ସମାବର୍ତ୍ତନ ଉତ୍ସବରେ ପାରମ୍ପରିକ ବସ୍ତ୍ର ପିନ୍ଧିବେ ଶିକ୍ଷାର୍ଥୀ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକର କନ୍‌ଭୋକେଶନ ବା ସମାବର୍ତ୍ତନ ଉତ୍ସବରେ ଏଣିକି ପିଲାମାନେ ପିନ୍ଧିବେ ପାରମ୍ପରିକ ହସ୍ତତନ୍ତ ପୋଷାକ। ବ୍ରିଟିଶ ଷ୍ଟାଇଲ୍‌ରେ ସେରିମନିଆଲ୍‌ ରୋବ୍‌ସ ପିନ୍ଧିବା ପରିବର୍ତ୍ତେ ଶିକ୍ଷାର୍ଥୀମାନେ ନିଜ ନିଜ ଅଞ୍ଚଳର ହସ୍ତତନ୍ତ ବସ୍ତ୍ର ପରିଧାନ କରିବେ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ସର୍କୁଲାରରେ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। କେବଳ କନ୍‌ଭୋକେଶନ ସେରିମନି ନୁହେଁ, ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବଡ଼ ବଡ଼ ଉତ୍ସବ ଓ କାର୍ଯ୍ୟକ୍ରମରେ ସେରିମନିଆଲ୍‌ ଡ୍ରେସ୍‌ ଭାବେ ପାରମ୍ପରିକ ହସ୍ତତନ୍ତକୁ ପ୍ରାଥମିକତା ଦିଆଯିବ। ଏହାଦ୍ୱାରା ଭାରତୀୟ ହସ୍ତତନ୍ତର ଲୋକପ୍ରିୟତା ବୃଦ୍ଧି ପାଇବା ସହ ପାରମ୍ପରିକ ବୁଣାକାରମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରୋତ୍ସାହିତ କରାଯାଇପାରିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।
ୟୁଜିସିର ଏହି ସର୍କୁଲାର ଜାରି କରାଗଲେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ନିଜ ସମାବର୍ତ୍ତନ ଉତ୍ସବରେ ଛାତ୍ରୀଛାତ୍ରମାନଙ୍କୁ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେବେ। ଝିଅମାନେ ସମ୍ବଲପୁରୀ ଶାଢ଼ି ଏବଂ ପୁଅମାନେ ହସ୍ତତନ୍ତ ପ୍ରସ୍ତୁତ କୁର୍ତ୍ତା ଓ ପାଇଜାମା ପିନ୍ଧିବେ। ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ଲାଭ କରିବା ସମୟରେ ନିଜ ଅଞ୍ଚଳର ପାରମ୍ପରିକ ପୋଷାକ ପିନ୍ଧିବା ବିଦ୍ୟାର୍ଥୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ବୋଲି ୟୁଜିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପୂର୍ବରୁ ୨୦୧୫ରେ ୟୁଜିସି କନ୍‌ଭୋକେଶନ ସମାରୋହରେ ସେରିମନିଆଲ୍‌ ରୋବ୍‌ସ ବ୍ୟବହାର କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲା। ତେବେ ଉକ୍ତ ସେରିମନିଆଲ୍‌ ରୋବ୍‌ସ ପାଶ୍ଚାତ୍ୟ ନୁହେଁ, ବରଂ ପାରମ୍ପରିକ ହ୍ୟାଣ୍ଡ୍‌ଲୁମ୍‌ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ କରିବାକୁ କହିଛନ୍ତି, ଯାହାକି କେବଳ ଆରାମଦାୟକ ନୁହେଁ, ଭାରତୀୟ ପାଣିପାଗ ପାଇଁ ବିଶେଷ ଭାବେ ଅନୁକୂଳ ହେବ। ଛାତ୍ରୀଛାତ୍ରଙ୍କ ଦ୍ୱାରା ବହୁଳ ଭାବେ ହସ୍ତତନ୍ତ ବ୍ୟବହାର ଫଳରେ ହ୍ୟାଣ୍ଡ୍‌ଲୁମ୍‌ ଇଣ୍ଡଷ୍ଟ୍ରୀର ମଧ୍ୟ ବିକାଶ ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ସର୍କୁଲାର ଅନୁଯାୟୀ ହସ୍ତତନ୍ତ ପୋଷାକ ପରିଧାନ ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ନା ନାହିଁ, ସେ ନେଇ ରିପୋର୍ଟ ପ୍ରଦାନ କରିବାକୁ ୟୁଜିସି ପକ୍ଷରୁ କୁହାଯାଇଛି। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଶ୍ଚାତ୍ୟ ଶୈଳୀରେ ଏକ ବ୍ଲାକ୍‌ ରୋବ୍‌ ସହ କ୍ୟାପ୍‌ ବା ଟୋପି ପିନ୍ଧିବାକୁ ଛାତ୍ରୀଛାତ୍ରଙ୍କୁ କହୁଥିଲେ। ଭାରତର ଅଧିକାଂଶ ବିଶ୍ୱବିଦ୍ୟାଳୟ, ଏପରି କି ଓଡ଼ିଶାରେ ରହିଥିବା କେତେକ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ଢାଞ୍ଚାକୁ ଆପଣାଉଥିଲେ। ତେବେ ନିକଟରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏନ୍‌ଆଇଟି) ରାଉରକେଲା, ଏନ୍‌ଆଇଟି ହମିରପୁର, ଜେଏନ୍‌ୟୁ ଏବଂ ଆଇଆଇଟି ରୁର୍‌କି, ଆଇଆଇଟି ବମ୍ବେ ଓ ଆଇଆଇଟି କାନ୍‌ପୁର ଭଳି ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରୀଛାତ୍ର କନ୍‌ଭୋକେଶନ ସେରିମନିରେ ପାରମ୍ପରିକ ପୋଷାକ ପିନ୍ଧି ଉଦାହରଣ ସୃଷ୍ଟି କରିଥିଲେ। ଏବେ ଏହି ସର୍କୁଲାର ଜାରି ହେବା ପରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ପାରମ୍ପରିକ ପୋଷାକ ପିନ୍ଧିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ର୍ନିବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri