Posted inଫୁରସତ

ସମାନତା, ନ୍ୟାୟ ଓ ସ୍ବାଧୀନତା ପ୍ରତିଷ୍ଠା କରେ ମାନବିକ ଅଧିକାର

ଜାତିସଂଘ: ଜାତିସଂଘ ଦ୍ୱାରା ପ୍ରତିବର୍ଷ ୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ କରାଯାଉଛି। ୧୯୪୮ରେ ଜାତିସଂଘ ସାଧାରଣ ପରିଷଦ ଏହି ଦିବସକୁ ଗ୍ରହଣ କରିଥିଲେ ମଧ୍ୟ ଆଧିକାରିକ ସ୍ତରରେ ୪ ଡିସେମ୍ବର ୧୯୫୦ରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳନ କରିବା ଲାଗି ଜାତିସଂଘ ସାଧାରଣ ପରିଷଦ ପ୍ରସ୍ତାବ ଘୋଷଣା କରିବା ସହ ସବୁ ଦେଶ ତଥା ଏହା ସହ ଜଡିତ ସଂଗଠନଗୁଡିକୁ ଏହି ଦିବସ ପାଳନ କରିବା ଲାଗି ସୂଚନା ଜାରି କରିଥିଲା। ଏହି ଦିବସ ପାଳନ ଅବସରରେ ଜାତିସଂଘ ମାନବାଧିକାର ପୁରସ୍କାର ପ୍ରଦାନ କରାଯାଏ।
ପ୍ରତିଦିନ ଆମ ଜୀବନରେ ମାନବାଧିକାରର ପ୍ରାସଙ୍ଗିକତା ରହିଛି। ଆମେ ପ୍ରକଟ କରୁଥିବା ମାନବିକତାର ମୂଲ୍ୟ ସାର୍ବଜନୀନ ସ୍ତରରେ ରହିଛି। ମାନବିକ ଅଧିକାର ସମାନତା, ନ୍ୟାୟ ଓ ସ୍ବାଧୀନତା ପ୍ରତିଷ୍ଠା କରେ। ଏହା ହିଂସା ଦୂରକରି ଶାନ୍ତି ପ୍ରତିଷ୍ଠା କରେ। ଯେଉଁଠି ଓ ଯେତେବେଳେ ମାନବିକତାର ମୂଲ୍ୟକୁ ଅଣଦେଖା କରାଯାଏ ସେତେବେଳେ ସମସ୍ତେ ବିପଦକୁ ଠେଲି ହୋଇଯାନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରେ ମାନବାଧିକାର ଉଲ୍ଲଂଘନକୁ ନେଇ ସ୍ବର ଉଠୁଛି। ଏହି ପରିପ୍ରେକ୍ଷୀରେ ମାନବାଧିକାରର ବୈଶ୍ୱିକ ଘୋଷଣା ଆମକୁ ସଶକ୍ତ କରିପାରିଛି। ମାନବାଧିକାର ଲାଗି ସମସ୍ତେ ଠିଆହେବା ପାଇଁ ଜାତିସଂଘ ଆହ୍ବାନ ଦେଇଆସିଛି। ମାନବାଧିକାରକୁ ଗୁରୁତ୍ୱ ଦେଇ ସାମଗ୍ରିକ ବିକାଶ ତଥା ସଚେତନତା ଆଣିବା ଲାଗି ଯୁବପିଢିଙ୍କ ଉପରେ ଆସ୍ଥା ସ୍ଥାପନ କରିଛି। ‘ୟୁଥ ଷ୍ଟାଣ୍ଡିଂ ଅପ୍‌ ଫର୍‌ ହ୍ୟୁମାନ ରାଇଟସ୍‌’ ସ୍ଲୋଗାନ ବି ଦେଇଛି। ଯୁବପିଢିଙ୍କ ନିଷ୍ପତ୍ତି ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ସମାଜର ରାଜନୈତିକ, ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ତୃଣମୂଳ ସ୍ତରରେ ସକାରାମତ୍କ ପରିବର୍ତ୍ତନ ଆଣିବାରେ ସକ୍ରିୟ ଭାବେ କାର୍ଯ୍ୟ କରିଥାଏ। ଯୁବ ସମାଜ ମାନବାଧିକାରକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇକୁ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନଙ୍କୁ ଆମେ ଆଗକୁ ଯିବାକୁ ପ୍ରେରଣ ଦେବା ଓ ଆମେ ବି ତାଙ୍କ ସହ ଠିଆ ହେବା ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ବାନ ବୋଲି ଗ୍ରହଣ କରିବା ଆବଶ୍ୟକ। ଯୁବପିଢି ବାସ୍ତବରେ ଶକ୍ତିଶାଳୀ। ସେମାନଙ୍କ ନେତୃତ୍ୱ ଗ୍ରହଣ କରିବା ଦରକାର। କେବେ ବି ଭାବନି ଯେ ଯୁବଶକ୍ତି ବିଶ୍ୱ ସ୍ତରୀୟ ଆନ୍ଦୋଳନର ନେତୃତ୍ୱ ନେଇପାରିବନି? ଜଳବାୟୁ ପରିବର୍ତ୍ତନ ଆମ ମୂଳ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏଥିତ୍ପାଇଁ ଯୁବଗୋଷ୍ଠୀ ତାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ଏକାଠି ହୋଇଛନ୍ତି। ୧୬ ବର୍ଷୀୟା ଗ୍ରେଟା ଥନ୍‌ବର୍ଗ ଇତିହାସରେ ସବୁଠାରୁ ବଡ କ୍ଲାଇମେଟ ପ୍ରୋଟେଷ୍ଟର ନେତୃତ୍ୱ ନେଇଛନ୍ତି। ୧୬୩ଟି ଦେଶରୁ ୪ ମିଲିୟନ ଲୋକଙ୍କୁ ଯୋଡିପାରିଛନ୍ତିି। ପ୍ରଭାବିତ ମଧ୍ୟ କରିପାରିଛନ୍ତି। ବିଶ୍ୱରେ ପାଖାପାଖି ୪୫ ହଜାର ସାଂସଦ ରହିଛନ୍ତି, ସେଥିରୁ ମାତ୍ର ୨ ପ୍ରତିଶତଙ୍କ ବୟସ ୩୦ ବର୍ଷରୁ କମ୍‌। ଏବେ ବିଶ୍ୱରେ ଯେଉଁମାନେ ଅର୍ଥନୈତିକ, ସାମାଜିକ ତଥା ପରିବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ମଧ୍ୟରେ ବି ଯୁବପିଢି ରହିଛନ୍ତି। ସେମାନେ ସରକାରରେ ସେମାନଙ୍କ ଆବଶ୍ୟକ ନେତୃତ୍ୱ ପାଇପାରୁନାହାନ୍ତି। ସେମାନଙ୍କ ଏକ୍ଷେତ୍ରରେ ଭାଗ ନେଇ ନିଷ୍ପତ୍ତି ନେବାର ଅଧିକାର ରହିଛି ଏବଂ ସେମାନଙ୍କ ସ୍ବରକୁ ବିଶ୍ୱ ଶୁଣିିବା ଜରୁରୀ ମନେହୁଏ। ଭାରତରେ ୧୨ ଅକ୍ଟୋବର ୧୯୯୩ରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଗଠନ କରାଯାଇଥିଲା। ଏବେ ମାନବାଧିକାର ଆୟୋଗ ଅଧିକ ଲୋକଙ୍କୁ ସଚେତନ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri