ସମୁଦ୍ରରେ ଭାସିଯାଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ଭୋଗରାଇ,୧୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ସମୁଦ୍ରକୂଳରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଧବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ ଥିବା ବଙ୍ଗୀୟ ପର୍ଯ୍ୟଟକ ହେଲେ ହିମାଙ୍କର ବେରା (୨୭)। ତାଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଜିଲା ଚାନ୍ଦତାଲା ଥାନା ଅଧୀନ ଡାନକୁନିରେ ବୋଲି ତାଳସାରୀ ମେରାଇନ୍‌ ଥାନା ସୂତ୍ରରୁ ଜଣାପଡିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହିମାଙ୍କର ତାଙ୍କ କେତେଜଣ ସାଙ୍ଗଙ୍କ ସହିତ ତାଳସାରୀ ସମୁଦ୍ରକୂଳ ସୁବର୍ଣ୍ଣଦୀପକୁ ବୁଲିଆସିଥିବା ବେଳେ ସମୁଦ୍ରରେ ଗାଧୋଇବାର ମଜା ନେଉଥିଲେ। କିନ୍ତୁ ପ୍ରଖର ସମୁଦ୍ର ସ୍ରୋତରେ ସେ ଭିତରକୁ ଭାସି ଯାଇଥିଲେ। ସାଙ୍ଗମାନେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଜଣାଇବା ପରେ ତାଳସାରୀ ମେରାଇନ୍‌ ଥାନାକୁ ଖବର ଦିଆଯାଇଥିଲା। ମେରାଇନ୍‌ ଥାନା ପକ୍ଷରୁ ମତ୍ସ୍ୟଜୀବୀଙ୍କ ଡଙ୍ଗା ସାହାଯ୍ୟରେ ତଲାସୀ କରାଯାଇ ଥିଲେ ମଧ୍ୟ ହିମାଙ୍କରଙ୍କର କୌଣସି ପତ୍ତା ମିଳି ନ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିପାରୁନି ଓଡ଼ିଶା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ):ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶା ୨୮ ରାଜ୍ୟ ମଧ୍ୟରେ ୧୬ତମ ସ୍ଥାନରେ ରହିଛି। ଅପପୁଷ୍ଟି କ୍ଷେତ୍ରରେ ଓଡିଶା ଜାତୀୟ ହାରଠାରୁ ସାମାନ୍ୟ...

ଜାମିନ ପାଇଁ ପୁଣି ହାଇକୋର୍ଟରେ ପୁଞ୍ଜିଲାଲ

କଟକ ଅଫିସ,୧୭ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ...

ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୯:ଶ୍ରୀଜଗନ୍ନାଥଙ୍କ କୌଣସି ସମ୍ପତ୍ତି ବିକ୍ରି ବନ୍ଦ କରିବା ଲାଗି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାଏର ଏକ ପିଟିଶନରେ ହସ୍ତକ୍ଷେପ କରିବାକୁ ସୋମବାର ସୁପ୍ରିମକୋର୍ଟ...

ରାସ୍ତା, ପାନୀୟ ଜଳ, ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ୱ

ଫୁଲବାଣୀ ଅଫିସ,୧୮ା୧୨- ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଦୁଇ ଦିନିଆ କନ୍ଧମାଳ...

ଆରଟିଓଙ୍କ ଚଢାଉ: ୨ବସ୍‌, ୨ଟ୍ରକ ଜବତ

ଚଣ୍ଡିଖୋଲ,୨୧।୧୧(ଡି.ଏନ.ଏ): ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ରାତ୍ରିରେ ଜାତୀୟ ରାଜପଥ ଉପରେ ତନଖି କରାଯାଉଥିଲା। ଏହି ସମୟରେ ଓଡିଶାରୁ କଲିକତା...

ହଟୁନି ଅଚଳାବସ୍ଥା, ଖାଦ୍ୟରୁ ବଞ୍ଚିତ ପିଲା

ଖଇରା,୬।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବର୍ତ୍ତନା ଗ୍ରାମ ପଞ୍ଚାୟତ ଅଧୀନ ପଦୁନା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ୨୦୧୪ରୁ...

ଚୋରା ଦେଶୀମଦ ଜବତ: ଜଣେ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଶୁକ୍ରବାର ବାଲାଗୋଡ଼ା ସ୍ଥିତ ଡବ୍ଲ୍ୟୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ୧୦ ଲିଟର ଚୋରା ଦେଶୀ ମଦ...

ଆବାସ ଗୃହ ନିର୍ମାଣକୁ ନେଇ ବିବାଦ

କେନ୍ଦୁଝର,୩।୪(ସ୍ବ.ପ୍ର.):ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖ ୮ନମ୍ବର ୱାର୍ଡର ଗୌରତୋଟା ସାହିରେ ଆବାସ ଯୋଜନା ଘର ନିମାଣକୁ ନେଇ ବିବାଦ ଦେଖାଦେଇଛି । ଏନେଇ ରିଭା ସେଠୀ ନାମକ...

Advertisement
Archives

Model This Week