ସମସ୍ୟା ଘେରରେ ମୁଣ୍ଡାପଙ୍ଗା ଗାଁ

କୋଟଗଡ,୧୪ା୧୨(ଡି.ଏନ.ଏ)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଏବେ ମଧ୍ୟ କେତେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ। ଏହା ଦେଖିବାକୁ ମିଳିଛି କୋଟଗଡ ବ୍ଲକ ସୁବର୍ଣ୍ଣଗିରି ଗ୍ରାମପଞ୍ଚାୟତ ମୁଣ୍ଡାପଙ୍ଗା ଗ୍ରାମରେ। ଉକ୍ତ ଗାଁରେ ୩୦ ପରିବାର ବସବାସ କରୁଛନ୍ତି। ହେଲେ ଏଠାରେ ପିଇବାପାଣିର ବ୍ୟବସ୍ଥା, ସ୍କୁଲ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଲାଗି ଭଲ ରାସ୍ତା ନାହିଁ, ପ୍ରାଧାନମନ୍ତ୍ରୀ ଆବାସ ଗୃହ, ବିଜୁ ପକ୍କାଘର, ବିପିଏଲ୍‌ ଚାଉଳ, କିରୋସିନ ଆଦି ସୁବିଧା ପାଇବାରେ ଗ୍ରାମବାସୀ ବଞ୍ଚତ୍ତ ଥିବା ଗ୍ରାମର ବିଦ୍ୟାଧର ପ୍ରଧାନ, ମଲେନ୍ଦ୍ର ପ୍ରଧାନ କହିଛନ୍ତି। କୋଟଗଡ ସଦରମହକୁମାରୁ ୫୦ କି.ମି. ଦୂର ମୁଣ୍ଡାପଙ୍ଗାର କୌଣସି ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଖଟିଆ ସାହାଯ୍ୟରେ ବୁହାହୋଇ ଯିବାକୁ ପଡେ। ଏ ନେଇ ବୁଡୁକି ୱାର୍ଡମେମ୍ବର ବିଲାତ ପ୍ରଧାନ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗାଁରେ ନଳକୂପ ନ ଥିବାରୁ ଲୋକେ ନାଳ ପୋଖରୀର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ପ୍ରକଳ୍ପ ଶୀଘ୍ର କରିବାକୁ ଦାବି

ଫୁଲବାଣୀ ଅଫିସ, ୧୭ା୨: ବହୁ ବର୍ଷର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ପ୍ରସ୍ତାବିତ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥକୁ ଚଳିତ ବଜେଟରେ ମଞ୍ଜୁର କରାଯାଇଛି। ରାଜ୍ୟ...

ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ: ତୁରନ୍ତ ନିଯୁକ୍ତି ଦାବିରେ ୨୬ କିମି ଚାଲିଲେ ଛାତ୍ର

ତୁମୁଡ଼ିବନ୍ଧ,୪।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀର ୫୪ଜଣ ଛାତ୍ର ଶିକ୍ଷକ ଦାବିରେ ୨୬...

୪୮ କେଜି ଗଞ୍ଜେଇ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୨୬।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମାଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ପୋଲିସ ରବିବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ...

ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସମ୍ପର୍କୀୟ ଭାଇ

ବାଲିଗୁଡ଼ା,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗ ଗ୍ରାମରେ ରବିବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ବତନ ସରପଞ୍ଚ ବ୍ରଜରାଜ...

ବାଲୁଗୁଡ଼ାର ବିଭିନ୍ନ ଅନୁଷ୍ଠାନରେ ମା’ ସରସ୍ବତୀଙ୍କ ପୂଜା

ବାଲିଗୁଡ଼ା,୩୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ମା’ସରସ୍ବତୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଯଥାବିଧି ଅନୁଯାୟୀ,...

ସାପ କାମୁଡ଼ାରେ ମା’, ପୁଅ ମୃତ

କ.ନୂଆଗାଁ, ୨୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତ ଡପର ଗାଁରେ ସାପ କାମୁଡ଼ାରେ ମଙ୍ଗଳବାର ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ...

ଅଟୋ-ବୋଲେରୋ ଧକ୍କା: ଜଣେ ମୃତ

ଜି.ଉଦୟଗିରି,୨୧ା୧(ଡି.ଏନ.ଏ.)-ଜି.ଉଦୟଗିରି ସହରର ଡୁଗୁଡ଼ି ଶଙ୍ଖ ସାହି ରାସ୍ତାରେ ସୋମବାର ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ମାଓବାଦୀଙ୍କ ବର୍ବରକାଣ୍ଡ:  ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା

ଦାରିଙ୍ଗବାଡ଼ି/କ.ନୂଆଗଁ।,୪।୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହାରେ ଗୁରୁବାର ରାତିରେ ମାଓବାଦୀମାନେ ଜଣକୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳିକରି ହତ୍ୟା କରିଛନ୍ତି।...

Advertisement


Archives

Model This Week