ସମସ୍ୟା ବଢ଼ାଇଲା କମ୍‌ ବୃଷ୍ଟି

ଭୁବନେଶ୍ୱର,୨୪।୮(ବ୍ୟୁରୋ): ରାଜ୍ୟରେ ସ୍ବାଭାବିକଠାରୁ ୨୮.୮% କମ୍‌ ବୃଷ୍ଟିପାତ ହୋଇଛି। ବିଶେଷକରି ଚଳିତ ଅଗଷ୍ଟ ମାସରେ ୫୦% କମ୍‌ ବର୍ଷା ହୋଇଛି। ଏଥିଯୋଗୁ ୧୫ ଜିଲାର ପ୍ରାୟ ୩୦ ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ସେଥିମଧ୍ୟରେ ଅନୁଗୋଳ ଜିଲାର ୪, ବଲାଙ୍ଗୀରର ୨, ଭଦ୍ରକର ୧, ବୌଦ୍ଧର ୨,ଢେଙ୍କାନାଳର ୪, ଗଞ୍ଜାମର ୧, ଗଜପତିର ୧, ଯାଜପୁରର ୨, କେନ୍ଦୁଝରର ୩, ରାୟଗଡ଼ାର ୫, ସମ୍ବଲପୁରର ୧, ନୟାଗଡ଼ର ୧, ଝାରସୁଗୁଡ଼ାର ୧, ନବରଙ୍ଗପୁରର ୧ ଏବଂ ସୋନପୁର ଜିଲାର ୧ ବ୍ଲକ ରହିଛି। ଚଳିତ ଖରିଫ ଋତୁ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ୭୬ ହଜାର ହେକ୍ଟର ଜମିରେ ଧାନ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ପନିପରିବା, ମସଲା ଜାତୀୟ ଶସ୍ୟ ଏବଂ ଗୋଖାଦ୍ୟ ଆଦି ବିଭିନ୍ନପ୍ରକାର ଚାଷ ହୋଇଛି। ୨୦୧୯ ଖରିଫ ଋତୁରେ ଏହି ସମୟ ସୁଦ୍ଧା ପ୍ରାୟ ୪୬ ଲକ୍ଷ ୯୯ ହଜାର ହେକ୍ଟର ଜମିରେ ଏସବୁ ଚାଷ ହୋଇଥିବା ବେଳେ ୨୦୨୦ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ୫୫ ଲକ୍ଷ ୪୧ ହଜାର ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୋମବାର ରାଜ୍ୟର ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥିତିର ଅନୁଧ୍ୟାନ କରି ଚାଷ କାର୍ଯ୍ୟ ନିମନ୍ତେ ସମସ୍ତ ଜଳସେଚନ ସ୍ରୋତ ଚାଲୁ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ନୂତନ ଉଠାଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ(ବୋର୍‌ୱେଲ୍‌), ସ୍ୟାଲୋ ଟ୍ୟୁବ୍‌ୱେଲ୍‌ ଆଦିକୁ ବିଦ୍ୟୁତ୍‌ ସଂଯୋଗ ଅବ୍ୟାହତ ରଖିବାକୁ ବିଦ୍ୟୁତ୍‌ ବିତରକ କମ୍ପାନୀଗୁଡ଼ିକୁ କୁହାଯାଇଥିଲା। ବିଦ୍ୟୁତ୍‌ ବିତରକ କମ୍ପାନୀ ଏବଂ ପାଣି ପଞ୍ଚାୟତଗୁଡ଼ିକରେ ମିଳିତ ବୈଠକ ଡାକି କିସ୍ତିୱାରି ବିଦ୍ୟୁତ୍‌ ଦେୟ ପୈଠ ବାବଦରେ ବୁଝାମଣା କରିବା ନିମନ୍ତେ ମହାପାତ୍ର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଉଠାଜଳସେଚନ ଏବଂ ବୋରୱେଲ୍‌ ପଏଣ୍ଟକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଇବାକୁ ମୁଖ୍ୟ ଶାସନ ସଚିବ ବିଦ୍ୟୁତ୍‌ ବିତରକ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷ ଓ ଚାଷୀଙ୍କ ହିତରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ କହିଛନ୍ତି। ସମସ୍ତ କେନାଲ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯୋଗାଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକ ସ୍ଥାନରେ ଶାଖା କେନାଲ୍‌ଗୁଡ଼ିକର ମରାମତି କରି ଚାଷ ପାଇଁ ଜଳଯୋଗାଣ ନିଶ୍ଚିତ କରାଇବାକୁ ଜଳସମ୍ପଦ ବିଭାଗ ଯନ୍ତ୍ରୀମାନଙ୍କୁ କୁହାଯାଇଛି। ବିଶେଷତଃ କମ୍‌ ବୃଷ୍ଟିପାତ ହୋଇଥିବା ବ୍ଲକର କେନାଲ୍‌ଗୁଡ଼ିକରେ ରୋଟେଶନ୍‌ ଭିତ୍ତିରେ ନିୟମିତ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍‌ ବୃଷ୍ଟିପାତ ଜିଲାଗୁଡ଼ିକରେ ବିକଳ୍ପ ଫସଲ ନିମନ୍ତେ ସମ୍ଭାବ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ (କଣ୍ଟିଜେନ୍ସି ପ୍ଲାନ୍‌) ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମ୍‌ ଜଳ ଓ ଆର୍ଦ୍ରତା ଦରକାର କରୁଥିବା ଶସ୍ୟ ଚାଷ ନିମନ୍ତେ କୃଷକମାନଙ୍କୁ ପରାମର୍ଶ ଏବଂ ଏଥିପାଇଁ ଆବଶ୍ୟକ ବିହନ ଓ ମଞ୍ଜି ଆଦି ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲା ପାଇଁ ଆବଶ୍ୟକ ପରିମାଣର ବିହନ ଚାହିଦା ରାଜ୍ୟ ବିହନ ନିଗମ (ସିଡ୍‌ କର୍ପୋରେଶନ୍‌)କୁ ତୁରନ୍ତ ପଠାଇବା ପାଇଁ କୁହାଯାଇଛି।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ସଚିବ ଅଶୋକ ମୀନା, କୃଷି ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲାପାଳ ଏବଂ ଜିଲା କୃଷି ଅଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିଜ ଜିଲାର ସ୍ଥିତି ବିଷୟରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri