ସମସ୍ୟା ଘେରରେ ତାମଡ଼ା ବଜାର:କାଦୁଅ ପାଣିରେ ଚାଲିଛି କିଣାବିକା

ବଅଁରପାଳ, ୩୦।୭(ଡି.ଏନ.ଏ.)ଅନୁଗୋଳ ଜିଲା ବଅଁରପାଳଠାରେ ଥିବା ତାମଡ଼ା ବଜାରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଠାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଥିବାବେଳେ ମରାମତି ଅଭାବରୁ ସେଗୁଡ଼ିକ ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ୧୯୮୯ ଅକ୍ଟୋବର ୩ରେ ଏହି ବଜାର ଉଦ୍‌ଘାଟିତ ହୋଇଥିଲା। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ତାଳଚେର-ଅନୁଗୋଳ ମେରାମଣ୍ଡଳୀ ଆଞ୍ଚଳିକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ବଜାର ନିର୍ମିତ ହୋଇଥିଲା। ବଜାର ନିର୍ମାଣ ସହ ମୋଟର ଗାଡ଼ି ରହିବା ସ୍ଥାନ ଓ ଯାତ୍ରୀ ବିଶ୍ରାମଗାର ପାଇଁ ସଂସ୍ଥା ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ତେବେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବର୍ତ୍ତମାନ ବଜାର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଠାରେ ରାସନ ଦୋକାନ, ଷ୍ଟେଶନାରୀ, ବସ୍ତ୍ରାଳୟ, ଜୋତା ଦୋକାନ, ପରିବା ଦୋକାନ, ସାଇକେଲ ଦୋକାନ, ଜଳଖିଆ ଦୋକାନ ସମେତ ବିଭିନ୍ନ ଦୋକାନ ରହିଥିବାବେଳେ ମରାମତି ଅଭାବରୁ ସେଗୁଡ଼ିକ ଶୋଚନୀୟ ହୋଇ ରହିଛି। ବର୍ଷାଦିନେ ଦୋକାନ ଗୃହରୁ ପାଣି ଗଳୁଥିବାବେଳେ କେତେକ ଦୋକାନର କାନ୍ଥ ଫାଟି ଯାଇଛି। ସେହିପରି ବର୍ଷା ଦିନେ ଦୋକାନରେ ପାଣି ପଶୁଥିବାରୁ କେତେକ ବ୍ୟବସାୟୀ ଦୋକାନରେ ପାଲ ଟାଣୁଥିବା ଦେଖିବାକୁ ମିଳୁଛି। ବର୍ଷା ହେଲେ ବଜାର ଭିତରଟି କାଦୁଅପୂର୍ଣ୍ଣ ହୋଇପଡ଼ିଛି। ଫଳରେ ବର୍ଷା ଦିନେ ପାଣି କାଦୁଅରେ ଗ୍ରାହକମାନେ କିଣାବିକା କରୁଥିବା ଦେଖାଯାଉଛି। ବଜାରରେ ଲାଇଟ ବ୍ୟବସ୍ଥା ଅଚଳ ହୋଇପଡିଛି। ଏଥିଯୋଗୁ ସନ୍ଧ୍ୟାରେ ସମ୍ପୂର୍ଣ୍ଣ ବଜାର ଅନ୍ଧାର ହୋଇପଡ଼ିଛି। ସେହିପରି ଶୌଚାଳୟ, ବିଶ୍ରାମାଗାର ନ ଥିବାରୁ ବ୍ୟବସ୍ଥା ନ ଥିବାରୁ ଗ୍ରାହକ ଓ ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାସକୁ ଏଠାରୁ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ତାମଡ଼ା କର୍ତ୍ତୃପକ୍ଷଙ୍କ ନିକଟକୁ ଯାଉଥିବାବେଳେ ବଜାରର ଉନ୍ନତି ପାଇଁ କର୍ତ୍ତପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବଜାରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପରିବର୍ତ୍ତେ ରୋଗୀଙ୍କୁ ରେଫର

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ରହିଛି। ସେଥିପାଇଁ ଜିଲାର ବିଭିନ୍ନ ପ୍ରାଥମିକ, ଗୋଷ୍ଠୀ ଓ ଉପଖଣ୍ଡ...

ଘରଭଙ୍ଗା କାର୍ଯ୍ୟରେ ଲଗାଇଲେ ପ୍ରଧାନ ଶିକ୍ଷକ: ଛାତ୍ରୀଛାତ୍ରଙ୍କ ହାତରେ ଶାବଳ, କୋଡ଼ି

ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜମ୍ବୁଗଡ଼ିଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶନିବାର ଛାତ୍ରୀଛାତ୍ରମାନଙ୍କୁ ଘର ଭଙ୍ଗା କାର୍ଯ୍ୟରେ...

ଓଡ଼ିଶାରେ ଅରୁଣାଚଳ ପ୍ରଦେଶ ମଦ: କିଣୁଛନ୍ତିି ପଚାଶରେ, ବିକ୍ରି ଦେଢ଼ଶହ

ଅନୁଗୋଳ ଅଫିସ୍‌, ୧୯ା୭: ଅରୁଣାଚଳ ପ୍ରଦେଶରୁ ଚୋରା ମଦ ଆଣି ଅନୁଗୋଳରେ ପସରା ମେଲାଇଛନ୍ତି ମାଫିଆ। ୫୦ ଟଙ୍କାରେ କିଣି ବେପାରୀଙ୍କୁ ସେହି ମଦ ଦେଢଶହରୁ ଊର୍ଦ୍ଧ୍ୱ...

ଶିଶୁଗୃହରେ ଦୀପାବଳି ପାଳିଲେ ଜିଲାପାଳ

ଢେଙ୍କାନାଳ ଅଫିସ୍‌, ୨୭ା୧୦- ସଦର ବ୍ଲକ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ଶିଶୁଗୃହରେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଦୀପାବଳି ପାଳନ କରିଛନ୍ତି। ଛୋଟ...

୨ ନାବାଳିକାଙ୍କୁ ଅପହରଣ ଘଟଣା:୫ କୋର୍ଟଚାଲାଣ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ୧୭ ବର୍ଷିୟା ୨ ଜଣ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପୋଲିସ ରବିବାର ୫ ଜଣଙ୍କୁ ଗିରଫ...

ପାଣିରୁ ଯୁବକଙ୍କୁ ଉଦ୍ଧାର କରିଥିବା ଆଗ୍ନିକଙ୍କୁ ପ୍ରଶଂସା

ଆଗ୍ନିକ ପ୍ରକାଶ କୁମାର ବଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରୁଛନ୍ତି। ପାଲଲହଡ଼ା ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଭାବେ କାର୍ଯ୍ୟରତ ପ୍ରକାଶ ନିଜ ଜୀବନକୁ...

ପଲିଥିନ ଖୋଜି ପାଉନି ପୌରପାଳିକା: ଚଢ଼ାଉରୁ ମିଳିଲା ମାତ୍ର ୨ କିଲୋ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ସହରରେ ପଲିଥିନ ନିଷେଧ କରାଯାଇଥିଲେ ବି ଏଯାଏ ଲକ୍ଷ୍ୟ ପୂରଣ ହୋଇନାହିଁ। ଏବେ ବି ସହରରେ ଖୋଲାଖୋଲି ଚାଲିଛି...

ଉଚ୍ଛେଦ ହେଲା ପରିତ୍ୟକ୍ତ ସ୍କୁଲ ଗୃହ

ଅନୁଗୋଳ ଅଫିସ, ୧୩।୫: ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦର ସମ୍ମୁଖରେ ଥିବା ବଜାରପଡ଼ା ବିଦ୍ୟାଳୟର ପରିତ୍ୟକ୍ତ ଗୃହକୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉକ୍ତ ଜାଗାକୁ ପ୍ରଶାସନ ହାତକୁ...

Advertisement
Archives

Model This Week