Posted inଫୁରସତ

ସମାନତା, ନ୍ୟାୟ ଓ ସ୍ବାଧୀନତା ପ୍ରତିଷ୍ଠା କରେ ମାନବିକ ଅଧିକାର

ଜାତିସଂଘ: ଜାତିସଂଘ ଦ୍ୱାରା ପ୍ରତିବର୍ଷ ୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ କରାଯାଉଛି। ୧୯୪୮ରେ ଜାତିସଂଘ ସାଧାରଣ ପରିଷଦ ଏହି ଦିବସକୁ ଗ୍ରହଣ କରିଥିଲେ ମଧ୍ୟ ଆଧିକାରିକ ସ୍ତରରେ ୪ ଡିସେମ୍ବର ୧୯୫୦ରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳନ କରିବା ଲାଗି ଜାତିସଂଘ ସାଧାରଣ ପରିଷଦ ପ୍ରସ୍ତାବ ଘୋଷଣା କରିବା ସହ ସବୁ ଦେଶ ତଥା ଏହା ସହ ଜଡିତ ସଂଗଠନଗୁଡିକୁ ଏହି ଦିବସ ପାଳନ କରିବା ଲାଗି ସୂଚନା ଜାରି କରିଥିଲା। ଏହି ଦିବସ ପାଳନ ଅବସରରେ ଜାତିସଂଘ ମାନବାଧିକାର ପୁରସ୍କାର ପ୍ରଦାନ କରାଯାଏ।
ପ୍ରତିଦିନ ଆମ ଜୀବନରେ ମାନବାଧିକାରର ପ୍ରାସଙ୍ଗିକତା ରହିଛି। ଆମେ ପ୍ରକଟ କରୁଥିବା ମାନବିକତାର ମୂଲ୍ୟ ସାର୍ବଜନୀନ ସ୍ତରରେ ରହିଛି। ମାନବିକ ଅଧିକାର ସମାନତା, ନ୍ୟାୟ ଓ ସ୍ବାଧୀନତା ପ୍ରତିଷ୍ଠା କରେ। ଏହା ହିଂସା ଦୂରକରି ଶାନ୍ତି ପ୍ରତିଷ୍ଠା କରେ। ଯେଉଁଠି ଓ ଯେତେବେଳେ ମାନବିକତାର ମୂଲ୍ୟକୁ ଅଣଦେଖା କରାଯାଏ ସେତେବେଳେ ସମସ୍ତେ ବିପଦକୁ ଠେଲି ହୋଇଯାନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ମାନବାଧିକାର ଉଲ୍ଲଂଘନକୁ ନେଇ ସ୍ବର ଉଠୁଛି। ଏହି ପରିପ୍ରେକ୍ଷୀରେ ମାନବାଧିକାରର ବୈଶ୍ୱିକ ଘୋଷଣା ଆମକୁ ସଶକ୍ତ କରିପାରିଛି। ମାନବାଧିକାର ଲାଗି ସମସ୍ତେ ଠିଆହେବା ପାଇଁ ଜାତିସଂଘ ଆହ୍ବାନ ଦେଇଆସିଛି। ମାନବାଧିକାରକୁ ଗୁରୁତ୍ୱ ଦେଇ ସାମଗ୍ରିକ ବିକାଶ ତଥା ସଚେତନତା ଆଣିବା ଲାଗି ଯୁବପିଢିଙ୍କ ଉପରେ ଆସ୍ଥା ସ୍ଥାପନ କରିଛି। ‘ୟୁଥ ଷ୍ଟାଣ୍ଡିଂ ଅପ୍‌ ଫର୍‌ ହ୍ୟୁମାନ ରାଇଟସ୍‌’ ସ୍ଲୋଗାନ ବି ଦେଇଛି। ଯୁବପିଢିଙ୍କ ନିଷ୍ପତ୍ତି ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ସମାଜର ରାଜନୈତିକ, ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ତୃଣମୂଳ ସ୍ତରରେ ସକାରାମତ୍କ ପରିବର୍ତ୍ତନ ଆଣିବାରେ ସକ୍ରିୟ ଭାବେ କାର୍ଯ୍ୟ କରିଥାଏ। ଯୁବ ସମାଜ ମାନବାଧିକାରକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇକୁ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନଙ୍କୁ ଆମେ ଆଗକୁ ଯିବାକୁ ପ୍ରେରଣ ଦେବା ଓ ଆମେ ବି ତାଙ୍କ ସହ ଠିଆ ହେବା ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ବାନ ବୋଲି ଗ୍ରହଣ କରିବା ଆବଶ୍ୟକ। ଯୁବପିଢି ବାସ୍ତବରେ ଶକ୍ତିଶାଳୀ। ସେମାନଙ୍କ ନେତୃତ୍ୱ ଗ୍ରହଣ କରିବା ଦରକାର। କେବେ ବି ଭାବନି ଯେ ଯୁବଶକ୍ତି ବିଶ୍ୱ ସ୍ତରୀୟ ଆନ୍ଦୋଳନର ନେତୃତ୍ୱ ନେଇପାରିବନି? ଜଳବାୟୁ ପରିବର୍ତ୍ତନ ଆମ ମୂଳ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏଥିତ୍ପାଇଁ ଯୁବଗୋଷ୍ଠୀ ତାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ଏକାଠି ହୋଇଛନ୍ତି। ୧୬ ବର୍ଷୀୟା ଗ୍ରେଟା ଥନ୍‌ବର୍ଗ ଇତିହାସରେ ସବୁଠାରୁ ବଡ କ୍ଲାଇମେଟ ପ୍ରୋଟେଷ୍ଟର ନେତୃତ୍ୱ ନେଇଛନ୍ତି। ୧୬୩ଟି ଦେଶରୁ ୪ ମିଲିୟନ ଲୋକଙ୍କୁ ଯୋଡିପାରିଛନ୍ତିି। ପ୍ରଭାବିତ ମଧ୍ୟ କରିପାରିଛନ୍ତି। ବିଶ୍ୱରେ ପାଖାପାଖି ୪୫ ହଜାର ସାଂସଦ ରହିଛନ୍ତି, ସେଥିରୁ ମାତ୍ର ୨ ପ୍ରତିଶତଙ୍କ ବୟସ ୩୦ ବର୍ଷରୁ କମ୍‌। ଏବେ ବିଶ୍ୱରେ ଯେଉଁମାନେ ଅର୍ଥନୈତିକ, ସାମାଜିକ ତଥା ପରିବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ମଧ୍ୟରେ ବି ଯୁବପିଢି ରହିଛନ୍ତି। ସେମାନେ ସରକାରରେ ସେମାନଙ୍କ ଆବଶ୍ୟକ ନେତୃତ୍ୱ ପାଇପାରୁନାହାନ୍ତି। ସେମାନଙ୍କ ଏକ୍ଷେତ୍ରରେ ଭାଗ ନେଇ ନିଷ୍ପତ୍ତି ନେବାର ଅଧିକାର ରହିଛି ଏବଂ ସେମାନଙ୍କ ସ୍ବରକୁ ବିଶ୍ୱ ଶୁଣିିବା ଜରୁରୀ ମନେହୁଏ। ଭାରତରେ ୧୨ ଅକ୍ଟୋବର ୧୯୯୩ରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଗଠନ କରାଯାଇଥିଲା। ଏବେ ମାନବାଧିକାର ଆୟୋଗ ଅଧିକ ଲୋକଙ୍କୁ ସଚେତନ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri