ସମ୍ପାଦକୀୟ/ଅବିଶ୍ୱସନୀୟ ଦୃଷ୍ଟାନ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ହିନ୍ଦୀ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ୧୯୮୭-୮୮ରେ ସେ ଡିଜିଟାଲ କ୍ୟାମେରା ବ୍ୟବହାର କରୁଥିଲେ। ଏପରି କି ଗୁଜରାଟର ବିରାମଗାମରେ ଏକ ସାଧାରଣ ସଭାରେ ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡ୍‌ଭାନୀଙ୍କ ରଙ୍ଗିନ୍‌ ଡିଜିଟାଲ ଫଟୋ ଉଠାଇ ସେ ଦିଲ୍ଲୀକୁ ପଠାଇଥିଲେ। ପରଦିନ ଖବରକାଗଜରେ ରଙ୍ଗିନ୍‌ ଫଟୋ ଦେଖି ଆଡ୍‌ଭାନୀ ଆଶ୍ଚର୍ଯ୍ୟ ହୋଇ ଏହା କିଭଳି ଆସିଲା ବୋଲି ପଚାରିଥିଲେ। ଏହି ସାକ୍ଷାତ୍‌କାର ପ୍ରସାରଣ ହେବା ପରେ ମୋଦିଙ୍କ ଦାବିକୁ ସମାଲୋଚନା କରାଯାଇଛି। ବିରୋଧୀ ତାଙ୍କୁ ମିଛର ଆଶ୍ରୟ ନେଉଥିବା ଜଣେ ନେତା କହୁଥିବା ବେଳେ ବୁଦ୍ଧିଜୀବୀ ଭାରତରେ ଯେତେବେଳେ ଡିଜିଟାଲ ବୈଷୟିକ ଜ୍ଞାନ ଆସି ନ ଥିଲା, ସେତେବେଳେ ସେ ଡିଜିଟାଲ ଫଟୋ କିଭଳି ଉଠାଇଲେ ବୋଲି ପ୍ରଶ୍ନ ଉଠାଇଛନ୍ତି।
ଇତିହାସ ଦେଖିଲେ, ଡିଜିଟାଲ କ୍ୟାମେରା ଚିନ୍ତା ୧୯୭୫ରେ ବୈଷୟିକବିତ୍‌ଙ୍କ ମୁଣ୍ଡକୁ ଜୁଟିଥିଲା। ଜାପାନର ଫୁଜି କମ୍ପାନୀ ପ୍ରଥମେ ୧୯୮୯ରେ ଡିଜିଟାଲ କ୍ୟାମେରା ବିକ୍ରି କରିଥିଲା। ତେଣୁ ମୋଦି କିଭଳି ଏଭଳି ଅତ୍ୟାଧୁନିକ କ୍ୟାମେରା ୧୯୮୭-୮୮ରେ ବ୍ୟବହାର କଲେ, ଏହା ଅଦ୍ଭୁତ ଲାଗିବା ସ୍ବାଭାବିକ ଏବଂ ତାହା କେଉଁ କମ୍ପାନୀ ଦ୍ୱାରା ନିର୍ମିତ ଚିନ୍ତା କରିବା କଷ୍ଟକର। ଅନୁରୂପ ଭାବେ ପ୍ରଥମେ ଆମେରିକାର ପ୍ରତିରକ୍ଷା ବିଭାଗ ଆଡଭାନ୍ସଡ୍‌ ରିସର୍ଚ୍ଚ ପ୍ରୋଜେକ୍ଟସ୍‌ ଏଜେନ୍ସି ନେଟ୍‌ଓ୍ବର୍କ (ଅର୍ପାନେଟ୍‌) ୧୯୭୩ରେ ଇ-ମେଲ୍‌ ବ୍ୟବହାର କରିଥିଲା। ଭାରତରେ ଏଜୁକେଶନାଲ ରିସର୍ଚ୍ଚ ନେଟ୍‌ଓ୍ବର୍କ (ଇର୍‌ନେଟ୍‌) ୧୯୮୬ରେ ଇଣ୍ଟରନେଟ୍‌ ବ୍ୟବହାର କରିଥିଲା। କିନ୍ତୁ ଜନସାଧାରଣଙ୍କ ନିକଟରେ ଏହି ସୁବିଧା ଉପଲବ୍‌ଧ ଲାଗି ଏକ ଦଶନ୍ଧି ଲାଗିଯାଇଥିଲା। ଅର୍ଥାତ୍‌ ପ୍ରାୟ ୧୯୯୬ ମସିହା ବେଳକୁ ଭାରତୀୟମାନେ ଏହାର ଉପଯୋଗ ଲାଗି ସୁଯୋଗ ପାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଦାବି କରୁଛନ୍ତି ଯେ, ୧୯୮୭-୮୮ରେ ସେ ଆଡ୍‌ଭାନୀଙ୍କ ଫଟୋ ଗୁଜରାଟରୁ ଦିଲ୍ଲୀକୁ ଇ-ମେଲ୍‌ କରିଥିଲେ। ଉଭୟ କଥାର ସମୟଖଣ୍ଡକୁ ତୁଳନା କଲେ ମୋଦିଙ୍କ ମନ୍ତବ୍ୟ ଅସତ୍ୟ ମନେହେଉଛି। ସୋସିଆଲ ମିଡିଆରେ ତାଙ୍କ ଉକ୍ତିକୁ ବହୁଳ ଭାବେ ଟ୍ରୋଲ (ନିନ୍ଦା) କରାଯାଉଛି। କଂଗ୍ରେସ ନେତା ତେହସିନ ପୁନାଓ୍ବାଲା ଟୁଇଟ୍‌ କରି କହିଛନ୍ତି ଯେ, ଡିଜିଟାଲ କ୍ୟାମେରା କିମ୍ବା ଇ-ମେଲ୍‌କୁ ନେଇ ମୋଦିଙ୍କୁ ତାଚ୍ଛଲ୍ୟ କରିବେ ନାହିଁ। ଯଦି ୧୯୮୭-୮୮ରେ ଜଣେ ଗରିବ ଚା ବାଲା ନିଜ ବିଳାସ ପାଇଁ ଏସବୁ କିଣିପାରିଛନ୍ତି, ତେବେ ରାଜୀବ ଗାନ୍ଧୀ କିଭଳି ବିକାଶ ଆଣିଥିଲେ ତାହା ଏଥିରୁ ଚିନ୍ତା କରାଯାଉ। ଏଥିରୁ ବୁଝିବାକୁ ହେବ ଯେ, ମୋଦି ଏବେ ଯେଉଁ ବିକାଶ କଥା କହୁଛନ୍ତି, ଯଥେଷ୍ଟ ପୂର୍ବରୁ ସମ୍ଭବତଃ ଏ ଦେଶ ପ୍ରଯୁକ୍ତିବିଦ୍ୟାରେ ବହୁ ଆଗରେ ରହିଥିଲା। ତେବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ମୋଦିଙ୍କ ଏବର ଦାବି ନୂଆ ନୁହେଁ ବୋଲି କୁହାଯାଇପାରିବ। କେନ୍ଦ୍ରରେ କ୍ଷମତାସୀନ ହେବା ପରେ ମୋଦି କହିଥିଲେ, ଭାରତୀୟଙ୍କୁ ଆବହମାନ କାଳରୁ ପ୍ଲାଷ୍ଟିକ୍‌ ସର୍ଜରି ଜଣାଥିଲା। ଏହାର ଦୃଷ୍ଟାନ୍ତ ଦେବାକୁ ଯାଇ ଗଣେଶଙ୍କ କାନ୍ଧରେ ହାତୀ ମୁଣ୍ଡ ଲଗାଯିବା ବିଷୟ ଅବତାରଣା କରିଥିଲେ।
ଆଜିର ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଗବେଷଣା ଓ ବାସ୍ତବ ଅନୁଧ୍ୟାନ କରି ନୂତନ ଉଦ୍ଭାବନ କରିବାରେ ବ୍ୟସ୍ତ ଥିବା ବେଳେ ଆମ ଦେଶର ରାଜନୈତିକ ନେତୃତ୍ୱ ଅବାସ୍ତବ ଓ ମନଗଢ଼ା କାହାଣୀକୁ ବିଜ୍ଞାନସମ୍ମତ କରିବାକୁ ଚାହୁଁଥିବା ଆଦୌ ଗ୍ରହଣୀୟ ହେଉନାହିଁ। ଏହାଦ୍ୱାରା ଅନ୍ଧବିଶ୍ୱାସ ପ୍ରସାରଲାଭ କରିବା ସହ ଦେଶବାସୀଙ୍କୁ ପଛକୁ ନେଇଯିବାର ପ୍ରୟାସ କରାଯାଉଛି ବୋଲି କୁହାଯାଇପାରେ। ଯେଉଁ ଜାତି ବୈଜ୍ଞାନିକ ମିଜାଜ୍‌ ନେଇ ଆଗକୁ ବଢ଼ିବ ନାହିଁ, ତାହା ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ଗୋଟିଏ ପଟେ ପୌରାଣିକ ଚିନ୍ତାଧାରା ଉପରେ ବିଶ୍ୱାସ କରିବାକୁ କୁହାଯାଉଥିବା ବେଳେ ଅନ୍ୟପଟେ ସୁପରପାଓ୍ବାର ହେବାର ସ୍ବପ୍ନ ଦେଖାଇବା ବିରୋଧାଭାସ ସ୍ଥିତି ସୃଷ୍ଟି କରୁଛି। ଏଭଳି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତି ବାସ୍ତବଧର୍ମୀ ହେବା ସହ ସତ୍ୟବାଦୀ ହେବା ବାଞ୍ଛନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri