ସମ୍ପାଦକୀୟ/ଅବିଶ୍ୱସନୀୟ ଦୃଷ୍ଟାନ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ହିନ୍ଦୀ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ୧୯୮୭-୮୮ରେ ସେ ଡିଜିଟାଲ କ୍ୟାମେରା ବ୍ୟବହାର କରୁଥିଲେ। ଏପରି କି ଗୁଜରାଟର ବିରାମଗାମରେ ଏକ ସାଧାରଣ ସଭାରେ ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡ୍‌ଭାନୀଙ୍କ ରଙ୍ଗିନ୍‌ ଡିଜିଟାଲ ଫଟୋ ଉଠାଇ ସେ ଦିଲ୍ଲୀକୁ ପଠାଇଥିଲେ। ପରଦିନ ଖବରକାଗଜରେ ରଙ୍ଗିନ୍‌ ଫଟୋ ଦେଖି ଆଡ୍‌ଭାନୀ ଆଶ୍ଚର୍ଯ୍ୟ ହୋଇ ଏହା କିଭଳି ଆସିଲା ବୋଲି ପଚାରିଥିଲେ। ଏହି ସାକ୍ଷାତ୍‌କାର ପ୍ରସାରଣ ହେବା ପରେ ମୋଦିଙ୍କ ଦାବିକୁ ସମାଲୋଚନା କରାଯାଇଛି। ବିରୋଧୀ ତାଙ୍କୁ ମିଛର ଆଶ୍ରୟ ନେଉଥିବା ଜଣେ ନେତା କହୁଥିବା ବେଳେ ବୁଦ୍ଧିଜୀବୀ ଭାରତରେ ଯେତେବେଳେ ଡିଜିଟାଲ ବୈଷୟିକ ଜ୍ଞାନ ଆସି ନ ଥିଲା, ସେତେବେଳେ ସେ ଡିଜିଟାଲ ଫଟୋ କିଭଳି ଉଠାଇଲେ ବୋଲି ପ୍ରଶ୍ନ ଉଠାଇଛନ୍ତି।
ଇତିହାସ ଦେଖିଲେ, ଡିଜିଟାଲ କ୍ୟାମେରା ଚିନ୍ତା ୧୯୭୫ରେ ବୈଷୟିକବିତ୍‌ଙ୍କ ମୁଣ୍ଡକୁ ଜୁଟିଥିଲା। ଜାପାନର ଫୁଜି କମ୍ପାନୀ ପ୍ରଥମେ ୧୯୮୯ରେ ଡିଜିଟାଲ କ୍ୟାମେରା ବିକ୍ରି କରିଥିଲା। ତେଣୁ ମୋଦି କିଭଳି ଏଭଳି ଅତ୍ୟାଧୁନିକ କ୍ୟାମେରା ୧୯୮୭-୮୮ରେ ବ୍ୟବହାର କଲେ, ଏହା ଅଦ୍ଭୁତ ଲାଗିବା ସ୍ବାଭାବିକ ଏବଂ ତାହା କେଉଁ କମ୍ପାନୀ ଦ୍ୱାରା ନିର୍ମିତ ଚିନ୍ତା କରିବା କଷ୍ଟକର। ଅନୁରୂପ ଭାବେ ପ୍ରଥମେ ଆମେରିକାର ପ୍ରତିରକ୍ଷା ବିଭାଗ ଆଡଭାନ୍ସଡ୍‌ ରିସର୍ଚ୍ଚ ପ୍ରୋଜେକ୍ଟସ୍‌ ଏଜେନ୍ସି ନେଟ୍‌ଓ୍ବର୍କ (ଅର୍ପାନେଟ୍‌) ୧୯୭୩ରେ ଇ-ମେଲ୍‌ ବ୍ୟବହାର କରିଥିଲା। ଭାରତରେ ଏଜୁକେଶନାଲ ରିସର୍ଚ୍ଚ ନେଟ୍‌ଓ୍ବର୍କ (ଇର୍‌ନେଟ୍‌) ୧୯୮୬ରେ ଇଣ୍ଟରନେଟ୍‌ ବ୍ୟବହାର କରିଥିଲା। କିନ୍ତୁ ଜନସାଧାରଣଙ୍କ ନିକଟରେ ଏହି ସୁବିଧା ଉପଲବ୍‌ଧ ଲାଗି ଏକ ଦଶନ୍ଧି ଲାଗିଯାଇଥିଲା। ଅର୍ଥାତ୍‌ ପ୍ରାୟ ୧୯୯୬ ମସିହା ବେଳକୁ ଭାରତୀୟମାନେ ଏହାର ଉପଯୋଗ ଲାଗି ସୁଯୋଗ ପାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଦାବି କରୁଛନ୍ତି ଯେ, ୧୯୮୭-୮୮ରେ ସେ ଆଡ୍‌ଭାନୀଙ୍କ ଫଟୋ ଗୁଜରାଟରୁ ଦିଲ୍ଲୀକୁ ଇ-ମେଲ୍‌ କରିଥିଲେ। ଉଭୟ କଥାର ସମୟଖଣ୍ଡକୁ ତୁଳନା କଲେ ମୋଦିଙ୍କ ମନ୍ତବ୍ୟ ଅସତ୍ୟ ମନେହେଉଛି। ସୋସିଆଲ ମିଡିଆରେ ତାଙ୍କ ଉକ୍ତିକୁ ବହୁଳ ଭାବେ ଟ୍ରୋଲ (ନିନ୍ଦା) କରାଯାଉଛି। କଂଗ୍ରେସ ନେତା ତେହସିନ ପୁନାଓ୍ବାଲା ଟୁଇଟ୍‌ କରି କହିଛନ୍ତି ଯେ, ଡିଜିଟାଲ କ୍ୟାମେରା କିମ୍ବା ଇ-ମେଲ୍‌କୁ ନେଇ ମୋଦିଙ୍କୁ ତାଚ୍ଛଲ୍ୟ କରିବେ ନାହିଁ। ଯଦି ୧୯୮୭-୮୮ରେ ଜଣେ ଗରିବ ଚା ବାଲା ନିଜ ବିଳାସ ପାଇଁ ଏସବୁ କିଣିପାରିଛନ୍ତି, ତେବେ ରାଜୀବ ଗାନ୍ଧୀ କିଭଳି ବିକାଶ ଆଣିଥିଲେ ତାହା ଏଥିରୁ ଚିନ୍ତା କରାଯାଉ। ଏଥିରୁ ବୁଝିବାକୁ ହେବ ଯେ, ମୋଦି ଏବେ ଯେଉଁ ବିକାଶ କଥା କହୁଛନ୍ତି, ଯଥେଷ୍ଟ ପୂର୍ବରୁ ସମ୍ଭବତଃ ଏ ଦେଶ ପ୍ରଯୁକ୍ତିବିଦ୍ୟାରେ ବହୁ ଆଗରେ ରହିଥିଲା। ତେବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ମୋଦିଙ୍କ ଏବର ଦାବି ନୂଆ ନୁହେଁ ବୋଲି କୁହାଯାଇପାରିବ। କେନ୍ଦ୍ରରେ କ୍ଷମତାସୀନ ହେବା ପରେ ମୋଦି କହିଥିଲେ, ଭାରତୀୟଙ୍କୁ ଆବହମାନ କାଳରୁ ପ୍ଲାଷ୍ଟିକ୍‌ ସର୍ଜରି ଜଣାଥିଲା। ଏହାର ଦୃଷ୍ଟାନ୍ତ ଦେବାକୁ ଯାଇ ଗଣେଶଙ୍କ କାନ୍ଧରେ ହାତୀ ମୁଣ୍ଡ ଲଗାଯିବା ବିଷୟ ଅବତାରଣା କରିଥିଲେ।
ଆଜିର ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଗବେଷଣା ଓ ବାସ୍ତବ ଅନୁଧ୍ୟାନ କରି ନୂତନ ଉଦ୍ଭାବନ କରିବାରେ ବ୍ୟସ୍ତ ଥିବା ବେଳେ ଆମ ଦେଶର ରାଜନୈତିକ ନେତୃତ୍ୱ ଅବାସ୍ତବ ଓ ମନଗଢ଼ା କାହାଣୀକୁ ବିଜ୍ଞାନସମ୍ମତ କରିବାକୁ ଚାହୁଁଥିବା ଆଦୌ ଗ୍ରହଣୀୟ ହେଉନାହିଁ। ଏହାଦ୍ୱାରା ଅନ୍ଧବିଶ୍ୱାସ ପ୍ରସାରଲାଭ କରିବା ସହ ଦେଶବାସୀଙ୍କୁ ପଛକୁ ନେଇଯିବାର ପ୍ରୟାସ କରାଯାଉଛି ବୋଲି କୁହାଯାଇପାରେ। ଯେଉଁ ଜାତି ବୈଜ୍ଞାନିକ ମିଜାଜ୍‌ ନେଇ ଆଗକୁ ବଢ଼ିବ ନାହିଁ, ତାହା ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ଗୋଟିଏ ପଟେ ପୌରାଣିକ ଚିନ୍ତାଧାରା ଉପରେ ବିଶ୍ୱାସ କରିବାକୁ କୁହାଯାଉଥିବା ବେଳେ ଅନ୍ୟପଟେ ସୁପରପାଓ୍ବାର ହେବାର ସ୍ବପ୍ନ ଦେଖାଇବା ବିରୋଧାଭାସ ସ୍ଥିତି ସୃଷ୍ଟି କରୁଛି। ଏଭଳି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତି ବାସ୍ତବଧର୍ମୀ ହେବା ସହ ସତ୍ୟବାଦୀ ହେବା ବାଞ୍ଛନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri