ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହେମକାନ୍ତି

ବିଜେପୁର, ୧୮।୧୨ (ଡି.ଏନ୍‌.ଏ.)-ଟୁକେଲ୍‌ ଜନମ୍‌ ପର୍‌ଗୋତ୍‌ରି। ଏକା ପୁଓଟା ବୁଢ଼ାକାଲେ ମାଆବାପ୍‌କେ ସାହା ହେବା ବଲି ଆମର ସମାଜରେ ଗୁଟେ ବିଶୁଆସ ରହିଛେ। ହେଲେ ଏହେଦେ ଦୁନିଆଁଥି ଜନମ୍‌କଲା ପୁଓଠାନୁଁ ଥିର୍‌ ପାଏନ୍‌ ଟିକେ ପାଏବାର ଲାଗି ବୁଢ଼ାବୁଢ଼ି ମା’ବାପ୍‌ କେତେ କଲ୍‌ତପ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ସମିଆଥି ଅବିହାରି ଟୁକେଲ ହେମକାନ୍ତି ଡନସନା (୩୨) ନିଜର ବୁଢ଼ି ମା’ର ମୁହେଁ ହଁସ ଫୁଟେଇ ସମାଜ ଲାଗି ଉଦାହରନ୍‌ ସାଜିଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ବିଜେପୁର ବ୍ଳକ ବେନିଆଁଚାଲ ପଁଚେତ୍‌ ସଦର ଗଁାର ବାପ୍‌ ସ୍ବର୍ଗତ ଦେବରାଜ ଡନସନା ଆର ମା’ ପାର୍ବତୀକଁର ଛେଦ୍‌ଲି ଝି’ ହେମକାନ୍ତି ଡନସନା। ଦେବରାଜ ଛୋଟ୍‌ଟେ କୁଚନି ପସରା କରି ୩ଟା ଟୁକେଲକେ ବିହାଚୁରା କରିଥିଲେ। ଦୁଖେସୁଖେ ତାକର ଜୀବନ୍‌ ଡଂଗା ଗଡ଼ି ଯାଉଥିଲା। ଆଏଜ୍‌କେ ୧୩ ବଛର ତଲେ ଦେବରାଜ ବେମାର ପଡ଼ଲାରୁ ତାକର ମୁରତୁ ହେଇଥିଲା। ସେ ଯେନ୍‌ ଦୁଇ ପଏସା ଅଗ୍‌ଲେଇ ସଁଚିଥିଲେ ସେଟା ତାକର କାମ୍‌କାଯ୍‌ଥି ନିପ୍‌ଟିଗଲା। ଏନ୍‌ତାଥି ପରିବାର ଚିନ୍‌ତାରେ ପାର୍ବତୀକୁଁ ଚାର୍‌ହିକୁତି ଅଁଧାର ଦିଶ୍‌ଲା। ମା’ର ବୋଝ୍‌କେ ହାଲକା କରି ତାକର ମୁହେଁ ହଁସ ଫୁଟାବାକେ ହେମ ଅଁଟା ଭିର୍‌ଲେ। ମାଗିଯାଚି ୫ଶହ ଟଁକାଥି ହେମ ବାପ୍‌ କରୁଥିବାର୍‌ କୁଚନି ପସରାକେ ଫେର ମୂଲକଲେ। ଗାଁର ଆସେପାସେ ବସୁଥିବାର ଲାଉମୁଣ୍ଡା, ଆଗଲପୁର, ଇଚ୍ଛାପୁର ହାଟ୍‌କେ ଯାଇ ତୁନ୍‌ଶାଗ୍‌, ଚାହାଚିନି, ସରପ ସାଗୁନ ଘିନ୍‌ଲେ। ଖେଜାବୁଜା କରି କୁଚନି ପସରାରୁ ଯେନ୍‌ ଦୁଇ ପଏସା ପାଏଲେ ସେଥି ମା’ଝି ଦୁଖେକଷ୍‌ଟେ ଦୁଇବେଲା ଦୁଇମୁଠା ଖାଇ ପାରୁଛନ୍‌। ହେମ ମୋର ଝି’ ନୁହେସେ, ମୋର ପୁଓ ଆଏ। ତା’ର ଲାଗି ଏକା ମୁଇଁ ଦୁଇବେଲା ଦୁଇମୁଠା ଖାଇ ପାରୁଛେଁ ବଲି ବୁଢ଼ି ମା’ ପାର୍ବତୀ ଡନସନା କହିଛନ୍‌। ମୋର ବା ମରିଗଲା ଉତାରୁ ମୋର ମା’ କହେଲା ତୁଇ ଖଟିଗଲେ ମତେ କିଏ ପୁଷ୍‌ବାରେ ନୁନି! ତା’ର ଇ କଥା ପଦ୍‌କର ଲାଗି ମୁଇଁ ବିହାଚୁରା ନାଇଁ ହେବାର ନିଷ୍‌ପତି ନେଲି ଆର ବାପ୍‌ କରୁଥିବାର କୁଚ୍‌ନି ପସରାକେ ମୂଲ କଲି। ପସରାଟା ଭଲ ଚଲୁଥିଲା। ହେଲେ ଗଲା ମାସୁ ପଏସା ପତର ଅଭାବୁ ପସରାଟାକେ ବନେ କରି ଚଲେଇ ନାଇଁ ପାରବାର। ଯେନଥିର ଲାଗି ମତେ ପର୍‌ହର କାମ୍‌ବୁତା କରବାକେ ପଡୁଛେ। କିଛି ସରକାରୀ ସାହାଯ୍‌ ମିଲ୍‌ଲେ ମୁଇଁ ମୋର ଗୁଡେ ଠିଆ ହେଇ ପାରତି ବଲି ହେମକାନ୍ତି କହିଛନ୍‌। ଇ ବାବ୍‌ଦେ ଗଁାର କବିରାମ ପ୍ରସାଦ ବାଗ କହିଛନ୍‌ ଯେ, ଆମର ଗାଁର ହେମର କାମ୍‌କେ ସହଁରାବାକେ ପଡ଼ବା। ଟୁକେଲଟେ ହେଲେବି ଭେଁଡିଆ ପିଲାନୁ କମ୍‌ ନୁହେ। ବାପ୍‌ କରିଥିବାର୍‌ କୁଚନି ପସରାକେ ସେ ବଁଚେଇ ରଖିଛେ। ସରକାରୀ ପୋରଛାହନ୍‌ ଦେଲେ ସେ ନିଜର ଗୁଡେ ଠିଆହେଇ ପାରତା। ସେନ୍‌ତା ଇ ବାବ୍‌ଦେ ବିଡିଓ ପଦ୍ମନାଭ ସାମନ୍ତରାୟକୁଁ ପଚ୍‌ରାଲାରୁ ଆପନ୍‌କଁରନୁ ହେମକାନ୍ତିର କଥା ଶୁନି ବଡା ଉଷତ୍‌ ଲାଗଲା। ସେ ନିଜେ ଚାହେଁଲେ ତାହାକୁ ଓଡ଼ିଶା ଜୀବିକା ମିଶନ ଜରିଆରେ ସରକାରୀ ସହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ…

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri