଚ୍‌ରାଲାରୁ ୨ ମାସ୍‌ ହେଲା ମୁଇଁ ଇଠାନକେ ଆସିଛେଁ। ଇ ବିଷେରେ ମୋର ପାସେ କିଛି ସୂଚନା ନଁାଇଁନ। ଇ ଦିଗେ ଜିଲାପାଳ ଯାହା କରବାର କଥା କରିପାରବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri