ସମାବର୍ତ୍ତନ ଉତ୍ସବରେ ପାରମ୍ପରିକ ବସ୍ତ୍ର ପିନ୍ଧିବେ ଶିକ୍ଷାର୍ଥୀ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକର କନ୍‌ଭୋକେଶନ ବା ସମାବର୍ତ୍ତନ ଉତ୍ସବରେ ଏଣିକି ପିଲାମାନେ ପିନ୍ଧିବେ ପାରମ୍ପରିକ ହସ୍ତତନ୍ତ ପୋଷାକ। ବ୍ରିଟିଶ ଷ୍ଟାଇଲ୍‌ରେ ସେରିମନିଆଲ୍‌ ରୋବ୍‌ସ ପିନ୍ଧିବା ପରିବର୍ତ୍ତେ ଶିକ୍ଷାର୍ଥୀମାନେ ନିଜ ନିଜ ଅଞ୍ଚଳର ହସ୍ତତନ୍ତ ବସ୍ତ୍ର ପରିଧାନ କରିବେ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। କେବଳ କନ୍‌ଭୋକେଶନ ସେରିମନି ନୁହେଁ, ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବଡ଼ ବଡ଼ ଉତ୍ସବ ଓ କାର୍ଯ୍ୟକ୍ରମରେ ସେରିମନିଆଲ୍‌ ଡ୍ରେସ୍‌ ଭାବେ ପାରମ୍ପରିକ ହସ୍ତତନ୍ତକୁ ପ୍ରାଥମିକତା ଦିଆଯିବ। ଏହାଦ୍ୱାରା ଭାରତୀୟ ହସ୍ତତନ୍ତର ଲୋକପ୍ରିୟତା ବୃଦ୍ଧି ପାଇବା ସହ ପାରମ୍ପରିକ ବୁଣାକାରମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରୋତ୍ସାହିତ କରାଯାଇପାରିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।
ୟୁଜିସିର ଏହି ସର୍କୁଲାର ଜାରି କରାଗଲେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜ ସମାବର୍ତ୍ତନ ଉତ୍ସବରେ ଛାତ୍ରୀଛାତ୍ରମାନଙ୍କୁ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେବେ। ଝିଅମାନେ ସମ୍ବଲପୁରୀ ଶାଢ଼ି ଏବଂ ପୁଅମାନେ ହସ୍ତତନ୍ତ ପ୍ରସ୍ତୁତ କୁର୍ତ୍ତା ଓ ପାଇଜାମା ପିନ୍ଧିବେ। ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ଲାଭ କରିବା ସମୟରେ ନିଜ ଅଞ୍ଚଳର ପାରମ୍ପରିକ ପୋଷାକ ପିନ୍ଧିବା ବିଦ୍ୟାର୍ଥୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ବୋଲି ୟୁଜିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପୂର୍ବରୁ ୨୦୧୫ରେ ୟୁଜିସି କନ୍‌ଭୋକେଶନ ସମାରୋହରେ ସେରିମନିଆଲ୍‌ ରୋବ୍‌ସ ବ୍ୟବହାର କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲା। ତେବେ ଉକ୍ତ ସେରିମନିଆଲ୍‌ ରୋବ୍‌ସ ପାଶ୍ଚାତ୍ୟ ନୁହେଁ, ବରଂ ପାରମ୍ପରିକ ହ୍ୟାଣ୍ଡ୍‌ଲୁମ୍‌ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ କରିବାକୁ କହିଛନ୍ତି, ଯାହାକି କେବଳ ଆରାମଦାୟକ ନୁହେଁ, ଭାରତୀୟ ପାଣିପାଗ ପାଇଁ ବିଶେଷ ଭାବେ ଅନୁକୂଳ ହେବ। ଛାତ୍ରୀଛାତ୍ରଙ୍କ ଦ୍ୱାରା ବହୁଳ ଭାବେ ହସ୍ତତନ୍ତ ବ୍ୟବହାର ଫଳରେ ହ୍ୟାଣ୍ଡ୍‌ଲୁମ୍‌ ଇଣ୍ଡଷ୍ଟ୍ରୀର ମଧ୍ୟ ବିକାଶ ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ସର୍କୁଲାର ଅନୁଯାୟୀ ହସ୍ତତନ୍ତ ପୋଷାକ ପରିଧାନ ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ନା ନାହିଁ, ସେ ନେଇ ରିପୋର୍ଟ ପ୍ରଦାନ କରିବାକୁ ୟୁଜିସି ପକ୍ଷରୁ କୁହାଯାଇଛି। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଶ୍ଚାତ୍ୟ ଶୈଳୀରେ ଏକ ବ୍ଲାକ୍‌ ରୋବ୍‌ ସହ କ୍ୟାପ୍‌ ବା ଟୋପି ପିନ୍ଧିବାକୁ ଛାତ୍ରୀଛାତ୍ରଙ୍କୁ କହୁଥିଲେ। ଭାରତର ଅଧିକାଂଶ ବିଶ୍ୱବିଦ୍ୟାଳୟ, ଏପରି କି ଓଡ଼ିଶାରେ ରହିଥିବା କେତେକ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ଢାଞ୍ଚାକୁ ଆପଣାଉଥିଲେ। ତେବେ ନିକଟରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏନ୍‌ଆଇଟି) ରାଉରକେଲା, ଏନ୍‌ଆଇଟି ହମିରପୁର, ଜେଏନ୍‌ୟୁ ଏବଂ ଆଇଆଇଟି ରୁର୍‌କି, ଆଇଆଇଟି ବମ୍ବେ ଓ ଆଇଆଇଟି କାନ୍‌ପୁର ଭଳି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରୀଛାତ୍ର କନ୍‌ଭୋକେଶନ ସେରିମନିରେ ପାରମ୍ପରିକ ପୋଷାକ ପିନ୍ଧି ଉଦାହରଣ ସୃଷ୍ଟି କରିଥିଲେ। ଏବେ ଏହି ସର୍କୁଲାର ଜାରି ହେବା ପରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ପାରମ୍ପରିକ ପୋଷାକ ପିନ୍ଧିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri