ସମସିଆ ଘେରରେ କନ୍ଧପଡ଼ାବାସୀ

ଅତାବିରା, ୧୮।୬ (ଡି.ଏନ.ଏ): ସରକାର ଛୁଆକର ଶିକ୍ଷା, ସୁଆସ୍‌ତିଅକେ ଗୁରୁତ୍‌ ଦେଇ ଗଁ। ଗଁଲିନୁ ସହର ତକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଅଙ୍ଗନଓ୍ବାଡି କେନ୍ଦ୍ରମାନକେ ୩ରୁ ୬ ବଛର୍‌ର ଛୁଆକର ଲାଗି ସରକାର ପ୍ରାକ୍‌ ଶିକ୍ଷା, ଖେଲକୁଦ, ଉଷୋକଷା, ଡ୍ରେସ୍‌ ଆର ପୁଷ୍ଟିକର ରଁଧା ଖାଏଦ୍‌ର ବେବସ୍‌ତା କରିଛନ୍‌। ଇଥିରଲାଗି ଫିବଛର ରାଜକୋଷରୁ କୋଟି କୋଟି ଟଁକା ଖରଚ୍‌ ହେଉଛେ। ହେଲେ ଏହେଦେ ବି ଆମର ରାଏଜେ ଏନ୍‌ତା ଗଁାମାନ ଅଛେ, ଯେନ୍‌ନେ ଛୁଆମାନେ ଅଙ୍ଗନଓ୍ବାଡି କେନ୍ଦ୍ର କହେଲେ କାଣା ନାଇଁ ଜାନି। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଡାଲବ ପଁଚେତ୍‌ କନ୍ଧପଡ଼ାରେ।
ସୂଚନା ଅନ୍‌ସାରେ ପାଖାପାଖି ୪୦ ବଛରରୁ ଅଧ୍‌କା ହେଲା କନ୍ଧପଡ଼ାରେ ୬୦ ପରିବାର ବାସ୍‌ କରୁଛନ୍‌। ପଡ଼ାର ବଡ଼ଭାଗି ଲୋକ୍‌ ନିହାତି ଗରିବ ହେଇଥିଲାବେଲେ ସଭେ ଝୁପଡ଼ିଟେ ଲେଖେଁ କରି ରହୁଛନ୍‌। ହେଲେ ଗଁାର ବଡ଼ଭାଗି ଲୋକ୍‌ ଆବାସ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗଁାରେ ବଛରକୁତା ପାଏନ୍‌ ସମସିଆ ଲାଗି ରହୁଛେ, ଗଁାରେ ଥିବାର ନଲ୍‌ଚୁଅଁା କେତେଟା ପଡ଼ାବାସୀକର ସାହାଭରସା। ନଲ୍‌ଚୁଅଁା ଅଚଲ୍‌ ହେଲେ ପଡ଼ାବାସୀ ବଡ଼ା ହଇରାନ ହରକତ୍‌ ହେଉଛନ୍‌। ପଡ଼ାରେ ଗୁଟେ ପ୍ରାଥମିକ ବିଦ୍ୟାଲୟ ରହିଛେ, ହେଲେ ଠିକ୍‌ ହିସାବେ ପାଠ୍‌ ପଢ଼ା ନାଇଁ ହେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଗଁାବାସୀ ବ୍ଲକ ଶିକ୍ଷା ଅଧ୍‌କାରୀକୁଁ ବି ଅଭିଯୋଗ କରିଥିବାର କହିଛନ୍‌। ସେନ୍‌ତା ବିନା କାରନ୍‌ରେ ସ୍କୁଲର ଦୁଇ ଛାତ୍ରୀକୁଁ ଟିସି ଦେଇ ସ୍କୁଲରୁ ବାହାର କରିଦିଆଯାଇଥିବାର ଉଭଏ ଛାତ୍ରୀକଁର ମା’ମାନେ ଅଭିଯୋଗ କରିଛନ୍‌। ସେନ୍‌ତା ଇ ବାବ୍‌ଦେ ଭେଡ଼େନ ବ୍ଲକ ଶିକ୍ଷା ଅଧ୍‌କାରୀ ମଛିନ୍ଦ୍ର ମଲ୍ଲିକକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। କନ୍ଧପଡ଼ା ଗଁାରେ ଆଏଜ୍‌ ବି ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ରର ଅଭାବ ରହିଛେ। ଗଁାଟା ବାନିପାଲି ଅଙ୍ଗନଓ୍ବାଡି କେନ୍ଦ୍ର ଅଧୀନରେ ରହିଛେ, ହେଲେ କେନ୍ଦ୍ରଟା ଗଁାରୁ ୩ କି.ମି ଦୂରେ ରହିଛେ। ଯେନ୍‌ଥିରଲାଗି ଗଁାର ୩ରୁ ୬ ବଛର୍‌ର ଛୁଆମାନେ ପ୍ରାକ୍‌ ଶିକ୍ଷା, ପୁଷ୍ଟିକର ରଁଧା ଖାଏଦ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ପ୍ରସୂତି ଆର ଗରଭ୍‌ବତୀ ମହିଲାମାନେ ବି ଅନେକ ସମିଆରେ ସମସିଆର ସାମନା କରୁଛନ୍‌। କନ୍ଧପଡ଼ାବାସୀ ଗଁାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲବାକେ ବ୍ଲକ ପରଶାସନ, ଆଇସିଡିଏସ୍‌ ଅଫିସରେ ଗୁହାରି କରି ନିରାଶ ହେଇଛନ୍‌। ସମସିଆର ସମାଧାନ ଦିଗେ ପଦକ୍ଷେପ ନେବାକେ ଗଁାବାସୀ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri