ସମସ୍ତଙ୍କ ପାଇଁ ସୁରକ୍ଷିତ ରକ୍ତ

”ରକ୍ତରେ ରହିଛି ଅଲଗା ଅଲଗା ଗ୍ରୁପ୍‌। ସାଧାରଣ ଭାବେ ଦେଖିଲେ ମୁଖ୍ୟ ରକ୍ତ ପ୍ରଣାଳୀକୁ କୁହାଯାଏ ଏବିଓ। ଏହି ପ୍ରଣାଳୀ ଅନୁସାରେ ରକ୍ତ ଗ୍ରୁପ୍‌ ୪ ପ୍ରକାର, ଯଥା: ଏ, ବି, ଏବି ଏବଂ ଓ।  ଆମ ଭିତରୁ କାହାର ରକ୍ତ ଗ୍ରୁପ୍‌ ‘ଏ’ ତ କାହାର ‘ବି’, କାହାର ‘ଏବି’ ଏବଂ ଅନ୍ୟ କାହାର ‘ଓ’। ଯାହାର ରକ୍ତ ଗ୍ରୁପ୍‌ ଯାହା, ସେ ସେହି ରକ୍ତଗ୍ରୁପ ଥିବା ବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତ ନିରାପଦରେ ନେଇପାରେ। ତା’ ଛଡ଼ା ଏବି ଗ୍ରୁପ୍‌ର ବ୍ୟକ୍ତି ଏ, ବି,ଏବି ଏବଂ ଓ – ଏହି ପ୍ରତ୍ୟେକ ଗ୍ରୁପ୍‌ର ବ୍ୟକ୍ତିଙ୍କଠାରୁ ରକ୍ତ ନେଲେ ସେଥିରେ କୌଣସି ସମସ୍ୟା ନାହିଁ।ପୁଣି ‘ଓ’ ରକ୍ତ ଗ୍ରୁପ୍‌ ଥିବା ବ୍ୟକ୍ତି ସମସ୍ତଙ୍କୁ ନିରାପଦରେ ରକ୍ତ ଦେଇପାରିବେ।“

ରକ୍ତ ହେଉଛି ଈଶ୍ୱରଙ୍କର ଏକ ଅମୂଲ୍ୟ ଦାନ। କାରଣ ଏହାର କୌଣସି ବିକଳ୍ପ ନ ଥିବାରୁ ରକ୍ତ ବିନା ମଣିଷ ବଞ୍ଚତ୍ବା ସମ୍ଭବ ନୁହେଁ। ଦୁର୍ଘଟଣାଗ୍ରସ୍ତ ହୋଇ ବ୍ୟକ୍ତିର ଶରୀରରୁ ପ୍ରଚୁର ରକ୍ତକ୍ଷୟ ହୋଇଥିଲେ ରକ୍ତର ପରିମାଣ ଯଥେଷ୍ଟ କମିଯିବାରୁ ତା’ର ମୃତ୍ୟୁ ହୋଇଯାଇପାରେ।
କିନ୍ତୁ ଯଥା ସମୟରେ ତାଙ୍କୁ ରକ୍ତ ଦିଆଯାଇପାରିଲେ ସେ ମୃତ୍ୟୁମୁଖରୁ ରକ୍ଷା ପାଇଯିବା ସମ୍ଭାବନା ଅଧିକ। ସେହିପରି ଥାଲାସିମିଆ, ହେମୋଫିଲିଆ, ସିକଲସେଲ ରୋଗ ଭୋଗୁଥିବା ରୋଗୀଙ୍କୁ ନିୟମିତ ରକ୍ତ ଦେବାକୁ ପଡ଼େ।
ରକ୍ତହୀନତା, କ୍ୟାନ୍‌ସର ଓ ଅନ୍ୟାନ୍ୟ କେତେକ ରୋଗୀ ମଧ୍ୟ ଚିକିତ୍ସା ପାଇଁ ବହୁ ସମୟରେ ରକ୍ତ ଦରକାର କରିଥାନ୍ତି।
ଅସ୍ତ୍ରୋପଚାର ସମୟରେ ରକ୍ତସ୍ରାବ ହେଉଥିବାରୁ ବହୁ କ୍ଷେତ୍ରରେ ରକ୍ତ ଦେଇ ରୋଗୀଙ୍କ ଅପରେଶନ କରାଯାଏ ଏବଂ ଅପରେଶନ ପରେ ମଧ୍ୟ ଆବଶ୍ୟକ ପଡ଼ିପାରେ ରକ୍ତ ସଂଚାରଣ।
ସମସ୍ୟାଟି ହେଉଛି, ଯେକୌଣସି ବ୍ୟକ୍ତିଠାରୁ ସଂଗୃହୀତ ରକ୍ତ ଯେକୌଣସି ବ୍ୟକ୍ତି ପାଇଁ ଉପଯୋଗୀ ହୋଇ ନ ପାରିବା ସମ୍ଭାବନା ଅଛି। କାରଣ ରକ୍ତରେ ରହିଛି ଅଲଗା ଅଲଗା ଗ୍ରୁପ। ସାଧାରଣ ଭାବେ ଦେଖିଲେ ମୁଖ୍ୟ ରକ୍ତ ପ୍ରଣାଳୀକୁ କୁହାଯାଏ ଏବିଓ।ଏହି ପ୍ରଣାଳୀ ଅନୁସାରେ ରକ୍ତ ଗ୍ରୁପ୍‌ ୪ ପ୍ରକାର, ଯଥା : ଏ, ବି, ଏବି ଏବଂ ଓ।  ଆମ ଭିତରୁ କାହାର ରକ୍ତଗ୍ରୁପ୍‌ ‘ଏ’ ତ କାହାର ‘ବି’ , କାହାର ‘ଏବି ’ ଏବଂ ଅନ୍ୟ କାହାର ‘ଓ’। ଯାହାର ରକ୍ତଗ୍ରୁପ୍‌ ଯାହା ସେ ସେହି ରକ୍ତଗ୍ରୁପ୍‌ ଥିବା ବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତ ନିରାପଦରେ ନେଇପାରେ। ତା’ ଛଡ଼ା ଏବି ଗ୍ରୁପ୍‌ର ବ୍ୟକ୍ତି ଏ, ବି, ଏବି ଏବଂ ଓ – ଏହି ପ୍ରତ୍ୟେକ ଗ୍ରୁପ୍‌ର ବ୍ୟକ୍ତିଙ୍କଠାରୁ ରକ୍ତ ନେଲେ ସେଥିରେ କୌଣସି ସମସ୍ୟା ନାହିଁ। ପୁଣି ଓ ରକ୍ତ ଗ୍ରୁପ୍‌ ଥିବା ବ୍ୟକ୍ତି ସମସ୍ତଙ୍କୁ ନିରାପଦରେ ରକ୍ତ ଦେଇପାରିବେ।
ରକ୍ତଦାନ ମହତ ଦାନ। ରୋଗୀ ପାଇଁ ରକ୍ତ ଦାନକଲେ ରକ୍ତଦାତାଙ୍କର କୌଣସି କ୍ଷତି ହୋଇ ନ ଥାଏ। କିନ୍ତୁ ସେ ଦାନ କରିଥିବା ରକ୍ତ ନେଇ ରୋଗୀର ଜୀବନ ରକ୍ଷା ହୋଇଥାଏ। ହେଲେ ରକ୍ତ ଦେବା ପାଇଁ ଅନେକେ ଖୁବ୍‌ ଭୟ କରିଥାନ୍ତି। ମାତ୍ର ରକ୍ତ ଦେବା ପାଇଁ ଭୟ କରିବା ଅଜ୍ଞତା ଭିନ୍ନ ଆଉ କିଛି ନୁହେଁ।ପୁଣି କେହି ସ୍ବେଚ୍ଛାରେ ରକ୍ତ ଦେବା ନିମନ୍ତେ ଚାହିଁଲେ ବହୁ କ୍ଷେତ୍ରରେ ତାଙ୍କ ପରିବାର ଲୋକେ ଏହାର ବିରୋଧ କରିଥାନ୍ତି। ଫଳରେ ରକ୍ତ ଦେବା ନିମିତ୍ତ ଇଚ୍ଛୁକ ଥିବା ବ୍ୟକ୍ତି ନିରୁତ୍ସାହିତ ହୋଇପଡ଼େ ଓ ନିଜର ନିରାପତ୍ତା ସମ୍ପର୍କରେ ତା’ଠାରେ ସଂଶୟର ସୂତ୍ରପାତ ହୁଏ। ହେଲେ ଏଭଳି ଭୟ କି ସଂଶୟର ପଶ୍ଚାତରେ କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ।ବରଂ ରକ୍ତ ଦେବାକୁ ଚାହୁଁଥିବା ବ୍ୟକ୍ତି ରକ୍ତ ଦେବା ପାଇଁ ଅନୁପଯୁକ୍ତ ହୋଇଥିଲେ ରକ୍ତଭଣ୍ଡାରର ଡାକ୍ତରମାନେ ତାଙ୍କଠାରୁ ରକ୍ତ ସଂଗ୍ରହ କରି ନ ଥାନ୍ତି।
ସମସ୍ତେ ମନେରଖିବା ଉଚିତ, ଯେକୌଣସି ସୁସ୍ଥ ପୁରୁଷ ଓ ସୁସ୍ଥ ମହିଳା ରକ୍ତଦାନ କରିପାରିବେ। ରକ୍ତ ଦେବାରେ ଦାତାଙ୍କ ଶରୀରର ରଙ୍ଗ, ତାଙ୍କର ଜାତି, ସମ୍ପ୍ରଦାୟ ଓ ଜାତୀୟତା ଆଦୌ ବାଧକ ହୋଇ ନ ଥାଏ। ଯେକୌଣସି ସମ୍ପ୍ରଦାୟର ବ୍ୟକ୍ତି ଯେ କୌଣସି ସମ୍ପ୍ରଦାୟଭୁକ୍ତ ବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତକୁ ନିରାପଦରେ ନେଇପାରିବେ। ପୁରୁଷ ରକ୍ତଦାତା ପ୍ରତି ତିନିମାସରେ ଓ ମହିଳା ରକ୍ତଦାତ୍ରୀ ପ୍ରତି ଚାରିମାସରେ ଥରେ ଲେଖାଏଁ ରକ୍ତ ଦାନକଲେ ସେମାନଙ୍କର କୌଣସି କ୍ଷତି ହୋଇ ନ ଥାଏ। କାରଣ ରକ୍ତ ଦେବାର ପରବର୍ତ୍ତୀ ଅଳ୍ପ କିଛିଦିନ ଭିତରେ ଦାତାଙ୍କର ଶରୀରରେ ତା’ର ଭରଣା ହୋଇଯାଏ।  ପୁନଶ୍ଚ ରକ୍ତ ଦେଲେ ରକ୍ତଦାତାଙ୍କଠାରେ ଶରୀରର ରକ୍ତ ତିଆରି ଅଙ୍ଗମାନ ଅଧିକ ସକ୍ରିୟ ହୋଇଉଠନ୍ତି ା ତା’ଛଡ଼ା ରକ୍ତ ନ ଦେଲେ ବି ରକ୍ତରେ ଥିବା କୋଷିକାଗୁଡ଼ିକର ଆୟୁକାଳ ସୀମିତ ହୋଇଥିବାରୁ ସେହି ଆୟୁକାଳ ପୂରିଗଲେ ସେଗୁଡିକ ନଷ୍ଟ ହୋଇଯାଏ ଏବଂ ତା’ର ଭରଣା କରିବା ନିମନ୍ତେ ଶରୀରରେ ତିଆରି ହୋଇପଡ଼େ ନୂତନ କୋଷିକାମାନ।
ରକ୍ତ ଦେଇସାରିବା ପରେ ରକ୍ତ ଦେଇଥିବା ଯୋଗୁ ଅଧିକ ଖାଦ୍ୟ ଖାଇବା ଦରକାର ପଡ଼େନି କି ଦାତାଙ୍କର ବିଶ୍ରାମ ନେବା ଦରକାର ପଡ଼େନି ା ରକ୍ତଭଣ୍ଡାରରେ ରକ୍ତ ଦେବା ପାଇଁ ଯେତିକି ସମୟ ଲାଗେ, ସେହି ଅଳ୍ପ କିଛି ସମୟର ବ୍ୟୟକୁ ଛାଡ଼ିଦେଲେ ରକ୍ତ ଦାତାଙ୍କୁ ଆଉ କିଛି ବ୍ୟୟ କରିବା ପାଇଁ ପଡ଼ି ନ ଥାଏ। ରକ୍ତଦାନ ସହଜ, ନିରାପଦ ଏବଂ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ରକ୍ତ ଦେଲେ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ଉପରେ ଆଦୌ କୌଣସି ପ୍ରତିକୂଳ ପ୍ରଭାବ ପଡ଼େନି ା ତେବେ ରକ୍ତଦାନ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୬୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ ଏବଂ ତାଙ୍କ ରକ୍ତରେ ହିମୋଗ୍ଲୋବିନର ମାତ୍ରା ୧୦୦ ମିଲି ଲିଟର ରକ୍ତ ପିଛା ୧୨.୫ ଗ୍ରାମ କିମ୍ବା ତଦୂର୍ଦ୍ଧ୍ୱ ରହିଥିବା ଆବଶ୍ୟକ। ସେହିପରି ବ୍ୟକ୍ତି ସିଫିଲିସ୍‌, ମ୍ୟାଲେରିଆ, ଏଡ୍‌ସ୍‌, ହେପାଟାଇଟିସ, ଯକ୍ଷ୍ମା, ହୃଦ୍‌ରୋଗ, ବୃକ୍‌କ, ଫୁସ୍‌ଫୁସ୍‌ ଆଦି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ ସେ ରକ୍ତଦାନ ପାଇଁ ଅନୁପଯୁକ୍ତ। ଗର୍ଭବତୀମାନଙ୍କଠାରୁ ମଧ୍ୟ ରକ୍ତଦାନ ପାଇଁ ରକ୍ତ ସଂଗ୍ରହ କରାଯାଇ ନ ଥାଏ।
ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ପ୍ରତି ୨ ମିନିଟ୍‌ରେ କେହି ନା କେହି ରକ୍ତ ଦରକାର କରିଥାନ୍ତି। ତେଣୁ ରକ୍ତଦାନ ପାଇଁ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ବର୍ଷକୁ ଅନ୍ତତଃ ୩ ଥର ରକ୍ତ ଦାନ କରିପାରିଲେ ସଞ୍ଚାରଣ ନିମନ୍ତେ ରକ୍ତ ଅଭାବର ସମସ୍ୟା ଦୂରୀଭୂତ ହୋଇପାରିବ ା ଅନେକ ଜୀବନ ମଧ୍ୟ ରକ୍ଷା ପାଇଯିବ। ପ୍ରତିବର୍ଷ ପୃଥିବୀରେ ପାଖାପାଖି ୧୧କୋଟି ୟୁନିଟ୍‌ ରକ୍ତ ସଂଗୃହୀତ ହେଉଥିଲେ ମଧ୍ୟ ନାନା କାରଣରୁ ଟ୍ରାନ୍ସଫ୍ୟୁଜନ ବା ପରିସଞ୍ଚାଳନ ନିମନ୍ତେ ସୁରକ୍ଷିତ ରକ୍ତ ଯୋଗାଣ ଆଜି ବି ଅପର୍ଯ୍ୟାପ୍ତ।
ବିଶ୍ୱର ଉନ୍ନତ ଦେଶଗୁଡ଼ିକରେ ଅଧିକାଂଶ ରକ୍ତଦାତା ସ୍ବେଚ୍ଛାରେ ରକ୍ତଦାନ କରିଥାନ୍ତି। ବିଶେଷକରି ସେସବୁ ଦେଶରେ ଯଥେଷ୍ଟ ପରିମାଣର ରକ୍ତ ସଂଗୃହୀତ ହୋଇଥାଏ ସ୍ବେଚ୍ଛା ରକ୍ତଦାତା ଏବଂ ମାଗଣା ରକ୍ତଦାତାଙ୍କଠାରୁ ।
ମାତ୍ର ଅନ୍ୟ କେତେକ ଦେଶରେ ରୋଗୀ ପରିବାରର ସଦସ୍ୟମାନଙ୍କଠାରୁ କିମ୍ବା ଟଙ୍କା ବିନିମୟରେ ହେଉଥିବା ବ୍ୟକ୍ତିଙ୍କଠାରୁ ସଂଗୃହୀତ ହୋଇଥାଏ ରକ୍ତ।
ଯେଉଁମାନେ ନିଜ ଇଚ୍ଛାରେ ଓ ବିନା ମୂଲ୍ୟରେ ରକ୍ତଦାନ କରିଥାନ୍ତି, ସେମାନଙ୍କଠାରୁ ସଂଗ୍ରହ କରାଯାଉଥିବା ରକ୍ତ ହେଉଛି ସବୁଠାରୁ ନିରାପଦ ଓ ସର୍ବୋତ୍କୃଷ୍ଟ। ଅର୍ଥ ବିନିମୟରେ ରକ୍ତଦାନ କରିବା ସମ୍ପୂର୍ଣ୍ଣ ଅନୁଚିତ କାର୍ଯ୍ୟ। ଯେଉଁମାନେ ଅର୍ଥ ଲୋଭରେ ରକ୍ତ ବିକ୍ରି କରିଥାନ୍ତି, ସେମାନେ ସମାଜରେ ଏଡ୍‌ସ, ହେପାଟାଇଟିସ୍‌ ‘ବି’ ଓ ହେପାଟାଇଟିସ୍‌ ‘ସି’ ଭଳି ମାରାମତ୍କ ରୋଗର ସଂକ୍ରମଣକୁ ସୁଗମ କରିଦେଇଥାନ୍ତି। କାରଣ ରକ୍ତ ସଞ୍ଚାରଣ ମାଧ୍ୟମରେ ଏଡ୍‌ସ, ହେପାଟାଇଟିସ ଆଦି ଭୟଙ୍କର ରୋଗ ଜାତ ହେବା ଆଶଙ୍କା ଥିବାରୁ ରକ୍ତଦାତାଙ୍କଠାରୁ ସଂଗୃହୀତ ରକ୍ତ କଠୋର ପରୀକ୍ଷା ନିରୀକ୍ଷା ପରେ ହିଁ ରୋଗୀକୁ ଦିଆଯାଇଥାଏ।
ଓ ସ୍ବେଚ୍ଛାରେ ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ଏଭଳି ମହାନ୍‌ କାର୍ଯ୍ୟପାଇଁ କୃତଜ୍ଞତା ପ୍ରକାଶ କରିବା ଏବଂ ସାଧାରଣ ଜନତାଙ୍କ ମନରୁ ରକ୍ତଦାନ ସମ୍ପର୍କିତ ଭ୍ରାନ୍ତ ଧାରଣାଗୁଡିକୁ ଦୂରକରି ସେମାନଙ୍କୁ ରକ୍ତଦାନ ନିମିତ୍ତ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ୨୦୦୪ ମସିହାଠାରୁ ପାଳିତ ହୋଇଆସୁଛି ବିଶ୍ୱ ରକ୍ତଦାତା ଦିବସ। ପ୍ରତିବର୍ଷ ଜୁନ୍‌ ୧୪ ତାରିଖରେ ଏହି ଦିବସଟି ସାରା ବିଶ୍ୱରେ ପାଳନ କରାଯାଇଥାଏ। ଏହାର ପୃଷ୍ଠପୋଷକତା କରିଥାନ୍ତି ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା। ତେବେ ଜୁନ ୧୪ ତାରିଖକୁ ଏଥିପାଇଁ ନିର୍ବାଚନ କରିବାର ତାପତର୍‌ୟ୍ୟ କ’ଣ ? ଏହି ଦିବସଟି ହେଉଛି ରକ୍ତର ‘ଏ’,‘ବି,’ ‘ଏବି’ ଏବଂ ‘ଓ’ ଗ୍ରୁପ୍‌ ବା ଏବିଓ ପ୍ରଣାଳୀର ଆବିଷ୍କର୍ତ୍ତା ଅଷ୍ଟ୍ରିଆର ଡାକ୍ତର କାର୍ଲ ଲ୍ୟାଣ୍ଡଷ୍ଟେନରଙ୍କ ଶୁଭ ଜନ୍ମତିଥି। ସେ ଭୂମିଷ୍ଠ ହୋଇଥିଲେ ୧୮୬୮ ମସିହାରେ ଓ ତାଙ୍କର ଏହି ଅସାଧାରଣ ଆବିଷ୍କାର ପାଇଁ ତାଙ୍କୁ ପ୍ରଦାନ କରାଯାଇଥିଲା ୧୯୩୦ ମସିହାର ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାର। ଆଧୁନିକ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ରକ୍ତ ସଞ୍ଚାରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ସୁଦୂରପ୍ରସାରୀ।
ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକାଳ ଭିତରେ ଅନ୍ତତଃ ଥରେ ରକ୍ତଦାନ କରିବା ଭଳି ମହତ୍‌ କାର୍ଯ୍ୟରେ ସମ୍ପୃକ୍ତ ରହିବା ବାଞ୍ଛନୀୟ। ରକ୍ତଦାନ କରିବା ନିମନ୍ତେ ଆପଣ କାହାର ଅନୁରୋଧକୁ ଅପେକ୍ଷା କରନ୍ତୁନାହିଁ। ବରଂ ମୁଁ କେତେବେଳେ ରକ୍ତ ଦେବି ବୋଲି ନିଜ ତରଫରୁ ଅନୁରୋଧ ଜଣାନ୍ତୁ ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ ନିକଟରେ।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ୍‌ ନଂ – ୧୧୩୧, ଅଭିନବ ବିଡ଼ାନାସୀ, କଟକ, ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?